ମନୁଷ୍ୟର ଏହି ଦୁର୍ବଳତା ହୋଇଥାଏ ସଫଳତାରେ ବାଧକ, ଜାଣନ୍ତୁ କ’ଣ କହେ ବିଦୁର ନୀତି

ମହାଭାରତ ଯୁଦ୍ଧ ସମୟରେ ମହାତ୍ମା ବିଦୁର ଓ ଧୃତରାଷ୍ଟ୍ରଙ୍କ ମଧ୍ୟରେ ଯେଉଁ କଥା ହୋଇଥିଲା ତାକୁ ବିଦୁର ନୀତି ନାମରେ ଜଣାଯାଏ । ମହାତ୍ମା ବିଦୁର ମହାଭାରତ ସମୟରେ ସବୁଠୁ ବଡ଼ ବୁଦ୍ଧିମାନ ବ୍ୟକ୍ତି ଥିଲେ । ସେ ବୁଦ୍ଧିମାନ ସହ ଦୂରଦର୍ଶୀ ମଧ୍ୟ ଥିଲେ । କୁହାଯାଏ ସମୟ ପୂର୍ବରୁ ଆସିବାକୁ ଥିବା ସଂକଟ ବିଷୟରେ ବିଦୁର ଲୋକଙ୍କୁ ଅବଗତ କରାଇ ଦେଉଥିଲେ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ବିଦୁର ନୀତି ସମ୍ପର୍କରେ କହିବୁ ଯାହାକୁ ଅନୁସରଣ କଲେ ଜୀବନରେ କେବେ କିଛି ସମସ୍ୟା ଆସିବ ନାହିଁ । ଆସନ୍ତୁ ଜାଣିବା କିଛି ମହତ୍ୱପୂର୍ଣ୍ଣ ବିଦୁର ନୀତି । ମନୁଷ୍ୟର କିଛି ଦୁର୍ବଳତା ଯାହାକି ସଫଳତାରେ ବାଧକ ହୋଇଥାଏ । ଲୋକେ ଏହି ଆଦତକୁ ନିଶ୍ଚୟ ସୁଧାରି ନେବା ଦରକାର ।

ଆଳସ୍ୟ :

ମହାତ୍ମା ବିଦୁର ଅନୁସାରେ ଯେଉଁ ବ୍ୟକ୍ତି ଆଳସ୍ୟ କରନ୍ତି, ସେ କେବେ ବି ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ ନାହିଁ । କାରଣ ଏପରି ଲୋକ ସର୍ବଦା ମହତ୍ୱପୂର୍ଣ୍ଣ କାମକୁ ବି ଭବିଷ୍ୟତ ଉପରେ ଛାଡ଼ି ଦେଇଥାଏ । ଯେଉଁଥିପାଇଁ ଏମାନେ ନିଜର କ୍ଷତି କରିଥାନ୍ତି । ତେଣୁ ଆଳସ୍ୟ ମନୁଷ୍ୟର ସବୁଠୁ ବଡ଼ ଶତ୍ରୁ ବୋଲି ବିଦୁରଜୀ କହିଛନ୍ତି ।

ସର୍ବଦା ଭଗବାନଙ୍କ ଉପରେ ନିର୍ଭର କରିବା ବ୍ୟକ୍ତି :

ବିଦୁରଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତି ନିଜକୁ ସାହାଯ୍ୟ କରିଥାଏ,ଭଗବାନ ତାଙ୍କୁ ସାହାଯ୍ୟ କରିଥାଏ । କିଛି ଲୋକ ଏପରି ହୋଇଥାନ୍ତି, ଯିଏ କେବଳ ଇଶ୍ୱରଙ୍କ ଭରଷାରେ ବସି ରହଥାନ୍ତି । ଏପରି ଲୋକ ସର୍ବଦା ଆର୍ଥିକ ଅସବିଧାରେ ଘାଣ୍ଟି ହୋଇଥାନ୍ତି । ତେଣୁ ଭଗବାନଙ୍କ ଠାରେ ବିଶ୍ୱାସ କରିବା ସହ ମନୁଷ୍ୟକୁ ନିଜର ଲକ୍ଷ୍ୟ ପ୍ରାପ୍ତି ପାଇଁ ପରିଶ୍ରମ ବି କରିବା କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.