ହ୍ରଦର ସହର ଭୋପାଳର ବହୁତ ଖାସ୍ ଏହି ୫ଟି ସ୍ଥାନ , ଯଦି ଇତିହାସକୁ ପାଖରେ ଦେଖିବାକୁ ଚାହୁଁଛନ୍ତି ତେବେ ଥରେ ବୁଲିଆସନ୍ତୁ ଏହି ସହର

ନିଜର ପ୍ରାକୃତିକ ସୁନ୍ଦରତା ଏବଂ ହ୍ରଦ ପାଇଁ ପ୍ରସିଦ୍ଧ ସହର ଭୋପାଳର ବିଶେଷତ୍ବ କିଛି ଅଲଗା ଅଟେ। ଯଦି ଆପଣ କଳା, ସଂସ୍କୃତି,ଇତିହାସ ଏବଂ କିଛି ନୂଆ ଦେଖିବା ପାଇଁ ଇଚ୍ଛୁକ ତେବେ ଭୋପାଳର ଏହି ପାଞ୍ଚଟି ସ୍ଥାନ ନିଶ୍ଚିତ ଭାବେ ବୁଲିବାକୁ ଆସନ୍ତୁ। ଏହା ଦ୍ବାରା ଆପଣଙ୍କ ଜ୍ଞାନରେ ବୁଦ୍ଧି ହେବା ସହିତ ନୂତନ କଳା ଏବଂ ସ୍ଥାନ ଦେଖିବାକୁ ପାଇବେ ।

ଟ୍ରାଇବାଲ୍ ମ୍ୟୁଜିୟମ୍ :

tribalଭୋପାଳରେ ଅବସ୍ଥିତ ଏହି ମ୍ୟୁଜିୟମ୍ ଦେଶର ଏକମାତ୍ର ଟ୍ରାଇବାଲ୍ ମ୍ୟୁଜିୟମ୍ ଅଟେ । ଭୋପାଳର ସବୁଜ ପାହାଡ ଉପରେ ତିଆରି ହୋଇଥିବା ଏହି ମ୍ୟୁଜିୟମ ସ୍ଥାପନାର ଉଦ୍ଦେଶ୍ୟ ହେଉଛି ମଧ୍ୟପ୍ରଦେଶର ଜନଜାତିମାନଙ୍କର ଏବଂ ସେମାନଙ୍କର ଜୀବନଶୈଳୀ ସମ୍ପର୍କରେ ଲୋକଙ୍କୁ ଅବଗତ କରିବା । ଏହି ମ୍ୟୁଜିୟମରେ ଛଅଟି ଜନଜାତିମାନଙ୍କ ଜୀବନଶୈଳୀକୁ ଦର୍ଶା ଯାଇଛି ।

ଶିବ ମନ୍ଦିର :

siv templeଭୋଜପୁର ଶିବ ମନ୍ଦିର ଭୋପାଳରୁ ପାଖାପାଖି ୩୨ କିମି ଦୂରରେ ଅବସ୍ଥିତ । ଏହି ମନ୍ଦିରର ନିର୍ମାଣ ରାଜା ଭୋଜ କରିଥିଲେ । ଯେତେବେଳେ କିଛି ଲୋକ ମାନିଥାନ୍ତି କି ଏହାର ନିର୍ମାଣ ପାଣ୍ଡବ ମାନେ କରିଥିଲେ । ଏଠାରେ ୨୨ଫୁଟ୍ ଉଚ୍ଚର ଏକ ଶିବଲିଙ୍ଗ ରହିଛି ।

ରାୟସେନ ଦୁର୍ଗ :

raisenରାୟସେନର ଦୁର୍ଗ ମଧ୍ୟପ୍ରଦେଶର ଗର୍ବ ଅଟେ । ପାହାଡ ଚୂଳରେ ଅବସ୍ଥିତ ଏହି ଦୁର୍ଗର ନିର୍ମାଣ ପଥରରେ କରାଯାଇଛି । ଏହି ଦୁର୍ଗରେ ନଅଟି ବଡ କବାଟ ରହିଛି । ଏହା ପାଖରେ ବହୁ ପ୍ରାଚୀନ ଗୁମ୍ଫା ରହିଛି ଯାହା ଦେଶର ଇତିହାସ ଏବଂ ସଂସ୍କୃତିକୁ ଦର୍ଶାଇଥାଏ । ବର୍ଷରୁ ଥରେ ଏଠାରେ ଲାଗୁଥିବା ମହାଶିବରାତ୍ରୀ ମେଳାରେ ବହୁ ଭକ୍ତଙ୍କ ଭିଡ ଜମିଥାଏ ।

ଗୌହର ମହଲ :

goharଗୌହର ମହଲ ଭୋପାଳର ବଡ ହ୍ରଦ କୂଳରେ ଅବସ୍ଥିତ । ଏହି ସୁନ୍ଦର ମହଲ ଦସିୟା ବେଗମଙ୍କ କାଳର ଅଟେ । ଯାହାକୁ ଭୋପାଳ ରିୟାସତର ପ୍ରଥମ ମହଲ କୁହାଯାଇଥାଏ । ଏହି ମହଲରେ ହିନ୍ଦୁ ଏବଂ ମୋଗଲ ମାନଙ୍କ କାରୁକାର୍ଯ୍ୟ ଦେଖିବାକୁ ମିଳିବ । ଏହି ମହଲରେ ଦିୱାନ-ଏ-ଆମ୍ ଏବଂ ଦିୱାନ୍-ଏ-ଖାସ୍ ଅଛି ।

ବିରଲା ମ୍ୟୁଜିୟମ୍ :

birlaବିରଲା ମ୍ୟୁଜିୟମ୍ ଭୋପାଳ ପର୍ଯ୍ୟଟନ ବିଭାଗର ଏକ ପ୍ରମୁଖ କେନ୍ଦ୍ର । ଏହି ମ୍ୟୁଜିୟମରେ ପର୍ଯ୍ୟଟକମାନଙ୍କୁ ଦେଶର ଇତିହାସ ବିଷୟରେ ବହୁ ସୂଚନା ମିଳିଥାଏ । ଏଠାରେ ୭ରୁ ୧୩ ଶତାବ୍ଦିର ବିଭିନ୍ନ ମୂର୍ତ୍ତି ଦେଖିବାକୁ ମିଳିଥାଏ।