ଅଦ୍ଭୁତ ଏହି ଗ୍ରାମ, ନାହିଁ କାହାର ନାମ !!

ନାମ ଏକ ବ୍ୟକ୍ତିଙ୍କର ପରିଚୟ ହୋଇଥାଏ। ବିନା ନାମରେ ସମସ୍ତଙ୍କର ଜୀବନ ନିରାଧାର ହୋଇଥାଏ କିନ୍ତୁ ଥରେ ଭାବନ୍ତୁ ଯଦି ଆପଣଙ୍କର କୌଣସି ନାମ ହିଁ ନଥାନ୍ତା ତେବେ ଲୋକମାନେ ଆପଣ କେମିତି ଡାକିଥାନ୍ତେ ଏବଂ ଆପଣ ନିଜକୁ ଲୋକଙ୍କୁ କେମିତି ପରିଚିତ କରାଇଥାନ୍ତେ। ଭାରତର ଏକ ଗାଁ ଏମିତି ରହିଛି ଯେଉଁଠି ରହୁଥିବା କୌଣସି ବି ବ୍ୟକ୍ତିଙ୍କର ନାମ ନାହିଁ, ଏଠାକାର ଲୋକ ଜଣେ ଜଣଙ୍କୁ ସିଟି ବଜାଇ ଡାକିଥାନ୍ତି। ଏଠାରେ ଲୋକଙ୍କର ନାମକରଣ ହୋଇନଥାଏ,ଅର୍ଥ ଏଠାରେ ଲୋକଙ୍କର କୌଣସି ନାମ ନଥାଏ ଏବଂ ଲୋକମାନେ ଜଣେ ଜଣଙ୍କୁ ଡାକିବା ପାଇଁ ସିଟିର ବ୍ୟବହାର କରିଥାନ୍ତି।
ମେଘାଳୟର ଏକ ଗାଁ ‘କାଙ୍ଗଥାଙ୍ଗ’ ପୂରା ଦୁନିଆରେ ପାଖାପାଖି ଅଲଗା ଏହି ଗାଁରେ ଲୋକ ଜଣେ ଜଣଙ୍କୁ ନାମ ନେଇ ଡାକିନଥାନ୍ତି। ଏଠାରେ କାହାକୁ ଡାକିବାକୁ ହେଲେ ସିଟି ବଜାଇ ଡାକିବାକୁ ପଡିଥାଏ। ଏଠାକାର ଲୋକ ଏହାକୁ ସୁର କହିଥାନ୍ତି। ଏହି ଗାଁରେ ଯେତେବେଳେ କୌଣସି ପିଲା ଜନ୍ମ ହୋଇଥାଏ, ତେବେ ତାର ନାମ ଯାଗାରେ ସିଟିର ଏକ ନୁଆ ଧୂନ କରାଯାଇଥାଏ। ପିଳାକୁ କେଉଁ ସିଟିରେ ଡକାଯିବ ଏହା ପିଲାର ମା ନିଷ୍ପତ୍ତି ନେଇଥାଏ। ସବୁ ସିଟି ଗୋଟିଏ ମିନିଟରୁ କମ୍ ସମୟର ହୋଇଥାଏ ଏବଂ ଏହି ଶବ୍ଦ ପକ୍ଷୀଙ୍କ ସ୍ବରରେ ମେଳ ଖାଇଥାଏ।
ସବୁଠାରୁ ଖାସ କଥା ଏହା ହେଉଛି ଯଦି କାହର ମୃତ୍ୟୁ ହୋଇଯାଏ ତେବେ ତାର ସିଟିକୁ ବ୍ୟବହାର କରିବା ବନ୍ଦ କରିଦିଆ ଯାଇଥାଏ। ଆମକୁ ଳାଗୁଛି ନାମ ଯାଗାରେ ସିଟି ବଜାଇବା ଏକ ବହୁତ ବଡ ସମସ୍ୟା ହୋଇଥାଏ କିନ୍ତୁ ଏହି ଗାଁ ଯେଉଁ ସ୍ଥାନରେ ରହିଛି ସେଠାକାର ପାହାଡି ଅଞ୍ଚଳରେ ମଣିଷଙ୍କର ସ୍ବର ଦୂର ପର୍ୟ୍ୟନ୍ତ ଶୁଣା ଯାଇନଥାଏ।
ବର୍ତ୍ତମାନ ଏଠାକାର ଲୋକ ଏମିତି ଭାବରେ ଏହାର ଅଭ୍ୟାସରେ ପଡି ଯାଇଛନ୍ତି ଯେ ସେମାନଙ୍କୁ ଏହା ସହଜ ଲାଗିଥାଏ। ସେଠାକାର ଲୋକ ମାନଙ୍କ ପାଇଁ ଏହା ସାଧାରଣ କଥା ହେଲେ ମଧ୍ୟ ସମଗ୍ର ଦୁନିଆ ପାଇଁ ଏହା ବହୁତ ଅଜବ କଥା ଅଟେ।