୧୨ ମହଲାରୁ ଖସୁଥିବା ପିଲାକୁ ଫିଲ୍ମ ଷ୍ଟାଇଲ୍ରେ କ୍ୟାଚ୍ କଲେ ଡେଲିଭରି ବୟ; ଦେଖନ୍ତୁ ପୂରା ଭିଡିଓ
ଛାତରୁ ଖସୁଥିବା ଏକ ଝିଅର ଜୀବନ ବଞ୍ଚାଇଲେ ଡେଲିଭରି ବୟ। ଏଭଳି ଘଟଣା ଘଟିଛି ଭିଏତନାମରେ। ଏହି ଘଟଣା ବେଳର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି, ଯାହା ଭାଇରାଲ ହେବାରେ ଲାଗିଛି। ୧୨ ତାଲାରୁ ଖସିପଡ଼ିଥିବା ଏହି କୁନି ପିଲାଟିର ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ଜଣାଯାଇଛି।
ଦେଖନ୍ତୁ ଭିଡିଓ:
😱¡HEROICA ATRAPADA!👏
Un repartidor le salvó la vida a una niña de 3 años que cayó del piso 12 de un edificio en Vietnam.
La nena sufrió fracturas en la pierna y en los brazos, pero está viva gracias a la heroica acción de Nguyen Ngoc Manh❤️, quien sufrió un esguince.#VIRAL pic.twitter.com/eI03quT0IM
— Unicanal (@Unicanal) March 1, 2021
ମିଡିଆ ରିପୋର୍ଟ ମୁତାବକ, ଡେଲିଭରି ବୟର ନାଁ Nguyen Ngoc Manh। Nguyen ଏକ ପ୍ୟାକେଟ୍ର ଡେଲିଭରି ପାଇଁ ରବିବାର ଦିନ ଘଟଣାସ୍ଥଳକୁ ଯାଇଥିଲେ। ସେଠି ସେ ଦେଖିଲେ ଯେ ଏକ ଝିଅ ୧୨ ତାଲାରେ ଝୁଲୁଛି। ସାମ୍ନା ବିଲ୍ଡିଂରୁ ଜଣେ ମହିଳା ମଧ୍ୟ ଚିଲ୍ଲାଉଛନ୍ତି। ସେ ତୁରନ୍ତ ବୁଝିଯାଇଥିଲେ ଯେ ଝିଅଟି ଖସିପଡ଼ୁଛି। ତେବେ ୧୬୪ ଫୁଟ୍ ଉପରୁ ଝିଅଟି ଖସୁଥିବାରୁ ତା ବଞ୍ଚିବା ଏକ ପ୍ରକାରର ଅସମ୍ଭବ ଥିଲା। ମାତ୍ର ଡେଲିଭରି ବୟ ଉପସ୍ଥିତ ବୁଦ୍ଧି ଖଟାଇ ଉପରୁ ଖସୁଥିବା ବେଳେ ଝିଅଟିକୁ କ୍ୟାଚ୍ କରିଥିଲେ।
ଛୁଆଟି ତଳେ ପଡ଼ିବା ପୂର୍ବରୁ ଡେଲିଭରି ବୟ ତାକୁ କ୍ୟାଚ୍ କରିପାରିବେ ଭାବି ବିଲ୍ଡିଂର ଜେନେରେଟର ଘରର ଛାତକୁ ଚଢ଼ିଯାଇଥିଲେ। ଛୁଆଟି ତଳକୁ ଖସିବା ବେଳେ ସେ ତାକୁ କ୍ୟାଚ୍ କରିଥିଲେ। ତେବେ ଛୁଆଟି ତଳକୁ ପଡ଼ୁଥିବା ଦେଖି ସେ ବି ଦୋହଲିଯାଇଥିବା ଦେଖାଯାଇଛି। ମାତ୍ର ନିଜକୁ ସମ୍ଭାଳି ସେ ଛୁଆର ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ଛୁଆ ଶରୀରର କେତେକ ସ୍ଥାନରେ ଆଘାତ ଲାଗିଛି। ତା’ ହାତ ଓ ଗୋଡ଼ର ହାଡ଼ ଭାଙ୍ଗିଯାଇଥିବା ବେଳେ Nguyen ଙ୍କର ଗୋଡ଼ ମକଚି ହୋଇଯାଇଛି। କିନ୍ତୁ ସେ ସୁସ୍ଥ ଅଛନ୍ତି।