ବିକ୍ରମ ସମ୍ବତ ୨୦୮୨ରେ ରାଜା ଓ ମନ୍ତ୍ରୀ ପଦ ସମ୍ଭାଳିବେ ସୂର୍ଯ୍ୟ, ଜାଣନ୍ତୁ କିପରି ରହିବ ଆପଣଙ୍କ ହିନ୍ଦୁ ନବ ବର୍ଷ?

ଆଜି ଠାରୁ ହିନ୍ଦୁ ନବବର୍ଷ ଅର୍ଥାତ୍ ବିକ୍ରମ ସମ୍ବତ ଆରମ୍ଭ ହେବାକୁ ଯାଉଛି । ବିକ୍ରମ ସମ୍ବତ ଭାରତୀୟ ସଂସ୍କୁତି ପାଇଁ ବହୁତ ଗୁରୁତ୍ବପୁର୍ଣ୍ଣ ଅଟେ । ହିନ୍ଦୁ ଧର୍ମରେ ଏହି ସବୁ ପର୍ବ ପର୍ବାଣୀ ଗୁଡିକୁ ଏହି ଦିନଠାରୁ କୈାଣସି ଶୁଭ କାମର ତାରିଖରୁ ଏହାକୁ ନିର୍ଣ୍ଣୟ କରାଯାଇଥାଏ ।
ନୂତନ ବର୍ଷ ନୂତନ ଆଶା, ସୁଯୋଗ ଏବଂ ଖୁସିରେ ପରିପୂର୍ଣ୍ଣ, ଯାହାକୁ ଏକ ନୂତନ ଆରମ୍ଭର ପ୍ରତୀକ ମଧ୍ୟ ବିବେଚନା କରାଯାଏ । ଏହି ସମୟ କେବଳ ବ୍ୟକ୍ତିଙ୍କ ଜୀବନକୁ ପ୍ରଭାବିତ କରେ ନାହିଁ ବରଂ ଦେଶ ଏବଂ ବିଶ୍ୱର କାର୍ଯ୍ୟକଳାପ ଏବଂ ଧାର୍ମିକ ରୀତିନୀତିକୁ ମଧ୍ୟ ପ୍ରଭାବିତ କରିଥାଏ ।
ସାଧାରଣତଃ ନୂତନ ବର୍ଷ ହେଉଛି କିଛି ଛାଡିଯାଇଥିବା ସୁଯୋଗ ଏବଂ ସମ୍ଭାବନାକୁ ପୁନର୍ବାର ହାସଲ କରିବାର ଏକ ସୁଯୋଗ । ଯାହା ସମସ୍ତଙ୍କ ପାଇଁ ବହୁତ ସ୍ୱତନ୍ତ୍ର ହୋଇଥାଏ । ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଜାନୁଆରୀରୁ ବର୍ଷ ଆରମ୍ଭ ହୋଇଥାଏ ।
କିନ୍ତୁ ହିନ୍ଦୁ ଧର୍ମରେ, ଚୈତ୍ର ମାସର ଶୁକ୍ଳ ପକ୍ଷର ପ୍ରତିପଦରୁ ହିନ୍ଦୁ ନବବର୍ଷ ଆରମ୍ଭ ହୁଏ ବୋଲି ବିବେଚନା କରାଯାଏ । ଭଗବାନ ବ୍ରହ୍ମା ଏହି ତିଥିରେ ବ୍ରହ୍ମାଣ୍ଡ ସୃଷ୍ଟି କରିଥିଲେ ବିଶ୍ୱାସ କରାଯାଏ । ଏଥର ହିନ୍ଦୁ ନବବର୍ଷ ୩୦ମାର୍ଚ୍ଚ ୨୦୨୫ ଅର୍ଥାତ୍ ଆଜିଠାରୁ ଆରମ୍ଭ ହେଉଛି । ଏଥର ହିନ୍ଦୁ ନବବର୍ଷ ବିକ୍ରମ ସମ୍ୱତ ୨୦୮୨ ରୂପରେ ଆସିଛି, ଯେଉଁଥିରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଉଭୟ ଦେବତା ମୀନ ରାଶିରେ ଉପସ୍ଥିତ ଅଛନ୍ତି ।
Also read: କାହିଁକି ଚୈତ୍ର ନବରାତ୍ରୀକୁ କୁହାଯାଏ ହିନ୍ଦୁ ନବବର୍ଷ, ଜାଣନ୍ତୁ ଶାସ୍ତ୍ରରେ କଣ ରହିଛି ଉଲ୍ଲେଖ