କୂଅରୁ ପାଣି କାଢ଼ିବା ପାଇଁ ଗାଁର ଏହି ବ୍ୟକ୍ତି କଲେ ଅଜବ ଯୋଗାଡ, ଲୋକେ କହିଲେ, ‘ନିଉଟନଙ୍କ ତୃତୀୟ ନିୟମ’, ଦେଖନ୍ତୁ Video

ସୋସିଆଲ ମିଡିଆରେ ଯୋଗାଡର ଏମିତି ଅନେକ ଭିଡିଓ ଭାଇରଲ ହୋଇଥାଏ। ଏହି ଭିଡିଓଗୁଡ଼ିକୁ ଲୋକେ ବେଶ ପସନ୍ଦ ବି କରିଥାନ୍ତି। ଅନେକ ଥର ଏହି ଯୋଗାଡ ଯୋଗୁ ହିଁ ଅସହଜ କାମ ସହଜ ହୋଇଯାଇଥାଏ। ଏବେ ଠିକ ଏମିତି ହିଁ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ନିଜ ଯୋଗାଡ ଜରିଆରେ କୂଅରୁ ପାଣି ବାହାର କରୁଛନ୍ତି।

ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ପ୍ରବୀଣ କାସବାନ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି କି, କୂଅରୁ ପାଣି ବାହାର କରିବା ପାଇଁ ଜଣେ ବ୍ୟକ୍ତି ଭୌତିକ ବିଜ୍ଞାନ ବ୍ୟବହାର କରିଛନ୍ତି। ସେ ଏକ ଲମ୍ବା ବାଉଁଶ ସାହାଯ୍ୟରେ କୂଅରୁ ପାଣି ବାହାର କରୁଛନ୍ତି। ଏହାକୁ ଲୋକେ ବେଶ ପସନ୍ଦ କରିଛନ୍ତି।

ଭିଡିଓ ପୋଷ୍ଟ କରି ପ୍ରବୀଣ କାସବାନ କ୍ୟାପସନ ଲେଖିଛନ୍ତି, ‘ପାଣିର ଦାମ। ଦେଖନ୍ତୁ କେମିତି ସହଜରେ ଭୌତିକ ବିଜ୍ଞାନ ବ୍ୟବହାର କରାଯାଇଛି। ମେକାନିଜମକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏହା ରାଜସ୍ଥାନର କୌଣସି ଏକ ଜାଗା’। ସୋସିଆଲ ମିଡିଆରେ ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଥର ଦେଖାଯାଇ ସାରିଲାଣି। ଲୋକେ ଏହା ଉପରେ ବିଭିନ୍ନ ପ୍ରକାର କମେଣ୍ଟ ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.