ସ୍ପେଶାଲ

ବିଦୁର ନୀତି : ସବୁ କିଛି ଥାଇ ମଧ୍ୟ ସୁଖରେ ରହିବାକୁ ଦେଇ ନଥାଏ ମନୁଷ୍ୟର ଏହି ଆଦତ, ଜାଣନ୍ତୁ କ’ଣ କରିବେ

ମହାତ୍ମା ବିଦୁର ତାଙ୍କ ବିଦୁର ନୀତିରେ କହିଛନ୍ତି କି ଯଦି ମନୁଷ୍ୟ ନିଜ ମନରେ ଉଠୁଥିବା କିଛି ଭାବନାକୁ ନିୟନ୍ତ୍ରଣ କରି ନିଅନ୍ତି, ତାହେଲେ ନିଜର ଜୀବନ ସଫଳ ହୋଇପାରେ । ନଚେତ ବର୍ବାଦ ହେବାରୁ କେହି ରୋକି ପାରିବେ ନାହିଁ ।

ବାସ୍ତବରେ ମନୁଷ୍ୟ ଜୀବନ ବହୁତ ଦୁର୍ଲଭ ହୋଇଥାଏ । ଏହା ବଡ ଭାଗ୍ୟରୁ ମିଳିଥାଏ । ମହାତ୍ମା ବିଦୁରଜି ଧୃତରାଷ୍ଟ୍ରଙ୍କୁ ବୁଝାଇବାକୁ ଯାଇ କହନ୍ତି ,ଏ ଜୀବନ ବହୁତ ଅମୁଲ୍ୟ ଅଟେ । ଏହାକୁ ମନରେ ଉଠୁଥିବା କିଛି ଭାବନା ର ଚକ୍କରରେ ବ୍ୟର୍ଥ କରିଦେବା ଉଚିତ ନୁହେଁ ।

ନିଜର ମନ ଉପରେ ନିୟନ୍ତ୍ରଣ ରଖି ପାରିଲେ ଆପଣଙ୍କ ଜୀବନ ସୁଖୀ ଏବଂ ସଫଳ ହୋଇଥାଏ । ମସ୍ତିସ୍କର ବିଚାର ଉପରେ ନିୟନ୍ତ୍ରଣ କରିବା ବହୁତ କଠିନ କାର୍ଯ୍ୟ ହୋଇଥାଏ । ମହାତ୍ମା ବିଦୁର ତାଙ୍କ ବିଦୁର ନୀତିରେ ମନରେ ଉଠୁଥିବା  ଭାବନା ବା ଆଦତ ଉପରେ ନିୟନ୍ତ୍ରଣ ରଖିବା କଥା କହିଛନ୍ତି ,ଯଦ୍ଵାରା ଆମର ଜୀବନ ସାର୍ଥକ ହୋଇପାରିବ । ଜାଣନ୍ତୁ କ’ଣ ସେହି ଆଦତ ।

ଇର୍ଷା :

ଯେଉଁ ବ୍ୟକ୍ତି ଅନ୍ୟକୁ ଇର୍ଷା କରନ୍ତି ସେମାନେ କେବେ ସୁଖ ପାଇ ପାରନ୍ତି ନାହିଁ । ଏହି ଲୋକଙ୍କର ସବୁ କିଛି ଥାଇ ମଧ୍ୟ ଅନ୍ୟକୁ ଦେଖି କରି ଇର୍ଷାରେ ଜଳୁଥାଏ ।

ଘୃଣା :

ପ୍ରତ୍ୟେକ ବ୍ୟକ୍ତି କାହାକୁ ନା କାହାକୁ ଘୃଣା କରିଥାଏ । ତେବେ ବିଦୁରଙ୍କ ଭାଷାରେ ଯେଉଁ ବ୍ୟକ୍ତି ସମାଜରେ ରହି ସାଙ୍ଗ ସାଥି ବା ନିଜର ସହଯୋଗୀକୁ ଘୃଣା କରିଥାନ୍ତି, ସେମାନେ କେବେ ସୁଖରେ ରହି ପାରନ୍ତି ନାହିଁ ।

କ୍ରୋଧ :

ଅଧିକ କ୍ରୋଧ କରିବା ଯୋଗୁ ମନୁଷ୍ୟ ନିଜ ଜୀବନକୁ ନଷ୍ଟ କରିଦେଇଥାଏ । କ୍ରୋଧରେ ମନୁଷ୍ୟ ନିଜର ବିବେକ ହରାଇ ଦେଇଥାଏ । ଫଳରେ ଭଲ ମନ୍ଦର ଫରକ ଦେଖି ପାରି ନଥାଏ । ତେଣୁ କ୍ରୋଧି ମନୁଷ୍ୟ ସର୍ବଦା ଦୁଃଖରେ ରହିଥାଏ ।

ଅସନ୍ତୋଷ :

କୁହାଯାଏ ବ୍ୟକ୍ତି ଯେତିକି ସନ୍ତୋଷ ହେବ ତା’ର ଜୀବନ ସେତେ ମଧୁର ହେବ । ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହିନଥାଏ, ତାର ଜୀବନ ସର୍ବଦା ଦୁଃଖରେ ରହିଥାଏ । ବ୍ୟକ୍ତିକୁ ନିଜ ଜିନିଷରେ ସନ୍ତୁଷ୍ଟ ରହିବା ଦରକାର । କାରଣ ସବୁ ଜିନିଷ ପ୍ରାପ୍ତ ହୋଇ ନଥାଏ ।

ସନ୍ଦେହ :

ସନ୍ଦେହ କରୁଥିବା ଆଦତ ବ୍ୟକ୍ତିକୁ ନଷ୍ଟ କରି ଦେଇଥାଏ । ଯେଉଁ ବ୍ୟକ୍ତି ଆବଶ୍ୟକତା ଠାରୁ ଅଧିକ ସନ୍ଦେହ କରିଥାଏ, ସେ ସର୍ବଦା ଦୁଃଖି ରହିଥାଏ । କାରଣ ସନ୍ଦେହ କରୁଥିବା ବ୍ୟକ୍ତି ସର୍ବଦା ଡରିଥାଏ ।

Niharanjan

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

7 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

22 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

35 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

35 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago