Categories: ସ୍ପେଶାଲ

ଅନ୍ଧବିଶ୍ବାସ ଯୋଗୁଁ ହ୍ରଦର ପାଣି ପିଉନାହାନ୍ତି ଲୋକେ, ଜାଣନ୍ତୁ ଏହା ପଛର କାରଣ

ବେଙ୍ଗାଲୁରୁ (କେନ୍ୟୁଜ) : ବର୍ତ୍ତମାନ ବିଜ୍ଞାନ ତଥା ଆଧୁନିକ ଯୁଗରେ ମାନବ ସମାଜ ପହଁଚିଥିବା ବେଳେ ଏବେବି ଏହି ମଣିଷ ଅନ୍ଧବିଶ୍ୱାସ ଭିତରେ ବୁଡି ରହିଛି । ପ୍ରତ୍ୟେକ ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳର ସାଧାରଣ ଲୋକ ମାନଙ୍କ ମନରୁ ଏହି କୁସଂସ୍କାର ପ୍ରଥା ସହିତ ଅନ୍ଧବିଶ୍ୱାସକୁ ଦୂରିକରଣ କରିବା ପାଇଁ ସଚେତନତା ବାର୍ତା ଦିଆଯାଉଛି । ଏଥିସହ ଶିକ୍ଷା ମାଧ୍ୟମରେ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି । କେବଳ ସାଧାରଣ ଗ୍ରାମାଞ୍ଚଳ ଲୋକ ମାନଙ୍କ ମନରୁ ଏହି ଅନ୍ଧବିଶ୍ୱାସ ଦୂର କରିବା ତଥା ସେମାନଙ୍କୁ ଆଧୂନିକ ଦୁନିଆ ବିଷୟରେ ସୁଚନା ଦେବା ଆଦି ସଂପର୍କରେ ବାର୍ତ୍ତା ଦିଆଯାଉଛି । ସେଥିଲାଗି ସରକାର ବିଭିନ୍ନ କାର୍ଯ୍ୟକ୍ରମ ଗ୍ରାମାଞ୍ଚଳ ମାନଙ୍କରେ ଆୟୋଜନ କରିବା ସହ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ଏହି ସବୁ କାର୍ଯ୍ୟକ୍ରମ ଆଜି ଫେଲ ମାରିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ଏଚଆଇଭି ରୋଗ ସଂପର୍କରେ ସଚେତନତା କରାଯାଉଥିବା ବେଳେ ଏବେବି ଲୋକମାନଙ୍କ ମନରୁ ଏହି ରୋଗ ବିଷୟରେ ଅନ୍ଧବିଶ୍ୱାସ ଲିଭିନାହିଁ ।

ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁ ସ୍ଥିତ ମାର୍ବ ଗ୍ରାମରେ । ଏହି ଗ୍ରାମ ନିକଟରେ ଏକ ମାର୍ବ ହ୍ରଦ ରହିଛି । ଏହି ହ୍ରଦର ଜଳକୁ ଲୋକମାନେ ପିଇବା ସହ ନିଜ ନିତ୍ୟକାର୍ଯ୍ୟରେ ବ୍ୟବହାର କରୁଛନ୍ତି । ତେବେ ଗତ ୨୯ ତାରିଖରେ ଏକ ମହିଳାର ଶବ ଭାସୁଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ । ତେବେ ଏହି ମହିଳାଙ୍କ ଶବକୁ ଗ୍ରାମବାସୀ ମାନେ ଉଦ୍ଧାର କରିବା ପରେ ଜାଣିବାକୁ ପାଇଲେ ଏହି ମହିଳା ଜଣଙ୍କ ଏର୍ଡସ ରୋଗରେ କିଛିଦିନ ହେବ ଆକ୍ରାନ୍ତ ଥିଲେ । ତେବେ ମାନସିକ ଆଘାତ ପାଉଥିବାରୁ କୈାଣସି କାରଣରୁ ଏକ ସପ୍ତାହ ତଳେ ଏହି ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ତେବେ ଏହି ଖବର ଜାଣିବା ପରେ ଏହି ଜଳ ବ୍ୟବହାରକୁ ନେଇ ଲୋକମାନଙ୍କ ମନରେ ଏକ ସନ୍ଦେହ ସୃଷ୍ଟି ହୋଇଥିଲା । ଫଳରେ ଏନେଇ ଗ୍ରାମବାସୀ ମାନେ ସ୍ଥାନୀୟ ଅଧିକାରୀଙ୍କୁ ଖବର ଦେଇଥିଲେ । ପରେ ବିଭାଗକୁ ଗ୍ରାମବାସୀ ମାନେ ଏଥିରେ ଥିବା ଜଳକୁ ନିସ୍କାସିତ କରିବା ପାଇଁ ପ୍ରାସ୍ଥାବ ମଧ୍ୟ ଦେଇଥିଲେ । ପରବର୍ତ୍ତୀ ସମୟରେ ଅର୍ଥାତ ଗତକାଲି ବିଭାଗ ପକ୍ଷରୁ ଏହି ଜଳକୁ ନିଷ୍କାସିତ କରିବା ପାଇଁ ଗ୍ରାମବାସୀଙ୍କୁ କୁହାଯାଇଥିଲା ।

