ଅହିରାଜକୁ ଶିକାର କରୁଛି କୁମ୍ଭୀର; ଦେଖନ୍ତୁ କ’ଣ ହେଉଛି ଏହି ଭୟାନକ ଭିଡିଓରେ…

କୁମ୍ଭୀର ନାଁ ଶୁଣିଲେ ଲୋକଙ୍କ ମନରେ ଛାନିଆ ପଶିଯାଏ। ନଦୀ, ପୋଖରୀ ଆଦି ଯିବାକୁ ଲୋକେ ଭୟ କରନ୍ତି। କୁମ୍ଭୀରକୁ ପାଣିର ରାଜା କୁହାଯାଏ, କାହିଁକି ନା, କେହି ବି ପ୍ରାଣୀ ପାଣି ଭିତରେ କୁମ୍ଭୀରକୁ ଲଢ଼େଇରେ ପରାସ୍ତ କରି ପାରି ନ ଥାଆନ୍ତି। କୁମ୍ଭୀର ସହିତ ଲଢ଼େଇ କରିବା ପ୍ରାୟତଃ ଅସମ୍ଭବ ଥାଏ। ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଏକ କୁମ୍ଭୀର ଚତୁରତାର ସହ କୋବ୍ରା ଶିକାର କରୁଥିବା ଏହି ଭିଡିଓରେ ଦେଖା ଯାଉଛି। ଭିଡିଓଟି ଅତ୍ୟନ୍ତ ଭୟାନକ ରହିଛି। ତେବେ ଏହାକୁ ‘ପ୍ଲାନେଟା ଆନିମଲ୍’ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୪୫,୦୦୦ରୁ ଅଧିକ ୟୁଜର ଲାଇକ୍‌ କରି ସାରିଲେଣି।

ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ପାଣି ଭିତରେ ଲୁଚିକି ବସିଥିବା ଏକ କୁମ୍ଭୀର ନଦୀ କୂଳରେ ଏକ ଅହିରାଜ ସାପକୁ ଦେଖୁଛୁ। ଏହାପରେ ସେ ପାଣିରୁ ସାମାନ୍ୟ ବାହାରି ସାପକୁ ଶିକାର କରିବାକୁ ଚେଷ୍ଟା କରୁଛି। ଖୁବ୍‌ କମ୍‌ ସମୟ ମଧ୍ୟରେ କୁମ୍ଭୀରଟି ଅହିରାଜକୁ ପାଟିରେ ଧରି ନେଉଛି ଏବଂ ଶତ ଚେଷ୍ଟା ସତ୍ତ୍ୱେ କୁମ୍ଭୀର କବଳରୁ ସାପ ମୁକୁଳି ପାରୁନାହିଁ। ଶିକାରୀ କୁମ୍ଭୀର ସାପଟିକୁ ପାଟିରେ ଛିନ୍‌ଭିନ୍‌ କରି ଦେଉଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି। ଏହି ଭିଡିଓ ଉପରେ ନେଟିଜେନ୍ସ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଉଭୟ ଶିକାରୀ। ଜଣେ ଅନ୍ୟକୁ ଖାଇଥାଏ ଏବଂ ଦୁଇଜଣ ଏକାଭଳି ପ୍ରାଣୀ ମଧ୍ୟ। ଫିଲ୍ମ ଭଳି ରାଗ’।

ଆଉ ଜଣେ ୟୁଜର କହିଛନ୍ତି, ‘କ୍ରକ୍‌କୁ ଲାଗୁଛି କି, ଏହାର ଡେଥ୍‌ ରୋଲ୍ କୌଣସି ପ୍ରକାରେ ସାପକୁ ଚିରିଦେବ। ଏହା ଅଳ୍ପ କିଛି ଜାଣେ, ତୁମେ ଏକ କର୍ଡକୁ ନିଜ ଚାରିପଟେ ଘୂର୍ଣ୍ଣନ କରି ଚିରି ପାରିବ ନାହିଁ ’। ସେହିପରି ଜଣେ ଉପଭୋକ୍ତା କହିଛନ୍ତି, ‘ଲାଗୁଛି, ଏହା କ୍ରକ୍‌ ପାଇଁ ଏକ ସହଜ ହତ୍ୟା। ତଥାପି ସେ ସାପ ଉପରେ ବହୁତ ଶକ୍ତି ବ୍ୟବହାର କରିଛି, କୌଣସି ଅଧା ଉପାୟ ନୁହେଁ’। ଜଣେ ୟୁଜର ମଜାଳିଆ ଢଙ୍ଗରେ କମେଣ୍ଟ ଦେଇ କହିଥିଲେ, ଏକ୍‌ମେ କାର୍ଟୁନ୍ ଫାଇଟିଙ୍ଗ୍‌ ଷ୍ଟାଇଲ୍‌’।

Video Credits: Planeta Animal