ରାଜସ୍ଥାନରେ ଏପରି ଏକ ଗାଁ ରହିଛି ଯେଉଁଠାରେ ଭୟର କାରଣ ଜାଣିଲେ ଆପଣ ଚକିତ ହୋଇଯିବେ…

କୋଟାର ଚନ୍ଦ୍ରସାଲ ଗାଁରେ ଗ୍ରାମୀଣ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ଏକ ପୋଲ । ଚନ୍ଦ୍ରସାଲ ଗାଁରେ ନଦୀ ସହ ଜଡିତ ହୋଇଥିବା ଲୋକ ବ୍ରିଜ ଠିକ ନତିବା ହେତୁ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇଛନ୍ତି । ବର୍ଷା ଦିନରେଏହି ପୋଲ ଭାଙ୍ଗି ଯାଇଥିବା ଫଳରେ ହନ୍ତସନ୍ତ ହେଉଛନ୍ତି ଏଠାକାର ଗ୍ରାମିଣ ବାସିନ୍ଦା । ଏହି ବର୍ଷ ନଦୀରେ ବହୁତ ସଂଖକ କୁମ୍ଭୀର ଅଛନ୍ତି ।

ଏମିତିରେ ବହୁତ ଲୋକେ କୁମ୍ଭୀର ମାନଙ୍କୁ ନଦୀ କୁଳରେ ଓ ଗାଁରେ ରହିଥିବା କ୍ଷେତରେ ଯାତାୟତ କରୁଥିବା ଲୋକେ ଦେଖିଥିଲେ । ତିନି ହଜାର ଲୋକ ଏହି ଗ୍ରାମରେ ବସବାସ କରୁଥିଲେ ମଧ୍ୟ ଏବେବି ଏହି ଗ୍ରାମର ଲୋକେ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ମନ୍ଦିର ଏବଂ ସ୍ମଶାନ ଘାଟକୁ ଯିବାପାଇଁ ହେଲେ ଏହି ରାସ୍ତା ମଧ୍ୟଦେଇ ଯିବାକୁ ପଡିଥାଏ ।

ଏହି ସଟକଟ ରାସ୍ତାରେ ରହିଥିବା ପୋଲ ମଧ୍ୟ ବିପଦ ସଙ୍କୁଳ ଅବସ୍ଛାରେ ରହିଛି । ଏଠାରେ ରାସ୍ତାଘାଟ ରହିଥିଲେ ମଧ୍ୟ ତାହା ବହୁତ ଲମ୍ବା ରାସ୍ତା ଅଟେ ।ଯାହା ଫଳରେ ସେଠାକାର ବାସିନ୍ଦା ଏହି ରାସ୍ତାରେ ଏତେ ଗମନାଗମନ କରନ୍ତି ନାହିଁ । କିଛି ଧାର୍ମିକ ଓ ଅନ୍ୟ ଆୟୋଜନ କରିବାକୁ ହେଲେ ଲୋକେ ଏହି ରାସ୍ତାରେ ଯିବାଆସିବା କରିଥାନ୍ତି । ଏହି ବହିଯାଇଥିବା ନଦୀରେ ବହୁତ ସଂଖକ କୁମ୍ଭୀର ରହିଛନ୍ତି ।

ପ୍ରଶାସନକୁ ଏହି ସମ୍ପର୍କରେ ଜଣାଇଥିଲେ ମଧ୍ୟ ଏପର୍ଯନ୍ତ କୌଣସି ସମାଧାନର ବାଟ ମିଳିପାରିନାହିଁ । ଏହି ପୋଲଟି ଭାଙ୍ଗି ଯିବାର ୪ରୁ ୫ ବର୍ଷ ମଧ୍ୟ ହୋଇଗଲାଣି । ଯେଉଁ ସମୟରେ ଏହି ଗ୍ରାମରେ କୌଣସି ବ୍ୟକ୍ତି ଯିବାଆସିବା କରନ୍ତି ସେହି ସମୟରେ ସେମାନଙ୍କୁ ଏକ ଫୁଟ କିମ୍ବା ୨ ଫୁଟ ପାଣି ମଧ୍ୟରେ ଯିବାକୁ ପଡିଥାଏ । ବର୍ଷା ରୁତୁରେ ଅଧିକ ପାଣି ହୋଇଯାଏ ।

ଯାହା ଫଳରେ କୁମ୍ଭୀରର ଭୟ ସୃଷ୍ଟି ହୋଇଥାଏ । ନଗର ନିଗମ ଅଧିକାରୀଙ୍କୁ ସୁଚନା ଦେବାପରେ ମଧ୍ୟ ସେମାନେ ଶୁଣିନଥିଲେ ।କୁମ୍ଭୀର ଯୋଗୁଁ ସବୁବେଳେ ସେମାନଙ୍କ ମନ ଭିତରେ ଭୟ ରହୁଛି । ନଦୀରେ ବାସ କରୁଥିବା ଏକ ୧୨ଫୁଟର କୁମ୍ଭୀର ନଦୀ ନିକଟରେ ବସିଥିବା ଏକ ବୃଦ୍ଧ ଲୋକ ଲୋକ ଉପରେ ଆକ୍ରମଣ କରିଥିଲା । ଏବଂ ବୃଦ୍ଧ ଲୋକଙ୍କୁ ପାଣି ଭିତରକୁ ଟାଣି ନେଇ ଯିବାରେ ସଫଳ ହୋଇଥିଲା ।

ତେବେ ବୁଦ୍ଧ ଲୋକଙ୍କ ହାତରେ କୁରାଢ଼ୀ ରହିଥିବା ହେତୁ ସେ କୁମ୍ଭୀର ଆକ୍ରମଣରୁ ନିଜ ଜୀବନକୁ ବଞ୍ଚାଇବାରେ ସଫଳ ହୋଇପାରିଥିଲେ । କିନ୍ତୁ ସେ ନିଜ ହାତକୁ ହରାଇ ଦେଇଥିଲେ । ଚନ୍ଦ୍ରଲୋହୀ ନଦୀ ନିକଟରେ ଗ୍ରାମବାସୀଙ୍କ କ୍ଷେତ ରହିଛି । ପୁର୍ବରୁ ମଧ୍ୟ ଏକ ଚାଷୀଙ୍କ ଗୋଡକୁ ଖାଇଦେଇଥିଲା କୁମ୍ଭୀର ।