ଆପଣ ନିଶ୍ଚୟ ବିଭିନ୍ନ ପ୍ରାକରର ଚମତ୍କାର ବା ଦୁଃସାହସିକ କାର୍ଯ୍ୟକଳାପ ପ୍ରଦର୍ଶନ କରୁଥିବା ଦେଖିଥିବେ । ସାଧାରଣ ଲୋକ ବିନା ଅଭ୍ୟାସରେ ଏପରି କଳା ପ୍ରଦର୍ଶନ କରିପାରିବେ ନାହିଁ । କିଛି ଲୋକ ଏପରି ଅଛନ୍ତି ଯେ ସେମାନେ ନିଜ ଚେଷ୍ଟା ମାଧ୍ୟମରେ ବିଭିନ୍ନ ପ୍ରକାର ଚମତ୍କାର କଳା ପ୍ରଦର୍ଶନ କରଥାନ୍ତି ।
ସେହିପରି ନିକଟରେ ଚୌଧୁରି ଚରଣ ସିଂ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବ୍ୟାସ ସମାରୋହରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏଠାରେ କୌଣସି ବୃତ୍ତିଗତ କଳାକାର ନଥିଲେ କିନ୍ତୁ ସଂସ୍କୃତ ଅଧ୍ୟୟନ କରୁଥିବା ଛାତ୍ର-ଛାତ୍ରୀ ଏହି ସମାରୋହରେ ସାମିଲ ଥିଲେ । ସମାରୋହରେ ଦେଖିବାକୁ ମିଳିଥିଲା ଯେ କିଛି ଛାତ୍ର-ଛାତ୍ରୀମାନେ ନିଶ୍ୱାସ ଛାଡି ଗଳାରେ ଏକ ରବରକୁ ବଙ୍କା କରୁଥିଲେ ତ ଆଉ କିଏ ମୁଣ୍ଡରେ ଟ୍ୟୁବ ଲାଇଟକୁ ଫଟାଉଥିଲେ ଏବଂ ଛାତିରେ ପଥରକୁ ଭାଙ୍ଗୁଥିଲେ । ଏହି ସବୁ ପ୍ରତିଭାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ । ଏହା ସହ ଯୋଗ ଅଧ୍ୟୟନ କରୁଥିବା ଛାତ୍ର-ଛାତ୍ରୀମାନେ ଯୋଗ ସମ୍ବନ୍ଧିତ ବିଭିନ୍ନ ପ୍ରକାରର କଳା ପ୍ରଦର୍ଶନ ଗାମୁଛା ମାଧ୍ୟମରେ ବି କରୁଥିଲେ। ଯାହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଦର୍ଶକ ମାନେ କରତାଳି ଦେଉଥିଲେ ।
ଯୋଗ ଶିକ୍ଷା ପ୍ରଦର୍ଶନ କରିଥିବା ଛାତ୍ରୀ ଆୟୁଷି କହିଛନ୍ତି ଯେ ରାଜଭୀର ସାର୍ ସମସ୍ତ ଛାତ୍ର-ଛାତ୍ରୀଙ୍କୁ ଯୋଗ ଶିକ୍ଷା ସମ୍ବନ୍ଧିତ ସବୁ ପ୍ରକାରର ତାଲିମ୍ ଦିଅନ୍ତି । ଏହା ମଧ୍ୟ କହିଛନ୍ତି ଯେ ସମସ୍ତ କୌଶଳ ପ୍ରଦର୍ଶନ କରିବା ପାଇଁ ସେ ଗତ ତିନି ମାସ ଧରି ସହପାଠୀମାନଙ୍କ ସହ ଅଭ୍ୟାସ କରିଥିଲେ । ସେହିଭଳି ଅନ୍ୟ ଜଣେ ଛାତ୍ରୀ କହିଛନ୍ତି ଯେ, ସେ ଏହାକୁ ବହୁତ ପସନ୍ଦ କରନ୍ତି ଆସନ୍ତା ବର୍ଷ ଆୟୋଜିତ ହେବାକୁ ଥିବା ବ୍ୟାସ ସମାରୋହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ।
ସେହିପରି ସଂସ୍କୃତ ବିଭାଗର ସଂଯୋଯକ ପ୍ରଫେସର ବାଚସ୍ପତି ମିଶ୍ର ଗଣମାଧ୍ୟମରେ କହିଛନ୍ତି ଯେ ଏହି ବର୍ଷ ବ୍ୟାସ ସମାରୋହରକୁ ୩୩ତମ ବର୍ଷ ହେଲା । ଏହା ଭାଇ ଦୁଜ୍ର ପବିତ୍ର ପର୍ବରେ ଶୋଭା ଯାତ୍ରା ଠାରୁ ବ୍ୟାସ ସମାରୋହ ଆରମ୍ଭ ହୁଏ । ଏଥିରେ ସଂସ୍କୃତର ସମ୍ବନ୍ଧିତ ପ୍ରତିଯୋଗିତା , କବି ସମ୍ମୀଳନୀ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପ୍ରତ୍ୟେକ ଦିନ ଛାତ୍ର-ଛାତ୍ରାମାନଙ୍କ ଦ୍ୱାରା ଆୟୋଜିତ ହୋଇଥାଏ । ଏହି କ୍ରମରେ ଯୋଗ ଶିକ୍ଷା ପ୍ରଦର୍ଶନ ମଧ୍ୟ କରାଯାଉଥିଲା ଯାହା ପାଇଁ ଛାତ୍ର-ଛାତ୍ରୀ ମାନେ ଆଗରୁ ଅଭ୍ୟାସ କରିଥିଲେ ।