ଏମିତି ଏକ ଗାଁ ଯେଉଁଠି କୁକୁର ବାଣ୍ଟନ୍ତି ଘରେଘରେ କ୍ଷୀର !

dogଦୁନିଆରେ ବିଭିନ୍ନ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥାଏ। ମଣିଷ ସମାଜରେ କୁକୁରଙ୍କୁ ସବୁଠାରୁ ବିଶ୍ବସ୍ତ ପାଣୀ ଭାବେ ବିବେଚିତ କରାଯାଇଥାଏ। କୁକୁର ମଣିଷର ସମସ୍ତ କଥା ମାନିଥାନ୍ତି ଏପରିକି ତାଙ୍କ କହିବା ଅନୁଯାୟୀ ସମସ୍ତ କାମ ମଧ୍ୟ କରିଥାନ୍ତି। ଏହି ବାକ୍ୟକୁ ବାରମ୍ବାର ସମସ୍ତ ସ୍ଥାନରେ ପ୍ରମାଣିତ ମଧ୍ୟ କରିଛନ୍ତି କୁକୁର। ତେବେ ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ଏପରି ଏକ ଗ୍ରାମ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କୁକୁର ଘରଘର ବୁଲି କ୍ଷୀର ବାଣ୍ଟିଥାଏ। ଶୁଣିବାକୁ ଆସନ୍ତୁ ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣା।

ତାମିଲନାଡ଼ୁ ଜିଲ୍ଲାର ଏକ ଗ୍ରାମରେ ମଣି ନାମକ କୁକୁର ଘରଘର ବୁଲି କ୍ଷୀର ବାଣ୍ଟୁଛି। ମଣି ଏବେ ନୁହଁ ବରଂ ଦୀର୍ଘ ୬ ବର୍ଷ ହେବା ଏହି କାମ କରି ଆସୁଛି। ଏବେ ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବା ସହ ମଣି ଇଣ୍ଟରନେଟ ସେନ୍ସସନାଲ ପାଲଟିଛନ୍ତି। ମଣି ଏକ ଦେଶୀ କୁକୁର ହେବା ସହ ସେ ତା ମାଲିକ ଭଙ୍ଗବଲୁ ସହ ରହିଥାଏ।

dog

କିଛି ବର୍ଷ ପୂର୍ବେ ଏକ ଗାଡ଼ି ଧକ୍କାରେ ଆହତ ହୋଇ ରାସ୍ତାରେ ପଡ଼ିଥିଲା ମଣି। ସେହି ସମୟରେ ଭଙ୍ଗବାଲୁ ତାକୁ ବଞ୍ଚାଇବା ସହ ତାକୁ ପାଳିପୋଷି ରଖିଥିଲା। ଏହା ପରେ ସେ ମଣିକୁ କ୍ଷୀର ବାଣ୍ଟିବାର ଟ୍ରେନିଂ ଦେଇଥିଲେ। ଯାହାପର ଠାରୁ ସେ ଦୈନିକ କ୍ଷୀର ବାଣ୍ଟିବା ଆରମ୍ଭ କରିଥିଲେ।

ମଣି ସମସ୍ତଙ୍କ ଘରେ ସଠିକ୍ ଭାବେ ଏବଂ ଠିକ୍ ପରିମାଣର ମଧ୍ୟ କ୍ଷୀର ବାଣ୍ଟିଥାଏ। ଏମିତିକି ସେ ଆଜି ପର୍ୟ୍ୟନ୍ତ କେବେ କାହାର ଘର ରାସ୍ତା ମଧ୍ୟ ପାସୋରୀ ନାହିଁ। ଯଦି କୌଣସି ଅଚିହ୍ନା ବ୍ୟକ୍ତି ମଣିଠାରୁ କ୍ଷୀର ନେବା ପାଇଁ ଚେଷ୍ଟା କରନ୍ତି ସେ ତାଙ୍କୁ କାମୁଡ଼ିକୁ ଗୋଡ଼ାଇଥାଏ। ସେ ଲୋକଙ୍କ ଘରକୁ କ୍ଷୀର ଦେଇ ଯିବା ସମୟରେ ଗ୍ରାମବାସୀ ତାକୁ ବିସ୍କୁଟ ଏବଂ ଅନ୍ୟନ୍ୟ ଜିନିଷ ଖାଇବାକୁ ଦେଇଥାନ୍ତି। ମଣି ଦୈନିକ ୨୫ ଲିଟର କ୍ଷୀର ଏକ ଠେଲାଗାଡ଼ିରେ ରଖି ଘରଘର ବାଣ୍ଟିଥାଏ। ଦୁନିଆରେ ବୋଧ ହୁଏ ମଣି ହିଁ ଏମିତି ଏକ ଦେଶୀ କୁକୁର ଯିଏ ବିଲକୁଲ ମଣିଷ ଭଳି କାମ କରିଥାଏ।

Leave A Reply

Your email address will not be published.