ବିଘ୍ନରାଜ ସଙ୍କଷ୍ଟି : ବିଘ୍ନରାଜ ସଂକଷ୍ଟି ବ୍ରତରୁ ମିଳିଥାଏ ଭଗବାନ ଗଣେଶଙ୍କ ଅପାର କୃପା, ଜାଣନ୍ତୁ ବ୍ରତର ମହତ୍ତ୍ୱ

ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ପ୍ରତି ମାସ କୃଷ୍ଣ ପକ୍ଷର ଚତୁର୍ଥୀକୁ ସଂକଷ୍ଟୀ ଚତୁର୍ଥୀ ବୋଲି କୁହାଯାଇଥା, । ଆଶ୍ୱିନ ମାସ କୃଷ୍ଣ ପକ୍ଷ ଚତୁର୍ଥୀକୁ ବିଘ୍ନରାଜ ସଂକଷ୍ଟି ଚତୁର୍ଥୀ ବୋଲି କୁହାଯାଏ । ଏହି ବ୍ରତ ଭଗବାନ ଗଣେଶଙ୍କୁ ସମର୍ପିତ । ଏହି ଦିନ ବ୍ରତ କରିବା ଦ୍ୱାରା ଭଗବାନ ଗଣେଶଙ୍କ ବିଷେଶ କୃପା ମିଳିଥାଏ । ଏହି ବର୍ଷ ୨୪ ସେପ୍ଟେମ୍ବରରେ ପଡ଼ୁଛି ବିଘ୍ନରାଜ ସଂକଷ୍ଟି ଚତୁର୍ଥୀ ।

କୁହାଯାଏ ଗଣେଶଜୀଙ୍କ ପୂଜା କରିବାରେ କୁଣ୍ଡଳୀରେ ଥିବା ବୁଧ ଗ୍ରହ ମଜବୁତ ହୋଇଥାଏ । ଭଗବାନ ଗଣେଶ ବଳ, ବୁଦ୍ଧି,ବିବେକ ଓ ଜ୍ଞାନ ପ୍ରଦାନ କରିଥାନ୍ତି । ଧାର୍ମିକ ଗ୍ରନ୍ଥରେ କୁହାଯାଇଛି ଯେ ଏହି ବ୍ରତ କରିବା ଦ୍ୱାରା ସବୁ ମନସ୍କାମନା ପୂରଣ ହୋଇଥାଏ । ସେହିପରି ଅମାବ୍ୟାସ ପରେ ଆସୁଥିବା ଚତୁର୍ଥୀକୁ ବିନାୟକ ଚତୁର୍ଥୀ କୁହାଯାଏ ।

ବିଘ୍ନରାଜ ସଂକଷ୍ଟି ଚତୁର୍ଥୀର ମହତ୍ତ୍ୱ :

ମାନ୍ୟତା ରହିଛି କିବିଘ୍ନରାଜ ସଂକଷ୍ଟି ଚତୁର୍ଥୀ ଦିନ ଘରେ ପୂଜା କରିବା ଦ୍ୱାରା ନକରାତ୍ମକ ପ୍ରଭାବ ଦୂର ହୋଇଥାଏ । ଏହି ପୂଜା ଦ୍ୱାରା ଘରେ ଶାନ୍ତି ବଜାୟ ରହିଥାଏ । ଶ୍ରୀ ଗଣେଶ ଭଗବାନ ପରିବାରର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଏହି ଚନ୍ଦ୍ର ଦର୍ଶନକୁ ବି ଶୁଭ ମନାଯାଏ । ପୁରା ବର୍ଷରେ ସଂକଷ୍ଟିର ୧୩ ବ୍ରତ ରଖାଯାଇଥାଏ ।

ବିଘ୍ନରାଜ ସଂକଷ୍ଟି ଚତୁର୍ଥୀ ତିଥୀ :

ହିନ୍ଦୁ ଧର୍ମରେ ଶ୍ରୀ ଗଣେଶଙ୍କ ପୂଜାର ବିଶେଷ ମହତ୍ତ୍ୱ ରହିଛି । କିଛି ବି ଶୁଭ କାର୍ଯ୍ୟ ପ୍ରାରମ୍ଭରୁ ଭଗବାନ ଗଣେଶଙ୍କ ପୂଜା କରାଯାଇଥାଏ । ଚଳିତ ବର୍ଷ ବିଘ୍ନରାଜ ସଂକଷ୍ଟି ଚତୁର୍ଥୀର ଆରମ୍ଭ ସମୟ ୨୪ ସେପ୍ଟେମ୍ବର ସକାଳ ୮ଟା ୨୯ ରୁ ଆରମ୍ଭ ହୋଇ ୨୫ ତାରିଖ ସକାଳ ୧୦ ଟା ୩୬ ଯାଏ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.