ତେବେ ଗ୍ରାମବାସୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା ଏହି ହ୍ରଦର ଜଳକୁ ୨୫ଟି ମଟର ପାଇପ ଦ୍ୱାରା ପାଖରେ ଥିବା ମାଲପ୍ରଭା କେନାଲକୁ ନିସ୍କାସିତ କରାଯାଇଛି । ତେବେ ଏହି ହ୍ରଦଟି ବୃହତ ଥିବା ବେଳେ ଏହାର ଜଳକୁ ଗ୍ରାମାଞ୍ଚଳର ଲୋକମାନେ ବ୍ୟବହାର କରନ୍ତି । ତେବେ ଗ୍ରାମାଞ୍ଚଳର ଲୋକମାନଙ୍କ ମନରେ ଥିବା ଅନ୍ଧବିଶ୍ୱାସ ଯେ ଏହି ମହିଳାଙ୍କ ଏର୍ଡସ ରୋଗରେ ଆକ୍ରନ୍ତ ଥିବାରୁ ସେମାନେ ଏହି ଜଳ ବ୍ୟବହାର କଲେ ଏର୍ଡସ ରୋଗରେ ଆକ୍ରନ୍ତ ହେବେ । ସେଥିପାଇଁ ଏହି ଜଳକୁ ନିସ୍କାସିତ କରିଥିଲେ ଗ୍ରାମବାସୀ ।

ତେବେ ବେଙ୍ଗାଲୁରୁ ହୁବି-ଧରୱାର୍ଡ କର୍ପୋରେସନର ସିଏମ୍ଓ ଡାକ୍ତର ପ୍ରଭୁ ବିରଡା ଏନେଇ କହିଛନ୍ତି ଏବେବି ଗ୍ରାମାଞ୍ଚଳର ଲୋକମାନଙ୍କ ମନରୁ ଅନ୍ଧବିଶ୍ୱାସ ଲିପ୍ତ ହୋଇନି । ଏହା ସହିତ ସେମାନେ ଜାଣିବା ଦରକାର ଏର୍ଡସ ରୋଗ କେବଳ ଯୌନସଂପର୍କ ଦ୍ୱାରା ହୋଇଥାଏ । ଏହା ଜଳ,ବାୟୁ ଏବଂ ଏହି ରୋଗୀମାନଙ୍କ ସହ ବାସକରିବା ଦ୍ୱାରା ସଂକ୍ରମିତ ହୋଇନଥାଏ । ତେବେ ଭୟ କରିବାର କିଛି ନାହିଁ । ତେଣୁ ଅଧିକ ସଚେତନାର ଆବଶ୍ୟକ ବୋଲି କହିଛନ୍ତି । କିନ୍ତୁ ଏଠି ଗୋଟିଏ କଥା ମନକୁ ଆସୁଛି ଏବେବି ମଣିଷ ସମାଜ ଅନ୍ଧବିଶ୍ୱାସରେ ଜଡିତ ଅଛି । ତେବେ ସ୍ୱାସ୍ଥ୍ୟ ବିଭାଗ ସଚେତନତା କରିବାରେ ଫେଲ ମାରିଛି ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବାବେଳେ ଏନେଇ ଅଧିକ ସଚେତନତାର ଆବଶ୍ୟକ ଅଛି ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago