ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜେଲ ଯିବା ପରେ ଅନ୍ୟ ଶିକ୍ଷକଙ୍କ ବଦଳି ଦାବିରେ ଗ୍ରାମବାସୀଙ୍କ ଧାରଣା

ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର କୁହାଯାଉଥିବା ବେଳେ କିଛି ଅସାମାଜିକ ଶିକ୍ଷକଙ୍କ ପାଇଁ ଏହି ମନ୍ଦିର ଆସ୍ଥା ହରାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ବ୍ଲକ ସୁଜନପୁର ପଂଚାୟତରେ ହସନପୁର ବାଳିକା ନୋଡ଼ାଲ ବିଦ୍ୟାଳୟରେ । ଏଠାରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଅସଦାଚାରଣ ବ୍ୟବହାର ଯୋଗୁଁ ତାଙ୍କୁ ଜେଲ ଯିବାକୁ ପଡିଥିବା ବେଳେ ଅନ୍ୟ ଶିକ୍ଷକଙ୍କ ବଦଳି ଦାବିକରି ଧାରଣା ଦେଇଥିଲେ ଶତାଧିକ ମହିଳା ,ଅଭିଭାବକ ଓ ଗ୍ରାମବାସୀ । ଏହି ବିଦ୍ୟାଳୟରେ ପୂର୍ବରୁ ଜନୈକ ଛାତ୍ରୀଙ୍କୁ ଅସଦାଚରଣ କରି ନିଲମ୍ବିତ ହୋଇଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ସାହୁ ।

ଅଭିଯୋଗ ପରେ ସଦର ଥାନା ପୋଲିସ ତଦନ୍ତ ଚଳାଇ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ଏହି ଘଟଣାରେ ଅନ୍ୟ ଶିକ୍ଷକ ଓ ପରିଚାଳନା କମିଟି ସଦସ୍ୟ କଣ ପାଇଁ ଚୁପ ରହିଥିଲେ ପ୍ରଶ୍ନ କରିଛନ୍ତି ମହିଳା। ବିଦ୍ୟାଳୟରେ ଅଧୟନରତ ସମସ୍ତ ଛାତ୍ରୀ ମାନଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ଅବିଭାବକ ଓ ଗ୍ରାମବାସୀ।

ବିଦ୍ୟାଳୟରେ ଜନୈକ ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଯାଇଛନ୍ତି ପ୍ରଧାନ ଶିକ୍ଷକ ଦେବ ସାହୁ। ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଅନେକ ଅଭିଯୋଗ ଥିଲେ ମଧ୍ୟ ପରିଚାଳନା କମିଟିର ସଦସ୍ୟ ଓ ଅନ୍ୟ ଶିକ୍ଷକ ମାନେ କାହିଁକି ଚୁପଥିଲେ । ଏପରିକି ଦେବ ସାର ନିଜେ ଶ୍ରେଣୀ ଗୃହରେ ନ ପଢ଼ାଇ ଗାଁ ର କିଛି ଯୁବତୀଙ୍କୁ ବିଦ୍ୟାଳୟରେ ରଖି ପଢ଼ାଇବାକୁ ଅନୁମତି ଦେଇଥିଲେ। ଏହି ସମସ୍ତ ଘଟଣାରେ ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟ ଶିକ୍ଷକଙ୍କ ସମ୍ପୃକ୍ତି ଥିବା ନେଇ ସମସ୍ତ ଶିକ୍ଷକଙ୍କ ବଦଳି ଦାବି କରି ଧାରଣା ଦିଆଯାଇଛି । ଅନ୍ୟପକ୍ଷରେ ତମାମ ଘଟଣା ତଦନ୍ତ କରିବାକୁ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲା ଶିକ୍ଷାଧିକାରୀ।

Also Read:ନିର୍ମାଣଧିନ ପିଚୁ ରାସ୍ତା ମଝିରେ ଉଠିଛି ଘାସ, ଅଭିଯୋଗ ଆଣିଲେ ଗାଁ ଲୋକେ