ଦୁନିଆର ପ୍ରଥମ ଇଂଜିନିୟର ଏବଂ ବାସ୍ତୁକାର ବିଶ୍ବକର୍ମା, ଜାଣନ୍ତୁ ପୂଜା କରିବାର ମହତ୍ତ୍ବ, ତିଥି ଏବଂ ଶୁଭ ମୁହୂର୍ତ୍ତ

ଆସନ୍ତା ଶୁକ୍ରବାର ୧୭ ତାରିଖରେ ଭଗବାନ ବିଶ୍ବକର୍ମା ପୂଜା ପାଳନ କରାଯିବ। ପ୍ରତିବର୍ଷ ଏହା କନ୍ଯା ସଂକ୍ରାନ୍ତି ଦିନ ପାଳନ କରାଯାଏ। ବିଶ୍ବକର୍ମାଙ୍କୁ ଦୁନିଆର ପ୍ରଥମ ଇଂଜିନିୟର ଏବଂ ବାସ୍ତୁକାର ବୋଲି କୁହାଯାଏ। ଏହିଦିନ ଖାସ୍ କରି ଉଦ୍ଯୋଗ, ଫ୍ଯାକ୍ଟ୍ରି, ମେସିନ ଆଦିର ପୂଜା କରାଯାଏ। ଏହି ଦିନ ସ୍ବତନ୍ତ୍ର ସର୍ବସିଦ୍ଧି ଯୋଗ ରହିଛି। ଏହି ଯୋଗରେ ପର୍ବକୁ ପାଳନ କରାଯିବ।

ପୂଜାର ମହତ୍ତ୍ବ:

ଭଗବାନ ବିଶ୍ବକର୍ମା ହିଁ ଦେବତାଙ୍କ ପାଇଁ ଅସ୍ତ୍ର, ଶସ୍ତ୍ର, ଭବନ ଏବଂ ମନ୍ଦିରର ନିର୍ମାଣ କରିଥିଲେ। ବିଶ୍ବକର୍ମା ସୃଷ୍ଟିର ରଚନା ସମୟରେ ଭଗବାନ ବ୍ରହ୍ମାଙ୍କ ସହାୟତା ମଧ୍ୟ କରିଥିଲେ। ଶାସ୍ତ୍ରରେ ଏହାକୁ ସୃଜନ ଏବଂ ନିର୍ମାଣ ଦେବତା ବୋଲି ମଧ୍ୟ କୁହାଯାଇଛି।

କୁହାଯାଏ କି, ସ୍ବର୍ଗ ଲୋକ, ଦ୍ବାରିକା, ସୁଦର୍ଶନ ଚକ୍ର, ମହାଦେବଙ୍କ ତ୍ରିଶୁଳ ଆଦି ଅସ୍ତ୍ରଶସ୍ତ୍ର ବିଶ୍ବକର୍ମା ହିଁ ବନାଇଥିଲେ। ସ୍ବର୍ଣ୍ଣ ନଗରୀ ଲଙ୍କା, ହସ୍ତିନାପୁର, ଇନ୍ଦ୍ରପ୍ରସ୍ଥ, ଜଗନ୍ନାଥ ପୁରୀ ମନ୍ଦିରକୁ ବିଶ୍ବକର୍ମା ନିର୍ମାଣ କରିଥିଲେ। ତେଣୁକରି ନିର୍ମାଣ ସହିତ ଜଡିତ ଲୋକ ଭଗବାନ ବିଶ୍ବକର୍ମାଙ୍କ ପୂଜା କରନ୍ତି। ଫ୍ଯାକ୍ଟ୍ରି, ୱାକସପ, ମିସ୍ତ୍ରୀ, ଶିଳ୍ପିକାର, ଉଦ୍ଯୋଗିକ ସ୍ଥାନରେ ବିଶ୍ବକର୍ମା ପୂଜା କରାଯାଏ।

ଶୁଭ ମୁହୂର୍ତ୍ତ:

ବିଶ୍ବକର୍ମା ପୂଜା କରିବାର ଶୁଭ ମୁହୂର୍ତ୍ତ ଶୁକ୍ରବାର ସକାଳ ୬ଟା ୦୭ ମିନିଟରୁ ଡିସେମ୍ବର ୧୮ ଶନିବାର ୩.୩୬ ମିନିଟ ପର୍ଯ୍ଯନ୍ତ ପୂଜା କରିପାରିବେ। କେବଳ ରାହୁକାଳ ସମୟରେ ପୂଜା ନିଷିଦ୍ଧ କରାଯାଇଛି। ୧୭ ସେପ୍ଟେମ୍ବରକୁ ରାହୁକାଳ ସକାଳ ୧୦.୩୦ରୁ ଆରମ୍ଭ ହୋଇ ଦ୍ବିପ୍ରହର ୧୨ଟା ପର୍ଯ୍ଯନ୍ତ ରହିବ। ବାକି ସମୟ ପୂଜା ଯୋଗ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.