ଥରେ ବୁଲି ଆସନ୍ତୁ ରେଢାଖୋଲ ଦେଦେରା ଜଳପ୍ରପାତ, ଅବସାଦ ପୁରା ଗାଏବ ହୋଇଯିବ

ରେଢାଖୋଲ(କେନ୍ୟୁଜ୍): ଦେଦେରା ଜଳପ୍ରପାତ । ରେଢାଖୋଲରୁ ୫୦ କିଲୋମିଟର ଏବଂ ନାକଟିଦେଉଳରୁ ୩୦ କିଲୋମିଟର ଦୂରରେ ରହିଛି ଏହି ଦେଦେରା ଜଳପ୍ରପାତ । ଗୋଟିଏପଟେ ସୁଉଚ୍ଚ ପାହାଡ଼ ଓ ସେଥିରୁ ପଥର ଉପରେ କଚାଡ଼ି ହୋଇ ପଡୁଥିବା ଝରଣାର ଘୋ ଘୋ ଶବ୍ଦ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରୁଛି । ଆଉ ଶୀତ ଦିନେ ଏଠାରେ ବଣଭୋଜିର ମଜା ନିଆରା । ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାରୁ ଶହଶହ ପର୍ଯ୍ୟଟକ ଏଠାକୁ ଆକୃଷ୍ଟ ହୋଇ ଆସନ୍ତି ବଣଭୋଜି କରିବା ସହ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବାପାଇଁ ।

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦେଦେରା ଜଳପ୍ରପାତକୁ ପର୍ଯ୍ୟଟନ ମାନ୍ୟତା ପାଇବା ପାଇଁ ଦାବି କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାନ୍ୟତା ମିଳିପାରି ନାହିଁ । ଏଠାରେ ମନ୍ଦିର, ପାର୍କ,ଶିଶୁ ଉଦ୍ୟାନ ଓ ରାତ୍ରୀ ରହଣୀ ପାଇଁ ପାନ୍ଥନିବାସ ନିର୍ମାଣ ଉପରେ ଗୁରୁତ୍ୱ ଦେଇଛନ୍ତି ପର୍ଯ୍ୟଟକ । ଏସବୁ ହୋଇପାରିଲେ ଦୂର ଦୂରାନ୍ତରୁ ପର୍ଯ୍ୟଟକମାନେ ଏଠାକୁ ଆସିବା ପାଇଁ ଆହୁରି ଆକର୍ଷିତ ହୋଇପାରନ୍ତେ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଦେଦେରା ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ଏହାର ବିକାଶ ଦିଗରେ ସରକାର ଦୃଷ୍ଟି ଦେଲେ, ପର୍ଯ୍ୟଟକଙ୍କୁ ଏହାର ସୌନ୍ଦର୍ଯ୍ୟ ଆହୁରି ଆକର୍ଷିତ କରିପାରିବ ।