ଦଉଡି ଦଉଡି ବରଯାତ୍ରୀଙ୍କ ପାଖରେ ପହଞ୍ଚିଲେ ବର, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଯଦି ଆପଣ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଲୁରୁରେ ରହୁଛନ୍ତି ତେବେ ଟ୍ରାଫିକ କୁ ନେଇ ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ଟିକେ ଭାବିକି ଦେଖନ୍ତୁ ଯଦି ଏଭଳି ସମୟରେ ଜଣେ ବର ଟ୍ରାଫିକରେ ଫସି ଯାଉଛନ୍ତି ତେବେ ସେ କଣ କରିବେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓକୁ ଦେଖି କିଛି ଲୋକ ବରଙ୍କ ପାଇଁ ସହାନୁଭୁତି ଦେଖାଉଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶୌର୍ଯ୍ୟ ଡାୱର ଜାନୁଆରୀ ୨୪ ତାରିଖରେ ଏହି ମଜାଦାର ଭିଡିଓଟି ସେୟାର କରିଥିଲେ ଯାହା ଦ୍ରୁତ ଗତିରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ଏହାକୁ ୨୪ ଲକ୍ଷରୁ ଅଧିକ ଥର ଦେଖି ସାରିଛନ୍ତି । ଯଦିଓ ଘଟଣାର ସଠିକ୍ ତାରିଖ ଏବଂ ସ୍ଥାନ ନିଶ୍ଚିତ ହୋଇନାହିଁ।
ଭିଡିଓରେ ଦେଖାଯାଉଛି ଯେ ଜଣେ ବର ସମ୍ପୂର୍ଣ୍ଣ ବିବାହ ପୋଷାକ ପିନ୍ଧି ତାଙ୍କ ବାରତରେ ପହଞ୍ଚିବା ପାଇଁ ପ୍ରବଳ ଟ୍ରାଫିକରେ ପାଦରେ ଦୌଡୁଛନ୍ତି । ଭିଡିଓର କ୍ୟାପସନରେ ମଜାରେ ଲେଖାଯାଇଛି ତୁମେ ୩୦ ବର୍ଷ ବୟସର ଏହା ତୁମର ବିବାହ କରିବାର ପ୍ରଥମ ଏବଂ ଶେଷ ସୁଯୋଗ । କିନ୍ତୁ ଟ୍ରାଫିକ୍ ଏତେ ଭୟଙ୍କର ରହିଛି ଯେ ଗାଡିରେ ଯିବା ଅସମ୍ଭବ ।
ବ୍ରହ୍ମାଣ୍ଡ ତୁମକୁ ଏକ ସଙ୍କେତ ଦେଉଛି ଭାଇ ଅବିବାହିତ ରୁହ ତୁମେ ସୁରକ୍ଷିତ ରହିବ। ଏହି ଭଳି ମଜାଦାର କମେଣ୍ଟ ୟୁଜର ମାନେ ଲେଖିଛନ୍ତି । ଏହି ଭିଡିଓରେ ଇଣ୍ଟରନେଟ୍ ବ୍ୟବହାରକାରୀମାନେ ବହୁତ ମଜା କରୁଛନ୍ତି । ଜଣେ ୟୁଜର ମଜାରେ କହିଛନ୍ତି କି ବର ଯଦି ଏମିତି ଦଉଡି ମଣ୍ଡପ ପାଖରେ ପହଞ୍ଚି ଯାଉଛନ୍ତି ତାହେଲେ ସେ ବିବାହର ଯୋଗ ।
Also read: ଭାଲେଣ୍ଟାଇନ ଡେରେ ଖୋଲିବ କଙ୍ଗନାଙ୍କ ରେଷ୍ଟୁରାଣ୍ଟ, ସୋସିଆଲ ମିଡିଆରେ ସେୟାର କଲେ ଭିଡିଓ