ସ୍ପେଶାଲ

ମକା ଫସଲକୁ ପକ୍ଷୀମାନଙ୍କ ଠାରୁ ବଞ୍ଚାଇବା ପାଇଁ ଚାଷୀ କରିଲେ କିଛି ଏପରି ଜୁଗାଡ, ଆପଣ ମଧ୍ୟ ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହୋଇଯାଉଛି, ତାହା ଚିନ୍ତା କରିବା ବହୁତ କଷ୍ଟକର ହୋଇଗଲାଣି । ପ୍ରାୟତଃ ମେଟ୍ରୋରେ ହେଉଥିବା କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ତ ଆଉ କେତେ ବେଳେ ସାଧାରଣ ଲୋକଙ୍କ କିଛି କାମର ଜୁଗାଡ କରିବାର ଭିଡିଓ ଭାଇରାଲ ହୋଇଥାଏ । ଏବେ ଏକ ସେହିପରି ଜୁଗାଡ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଯାହାକୁ ଦେଖିଲେ ଆପଣଙ୍କୁ ନିଜ ଆଖି ଉପରେ ବିଶ୍ୱାସ ହେବ ନାହିଁ । ତେବେ ଏହିପରି ଅନେକ ଭିଡିଓ ଭାଇରାଲ ହୋଇଥାଏ, ହେଲେ ଏହି ଜୁଗାଡ ଭିଡିଓ ଦେଖିଲେ ଆପଣ ଏହାକୁ କରିବାର ଚିନ୍ତା ମଧ୍ୟ କରିନଥିବେ । କେବଳ ଏତିକି ନୁହେଁ, ଏହି ଜୁଗାଡ କିଛି ଲୋକଙ୍କୁ ପସନ୍ଦ ମଧ୍ୟ ଆସିଲା ନାହିଁ । ତାହେଲେ ଆସନ୍ତୁ ଜାଣିବା କ’ଣ ରହିଛ ଏହି ଜୁଗାଡି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବର୍ତ୍ତମାନ ଦିନମାନଙ୍କରେ ମକା ଫସଲ କରୁଥିବା ଚାଷୀମାନେ ତାଙ୍କ ଫସଲକୁ ପକ୍ଷୀମାନଙ୍କ ଠାରୁ ବଞ୍ଚାଇବା ପାଇଁ ଏକ ଜୁଗାଡ କରିଛନ୍ତି । ହେଲେ ଅଧିକଂଶ ଲୋକ ଏହି ଜୁଗାଡକୁ ପସନ୍ଦ କରୁନାହାନ୍ତି । କିଛି ଲୋକଙ୍କ ଅନୁସାରେ ଏହି ଜୁଗାଡ ଯୋଗୁ ସେହି ଫସଲରେ ଲାଭ ବଦଳରେ କ୍ଷତି ହୋଇପାରେ ।

ତେବେ ଜଣେ ଚାଷୀ ନିଜ ମକା ଫସଲକୁ ପକ୍ଷୀମାନଙ୍କ ଠାରୁ ବଞ୍ଚାଇ ପାଇଁ ଫସଲ କରିଥିବା ମକାରେ ପ୍ଲାଷ୍ଟିକ୍‌ ବୋତଲ୍‌ ବାନ୍ଧି ଦେଇଛନ୍ତି । ଏହାକୁ ନେଇ କିଛି ଲୋକଙ୍କ କହିବା ଯେ ଏହି ଜୁଗାଡ ଯୋଗୁ ମକା ଠିକ୍‌ ଭାବେ ବିକାଶିତ ହୋଇପାରିବ ନାହିଁ । ସେହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ପଚାରିଛନ୍ତି, ଯେ ଏତେ ବୋତଲ ଆସିବ କେଉଁଠୁ ? ଏହା ସହ ଏଇଟା ପ୍ରଦୂଷଣ କରିବାର ଉପାୟ ନା କି ଫସଲକୁ ରକ୍ଷା କରିବାର ଉପାୟ ।

ଭାଇରାଲ ହେଉଥିବା ଭିଡିଓରେ ଦେଖିପାରିବେ, ଯେ ମକା ଫସଲକୁ ପକ୍ଷୀମାନଙ୍କଠାରୁ ରକ୍ଷା କରିବା ପାଇଁ ମକାଗୁଡିକୁ ପ୍ଲାଷ୍ଟିକ୍ ବୋତଲରେ କଭର କରିଦେଇଛନ୍ତି । ଯାହା ଦ୍ୱାରା ପକ୍ଷୀମାନେ ଏହାର ଶସ୍ୟ ଖାଇ ପାରିବେ ନାହିଁ । ଭିଡିଓରେ ଜରିଆରେ ସେହି ବ୍ୟକ୍ତି ଜଣାଇଛନ୍ତି ଯେ ମକା ଫସଲ ପ୍ରସ୍ତୁତ ହେବା ମାତ୍ରେ ପକ୍ଷୀମାନେ କ୍ଷେତକୁ ଆସିବା ଆରମ୍ଭ କରନ୍ତି ଓ ମକା ଶସ୍ୟ ଖାଇବା ଆରମ୍ଭ କରନ୍ତି । ଯେଉଁ କାରଣରୁ ଫସଲକୁ ଜଗିବା ଏବଂ ପକ୍ଷୀମାନଙ୍କୁ ଘଉଡାଇବା ପାଇଁ କୃଷକମାନଙ୍କୁ କ୍ଷେତରେ ରହିବାକୁ ପଡେ । ତେଣୁ ଏହି କୃଷକ ନିଜ ଫସଲକୁ ପକ୍ଷୀମାନଙ୍କଠାରୁ ରକ୍ଷା କରିବା ପାଇଁ ଏକ ନୂତନ ଉପାୟ ଖୋଜିଛନ୍ତି । ଏହି ଜୁଗଡ୍ ସହିତ ସେ ପ୍ରତ୍ୟେକ ମକାରେ ଏକ ପ୍ଲାଷ୍ଟିକ୍ ବୋତଲ ବାନ୍ଧିଛନ୍ତି । ଏହି ପରିଭାବେ ପକ୍ଷୀମାନେ ମକା ଫସଲ ଖାଇ ପାରିବେ ନାହିଁ ଏବଂ ଚାଷୀଙ୍କୁ କ୍ଷେତରେ ରହିବାକୁ ପଡ଼ିବ ନାହିଁ ।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

4 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

4 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago