ଇଏ କାର୍ ନୁହେଁ ଅଟୋ: ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଏହାର ଭିଡିଓ

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଅଟୋରିକ୍ସାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି ଯେଉଁ ଭିଡିଓ ଦେଖିବା ପରେ ଆପଣ ତାଜୁବ୍ ହୋଇଯିବେ। ଏଥିରେ ଯାତ୍ରୀମାନଙ୍କୁ ସୂର୍ଯ୍ୟକିରଣ ଉପଭୋଗ କରିବାର ସୁଯୋଗ ଦେବା ପାଇଁ ରୁଫ୍‌-ଟପ୍‌ ବ୍ୟବସ୍ଥା ରହିଛି।

ନୂଆଦିଲ୍ଲୀ: ସେ ଧନୀ ହେଉ ବା ଗରିବ ସମସ୍ତେ ଯାତାୟତ କରିବା ପାଇଁ ମୁଖ୍ଯତଃ ଅଟୋରିକ୍ସା ଉପରେ ନିର୍ଭର କରିଥାନ୍ତି। କାରଣ ଏହା ଅନ୍ଯ ଯାନବାହାନର ଭଡ଼ା ଅନୁସାରେ ସାମାନ୍ଯ ଶସ୍ତା । ତେଣୁ ଅଧିକାଂଶ ଲୋକ ଏଥିରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। ସାଧାରଣ ଲୋକଙ୍କ ପାଇଁ ଅଟୋ ହେଉଛି ଲୋକପ୍ରିୟ ପରିବହନ ବ୍ୟବସ୍ଥା।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଅଟୋରିକ୍ସାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି ଯେଉଁ ଭିଡିଓ ଦେଖିବା ପରେ ଆପଣ ତାଜୁବ୍ ହୋଇଯିବେ । ଏହି ଅଟୋକୁ ଦେଖିକି ଜାଣି ପାରିବେନି ଇଏ ଅଟୋ ନା କାର୍। ଆପଣ ଏହି ଭିଡିଓରେ ଦେଖି ପାରିବେ ଯେ ଜଣେ ଅଟୋ ଚାଳକ କିଭଳି ଭାବେ ତାଙ୍କ ଅଟୋକୁ କାର୍‌ର ରୂପ ଦେଇଛନ୍ତି। ଅଟୋରିକ୍ସାଟିକୁ ଏକ ବିଳାସପୂର୍ଣ୍ଣ ଯାନରେ ପରିଣତ କରିଛନ୍ତି। ଏହାକୁ ଏପରି ଡିଜାଇନ୍ କରିଛନ୍ତି ଯେ ତାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ତେବେ ଯେକୌଣସି କାର୍‌ ହେଲେ ବି ତାହା ଅଟୋ ଭଳି କମ୍ ଭଡା ଯାତ୍ରୀମାନଙ୍କୁ ଯୋଗାଇପାରିନଥାଏ। କିନ୍ତୁ ଆମେ ଆରାମ ଦାୟକ ଯାତ୍ରା ପାଇଁ କାର୍ ଉପରେ ନିର୍ଭର କରିଥାଉ। ତେବେ ଏଠାରେ ପ୍ରଶ୍ନ ଆସୁଥିବ ଯେତେ ଯାହା ହେଲେ ବି ଅଟୋଟି କ’ଣ କାର୍‌ ପରି ଆରାମ ଯୋଗାଇବାରେ ସମର୍ଥ ହୋଇଥାଏ? ଯାହାର ଉତ୍ତର ଏହି ଭିଡିଓରୁ ପାଇଯିବେ।

ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଅଟୋକୁ ଏକ ଷ୍ଟାଇଲ୍ସ ରୂପ ଦେଇଛନ୍ତି, ଯେଉଁଥିରେ ଯାତ୍ରୀ ମଧ୍ୟ ଯାତ୍ରା ପାଇଁ ସନ୍ଦ କରିବା ସହିତ ଅତିରିକ୍ତ ଦେୟ ଦେବାକୁ କୁଣ୍ଠାବୋଧ କରିବେନାହିଁ। ସୋସିଆଲ ମିଡିଆରେ ଗୋଲାପୀ ରଂଗର ଏହି ଅଟୋ ରିକ୍ସାର ଏହି ଭିଡିଓଟି ଆଜିକାଲି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।

ଅଟୋରେ ଆରାମଦାୟକ ସିଟ୍‌ ସହିତ ଯାତ୍ରୀମାନଙ୍କୁ ସୂର୍ଯ୍ୟକିରଣ ଉପଭୋଗ କରିବାର ସୁଯୋଗ ଦେବା ପାଇଁ ରୁଫ୍‌-ଟପ୍‌ ବ୍ୟବସ୍ଥା ରହିଛି। ଏହି ଭିଡିଓଟିକୁ ଗତଫେବ୍ରୁଆରି ୨୨ ତାରିଖରେ ସୋସିଆଲ୍‌ ମିଡିଆରେ ପ୍ଳାଟଫର୍ମରେ ସେୟାର୍‌ କରାଯାଇଥିଲା। ଯାହା ସୂଚନା ମଳିଛି, ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଥିବାବେଳେ ୭୧ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରି ସାରିଲେଣି। ଭିଡିଓଟିକୁ ଦେଖି ବ୍ୟବହାରକାରୀମାନେ ଏହା ଉପରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.