ଦେଖନ୍ତୁ କେମିତି ଛୋଟ ଛୁଆ ଭଳି ଗାଧୋଉଛି ପାଣ୍ଡା, ଭାଇରାଲ ହେଉଛି ଭିଡିଓ; ଭ୍ୟୁଜ୍‌ ଅତିକ୍ରମ କଲାଣି ୧ ମିଲିୟନରୁ ଅଧିକ

ପାଣ୍ଡା ଏକ ଆଦରଣୀୟ ପ୍ରାଣୀ। ସେ ଯାହା କିଛି ବି ହରକତ କରିଥାଏ, ତାହା ଦେଖିବାକୁ ଖୁବ୍‌ ମଜା ଲାଗିଥାଏ। ସେ କାର୍ଯ୍ୟଗୁଡ଼ିକୁ ଅତ୍ୟନ୍ତ ଖେଳାତ୍ମକ ଢଙ୍ଗରେ କରିଥାଏ। ଘାସରେ ଗଡ଼ିବାଠୁ ଆରମ୍ଭ କରି ଅଳସୁଆ ହେବା ପର୍ଯ୍ୟନ୍ତ, ପାଣ୍ଡାର ପ୍ରତ୍ୟେକଟି କାର୍ଯ୍ୟ ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ହୋଇଥାଏ। ଏବେ ସୋସିଆଲ ମିଡିଆରେ ଏକ ପାଣ୍ଡା ଗାଧୋଉ ଥିବାର ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଛୋଟିଆ କ୍ଲିପ୍‌ରେ ଦେଖାଯାଉଛି କି, ଏକ ପାଣ୍ଡା ଛୋଟ ରାଉଣ୍ଡ ପୁଲରେ ବସିଛି। ଏହା ତା’ର ଗାଧୋଇବାର ସମୟ। ଭିଡିଓରେ ପାଣ୍ଡା ଅତି ଖେଳୁଆଡ଼ ମନୋଭାବରେ ଦେଖିବାକୁ ମିଳୁଛି। ସେ ଛୋଟ ଛୁଆ ଭଳି ସ୍ନାନ ଉପଭୋଗ କରୁଛି। ପାଣି ଭିତରେ ପାଣ୍ଡା ଯେଭଳି ମଜା କରୁଛି, ତାହା ଦେଖିବାକୁ ବହୁତ ଆକର୍ଷଣୀୟ ରହିଛି|

ଭିଡିଓଟି ଇନଷ୍ଟାଗ୍ରାମରେ Your Nature Gram ନାମକ ଆକାଉଣ୍ଟରୁ ଅପଲୋଡ୍ ହୋଇଥିଲା। ଏହି ଆକାଉଣ୍ଟ ସାଧାରଣତଃ ଭ୍ରମଣ, ପ୍ରକୃତି ଏବଂ ଦୁଃସାହସିକ ବିଷୟବସ୍ତୁଗୁଡ଼ିକୁ ପୋଷ୍ଟ କରିଥାଏ | ଏହି ଭିଡିଓ କ୍ଲିପ୍‌କୁ ଏ ପର୍ଯ୍ୟନ୍ତ ୧.୯ ମିଲିୟନରୁ ଅଧିକ ଥର ଦେଖାଯାଇ ସାରିଲାଣି ଏବଂ ନେଟିଜେନ୍ସଙ୍କୁ ଭିଡିଓଟି ଖୁବ୍‌ ପସନ୍ଦ ଆସିଛି। ଏହା ଉପରେ ଜଣେ ୟୁଜର ଲେଖିଛନ୍ତି, ‘ଠିକ୍‌ ଏକ ଶିଶୁ ପରି’। ଆଉ ଜଣେ କହିଛନ୍ତି, ‘ହେ ଭଗବାନ, ସେ ଏତେ ମୁଗ୍ଧକର’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.