ଷ୍ଟାଇଲ ଦେଖ୍ କର ଫ୍ଲାୱାର ସମଝା କ୍ୟା…? .ଫାୟର ହେ ୟେ…କହିଲେ ଜୁନିୟର ପୁଷ୍ପାରାଜ
ସୋସିଆଲ ମିଡିଆରେ ଆଜିକାଲି ବହୁତ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆମେ ବେଳେବେଳେ ଟିକେ ଅଟକି ଯାଉ ତ ଆଉ କେତେବେଳେ ସ୍କ୍ରଲ କରିଦେଇଥାଉ ଭିଡ଼ିଓ । ସାଧାରଣତଃ ଆମେ ବହୁତ ବଣ ଜଙ୍ଗଲ ଭିଡିଓ ଦେଖିଥାଉ ତ ଆଉ କେତେବେଳେ ବହୁତ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ ।
ନିଜ ଭିତରେ ଲୁଚି ଯାଉଥିବା ଟାଲେଣ୍ଟକୁ ବାହାରକୁ ଆଣିବା ପାଇଁ ଲୋକେ ଭିଡିଓ ମାଧ୍ୟମରେରେ ନିଜ ଟାଲେଣ୍ଟ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ଆଉ ଏବେ ଏକ ଛୋଟ ପିଲାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଛୋଟ ପିଲା ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ର ଏକ ଦୃଶ୍ୟକୁ ଦେଖାଉଛି । ଯାହା ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହି ଭିଡିଓକୁ ଲୋକେ ୨ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି । ଏହି ଛୋଟ ପିଲାଟିକୁ ଦେଖିଲେ ଆପଣଙ୍କୁ ନିଶ୍ଚୟ ହସ ଲାଗିବ କିନ୍ତୁ ଆପଣ ଏହି କୁନି ପିଲାଟିର ଟାଲେଣ୍ଟ କୁ ପ୍ରସଂଶା ନକରି ରହିପାରିବେ ନାହିଁ । ଭାଇରାଲ ହେବାରେ ଲାଗିଛି ଏହି ଭିଡିଓଟି । ଏହି ଭିଡିଓରେ ଦେଖିବାକୁ ମିଳିଛି ଏକ ଛୋଟ ଛୁଆଟି ଅବିକଳ ପୁଷ୍ପାରାଜ ଭଳି ଢଙ୍ଗରେ ଡ଼ାଇଲଗ କହୁଛି ।
ସେ ଫିଲ୍ମର ଏକ ଘଟିଯାଇଥିବା ଦୃଶ୍ୟକୁ ସମସ୍ତଙ୍କ ଆଗରେ ଦେଖାଉଛି । ଆପଣ ତାକୁ ଠିକ ସମାନ ଢଙ୍ଗରେ ଅଲୁ ଅର୍ଜୁନଙ୍କ ଭଳି ଡାଇଲଗ କହୁଥିବାର ଦେଖିବାକୁ ମିଳୁଛି । ସେ ପୁରା ସିନ ଲୁଙ୍ଗି ଏବଂ ସାର୍ଟ ପିନ୍ଧି ଫିଲ୍ମ ଷ୍ଟାଇଲରେ କହୁଛନ୍ତି । ଯଦି ଦେଖିବା ୱ କାୟର ହେ କହୁଥିବାର ଡାଇଲଗ ଚମତ୍କାର ଭାବରେ କହୁଥିବାର ଦେଖିବାକୁ ମିଳୁଛି । ଯାହାକୁ ଆପଣ ଦେଖିବା ମାତ୍ରେ ତାରିଫ ନ କରି ରହିପାରିବେ ନାହିଁ ।