ଯେସାକୁ ତେସା: ବାରମ୍ବାର ହଇରାଣ କରିବାରୁ ମଇଁଷିକୁ ଶୁଣ୍ଢରେ ଟେକି ଫିଙ୍ଗି ଦେଲା ହାତୀ

ଜଙ୍ଗଲରେ ବେଳେ ବେଳେ କିଛି ଏମିତି ଘଟଣା ଘଟେ, ଯାହା ସାଧାରଣ ଲୋକଙ୍କୁ ଆଚମ୍ବିତ କରିଦିଏ। ଏବେ ସେଭଳି ଏକ ଘଟଣାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଏକ ବିରକ୍ତ କରୁଥିବା ମଇଁଷିକୁ ହାତୀ ଶୁଣ୍ଢରେ ଟେକି ଧରିଥିବା ଦେଖିବାକୁ ମିଳିଛି। ଏମିତିରେ ତ ହାତୀ ଏକ ଶାନ୍ତ ଜୀବ। କିନ୍ତୁ ଯେତେବେଳେ ସେ ରାଗିଯାଏ ସେ କାହାର ନୁହେଁ। ଫଟୋରେ କୁଲ ମାଇଣ୍ଡେଡ୍‌ ହାତୀ ଭୀଷଣ ରାଗିବା ପରେ କ’ଣ କରିପାରେ ତାହା ଦେଖାଯାଇଛି।

ହାତୀ ଓ ମଇଁଷିର ଲଢ଼େଇ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫଟୋରେ ଆପଣ ଦେଖିପାରୁଥିବେ ଯେ ଏକ ହାତୀ ମଇଁଷିକୁ ଶୁଣ୍ଢରେ ଧରି ଉପରକୁ ଟେକି ଦେଇଛି। ରିପୋର୍ଟ ମୁତାବକ, ଏହି ଓଜନିଆ ମଇଁଷିର ଓଜନ ୫୦୦ କେଜିରୁ ବି ଅଧିକ ହେବ। କେନିଆର ଏକ ଅଭୟାରଣ୍ୟରେ ଫଟୋଗ୍ରାଫର ଏହି ଫଟୋ ଉଠାଇଛନ୍ତି।

ଫଟୋରେ ଦେଖାଯାଇଛି ଯେ ଏହି ମଇଁଷି ହାତୀର ଛୁଆକୁ ହଇରାଣ କରୁଥିଲା। ବାରମ୍ବାର ଏଭଳି କରିବା ପରେ ମା’ ହାତୀ ରାଗିଯାଇ ମଇଁଷି ଉପରେ ଆକ୍ରମଣ କରିଥିଲା। ହାତୀ ଏତେ ଜୋରରେ ରାଗିଯାଇଥିଲା ଯେ ସେ ଶୁଣ୍ଢରେ ମଇଁଷିକୁ ଉପରକୁ ଟେକି ଦେଇଛି।

ଟ୍ଵିଟରରେ ଗ୍ରୀନ୍‌ ପ୍ଲାଣ୍ଟ ନାମକ ଆକାଉଣ୍ଟରୁ ଏହି ଫଟୋ ସେୟାର କରାଯାଇଛି। ଲୋକମାନେ ଏହି ଫଟୋକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଭଳି ଦୃଶ୍ୟ ପ୍ରଥମ ଥର ପାଇଁ ଦେଖୁଛନ୍ତି ବୋଲି କହିଛନ୍ତି ଲୋକେ। ସେହିପରି ଆଉ ଜଣେ ୟୁଜର କହିଛନ୍ତି ହାତୀ ବି ଏତେ ରାଗେ ବୋଲି ସେ ଏବେ ଜାଣିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.