ବର୍ତ୍ତମାନ ଯୁଗରେ ଲୋକମାନେ ଲାଟେଷ୍ଟ ଟ୍ରେଣ୍ଡ୍ ଫଲୋ କରୁଛନ୍ତି। ଫ୍ୟାଶନରେ ଥିବା ପୋଷାକ କିଣୁଛନ୍ତି। ମଡେଲମାନଙ୍କୁ ନକଲ କରୁଛନ୍ତି। କିନ୍ତୁ ଦୁନିଆରେ ଏକ ଏମିତି ବି ଦେଶ ଅଛି ଯେଉଁଠାରେ ଲୋକମାନେ ଆଦୌ ପୋଷାକ ପିନ୍ଧନ୍ତି ନାହିଁ। ଏମାନେ ନିବସ୍ତ୍ର ରହିବାକୁ ପସନ୍ଦ କରନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯଦି ଏଠାକୁ ଆପଣ ଛୁଟି କାଟିବାକୁ ଯାଆନ୍ତି ତେବେ ଆପଣଙ୍କୁ ବି ଲଙ୍ଗଳା ରହିବାକୁ ପଡ଼ିବ।
ବ୍ରିଟେନ୍ର ସ୍ପିଲପ୍ଲାଟ୍ଜ ନାମକ ଗାଁରେ ଗତ ୮୫ ବର୍ଷ ହେବ ଲୋକମାନେ ବିନା ପୋଷାକରେ ରହୁଛନ୍ତି। ବାହାରକୁ ଯାଆନ୍ତୁ କିମ୍ବା କୌଣସି ବନ୍ଧୁ ଘରକୁ ସେମାନେ ଲଙ୍ଗଳା ହୋଇଯାଇଥାନ୍ତି। ଏହି ଅଦ୍ଭୁତ ଗାଁର କେତେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ବାସ କରୁଥିବା ଶିକ୍ଷିତ ଲୋକମାନେ ମଧ୍ୟ ଏହି ନିୟମ ପାଳନ କରିଥାନ୍ତି। ଯେତେ ଧନୀ ହୁଅନ୍ତୁ କି ଗରିବ ସମସ୍ତେ ବିନା ବସ୍ତ୍ରରେ ରହିଥାନ୍ତି।
ଦେଶରେ ବଡ଼ ବଡ଼ ପର୍ଯ୍ୟଟନସ୍ଥଳୀ ରହିଛି। ଏଠାକୁ ଦେଶ ବିଦେଶରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ବୁଲିବାକୁ ଆସିଥାନ୍ତି। ପର୍ଯ୍ୟଟକମାନେ ମଧ୍ୟ ଏଠାରେ ଏହି ବସ୍ତ୍ର ନ ପିନ୍ଧିବା ନିୟମକୁ ପାଳନ କରିଥାନ୍ତି। ଏଠି ଗାଁର ନିଜସ୍ୱ ପବ୍, ହୋଟେଲ, ରେସ୍ତୋରାଁ ସବୁସ୍ଥାନରେ ଲୋକମାନେ ନିବସ୍ତ୍ର ହୋଇ ଚଳପ୍ରଚଳ କରିଥାନ୍ତି। ଏହି ଗାଁର ଲୋକମାନେ ଲଙ୍ଗଳା ହୋଇ ରାସ୍ତାରେ ବି ବୁଲିଥାନ୍ତି। ଏନେଇ ଗାଁର ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ସମସ୍ତେ ଲଙ୍ଗଳା ହୋଇ ବୁଲୁଥିବାରୁ କେହି କାହାକୁ ଲାଜ କରନ୍ତି ନାହିଁ।