ନିଜ ଆଖିକୁ ବି ବିଶ୍ୱାସ କରିବେନି ଆପଣ, ହଠାତ୍‌ ରାସ୍ତାରେ ଛିଡା ହୋଇଥିବା ବ୍ୟକ୍ତି ବନିଯାଉଛି କାର୍‌

ଆପଣ ଏମିତି ଅନେକ ସାଇନ୍ସ ଫିକସନ୍‌ ଫିଲ୍ମ ଦେଖିଥିବେ ଯେଉଁଥିରେ ମଣିଷ ରୋବୋଟ ବନିଯାଇଥାଏ। ଟ୍ରାନ୍ସଫର୍ମାନ୍ସ ଫିଲ୍ମ ଏହି ମାମଲାରେ ବହୁତ ଫେମସ। କିନ୍ତୁ କଣ ଆପଣ କେବେ ବାସ୍ତବରେ ଏମିତି ମଣିଷ ଦେଖିଛନ୍ତି ଯିଏ କାରରେ ପରିଣତ ହୋଇଯାଉଥିବ। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି କାରରେ ପରିଣତ ହୋଇଯାଉଥିବା ନଜର ଆସୁଛନ୍ତି।

ଟ୍ଵିଟର ଆକାଉଣ୍ଟରେ ପ୍ରାୟ ସମୟରେ ବହୁତ ଆମାଜିଙ୍ଗ ଏବଂ ଆଶ୍ଚର୍ଯ୍ୟକର ଭିଡିଓ ପୋଷ୍ଟ କରାଯାଏ। ନିକଟରେ ଟ୍ଵିଟରରେ ଏକ ଭିଡିଓ ସେୟାର କରାଯାଇଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରାଇଦେବ ଆପଣ ଭାବିଭାବୁ ବାଧ୍ୟ ହେବେ ଆପଣ ଯାହା ଦେଖୁଛନ୍ତି କଣ ତାହା ସତ? ଭିଡିଓରେ ଆପଣ ବ୍ୟକ୍ତିଙ୍କ ଟେକନିକ୍‌ ଦେଖିପାରିବେ। ଆଉ ତାଙ୍କ ଟେକିନିକ୍‌ ଦେଖିଲେ ଆପଣ ତାଙ୍କୁ ପ୍ରଶଂସା ନକରି ରହିପାରିବେନି। ବ୍ୟକ୍ତି ଜଣଙ୍କ ଚାହୁଁ ଚାହୁଁ କମାଲର କାରନାମା ଦେଖାଇ ମଣିଷରୁ କାରରେ ବଦଳିଯାଉଛନ୍ତି।

ଭାଇରାଲ ଭିଡିଓରେ ବ୍ୟକ୍ତି ଜଣଙ୍କ ନିଜ ପିଠିରେ ପ୍ଲାଷ୍ଟିକ ସେଟଅପ୍‌ ପିନ୍ଧିଛନ୍ତି। ତାଙ୍କ ହାତରେ ଟାୟାର ଲାଗିଛି ଏବଂ ପିଠିରେ କାରର ଉପର ଭାଗ ଭଳି ଡିଜାଇନ୍‌ ହୋଇଥିବା ନଜର ଆସୁଛି। ତେବେ ଭିଡିଓରେ ଦେଖିବାକୁ ମିଳୁଛି ଯେ ଅଚାନକ ବ୍ୟକ୍ତି ଜଣଙ୍କ ତଳକୁ ନଇଁପଡି ରାସ୍ତାରେ ଏକଦମ୍‌ କାର ଭଳି ଗଡିଯାଉଛନ୍ତି। ସେ ଯେପରି ତଳକୁ ନଉଁଛନ୍ତି ତାଙ୍କ ପିଠି ଉପରେ ଥିବା ପ୍ଲାଷ୍ଟିକର କାରର ଉପର ଭାଗ ହାତରେ ଲାଗିଥିବା ଟାୟାର ସହ ଫିଟ ହୋଇଯାଉଛି ଏବଂ ସେ ଅବିକଳ ଗୋଟେ ଛୋଟ ପିଲାଙ୍କ କାର ଭଳି ଦେଖାଯାଉଛି।

ତେବେ ଏହି ଭିଡିଓକୁ ଏବେ ସୁଦ୍ଧା ଲକ୍ଷେ ରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ଲୋକ ଭିଡିଓକୁ ଦେଖି ନିଜର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି। ଏଥିରେ ଲୋକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି ଆଖିକୁ ବି ବିଶ୍ୱାସ କରିହେଉନି ବ୍ୟକ୍ତି ଜଣଙ୍କ ଏତେ କମାଲର ଆବିଷ୍କାର କେମିତି କଲେ। ଆଉ ଜଣେ ୟୁଜର କହିଛନ୍ତି ତ ମୋ ଛୁଆକୁ କାର ଦେବା ବଦଳରେ ମୁଁ ତାକୁ ଏଇ ଆବିଷ୍କାର ଦେଇଦେବି।

ତେବେ ବାସ୍ତବରେ ମଣିଷ ବେଳେବେଳେ କିଛି ଏମିତି କରିଦିଏ ଯାହା ଆଖିକୁ ବି ବିଶ୍ୱାସ ହୁଏନି। ସତରେ ମଣିଷ ଏମିତି କାମ ସମ୍ଭବ କରିପାରେ। କିନ୍ତୁ ହଁ ଆଜ୍ଞା ଆଜିର ଆଧୁନିକ ଯୁଗରେ ମଣିଷ ସବୁକିଛି କରିଦେଖାଇବାର ସକ୍ଷମ ରଖିପାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.