ୱେଟରକୁ ମିଳିଲା ସାଢ଼େ ୩ ଲକ୍ଷର ଟିପ୍, କିନ୍ତୁ ଚାକିରିରୁ ତଡ଼ି ଦେଲେ ରେସ୍ତୋରାଁ ମାଲିକ

ଆମେରିକାର ଏକ ରେସ୍ତୋରାଁରେ ୱେଟର କାମ କରୁଥିବା ଜଣେ ଯୁବତୀଙ୍କୁ ସାଢ଼େ ୩ ଲକ୍ଷର ଟିପ୍ ମିଳିଛି। ଏତେ ବଡ଼ ଆକାରର ଅର୍ଥ ଟିପ୍ ମିଳିବା ପରେ ତାଙ୍କ ଖୁସିର ସୀମା ରହିନଥିଲା। କିନ୍ତୁ ଏହି ଟିପ୍ ହିଁ ତାଙ୍କ ପାଇଁ ଏବେ କାଳ ସାଜିଛି। ଏହି କାରଣରୁ ତାଙ୍କ ଚାକିରି ଚାଲିଯାଇଛି। ଆସନ୍ତୁ ଜାଣିବା ପୂରା ମାମଲା କ’ଣ …

ରିପୋର୍ଟ ମୁତାବକ, ଯୁବତୀଙ୍କ ନାଁ ରୟାନ ବ୍ରାଣ୍ଡସ। ରୟାନ ଆମେରିକାର ଏକ ରେସ୍ତୋରାଁରେ ୱେଟର ଭାବେ କାମ କରନ୍ତି। କିଛି ଦିନ ତଳେ ତାଙ୍କ ରେସ୍ତୋରାଁକୁ ଜଣେ ବିଜନେସମ୍ୟାନ୍ ଆସିଥିଲେ। ତାଙ୍କୁ ରୟାନଙ୍କ ବ୍ୟବହାର ଖୁବ ଭଲ ଲାଗିଥିଲା। ଏଣୁ ସେ ତାଙ୍କୁ ସାଢ଼େ ୩ ଲକ୍ଷ ଟଙ୍କା ଟିପ୍ ଆକାରରେ ଦେଇଥିଲେ।

କିନ୍ତୁ ରୟାନ ବ୍ରାଣ୍ଡସଙ୍କ ଏହି ଖୁସି ଅଧିକ ସମୟ ରହି ନ ଥିଲା। ରେସ୍ତୋରାଁର ମାଲିକ ଏ ନେଇ ଜାଣିବା ପରେ ରୟାନଙ୍କୁ ଏହି ଟଙ୍କାକୁ ସବୁ କର୍ମଚାରୀଙ୍କ ମଧ୍ୟରେ ବାଣ୍ଟିବାକୁ କହିଥିଲେ। ଏହା ଶୁଣିବା ପରେ ରୟାନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ତାଙ୍କୁ କେବେ ଆଗୁରୁ ଏତେ ଟଙ୍କା ଟିପ୍ ମିଳି ନଥିଲା। ସେ ଏହି ଟଙ୍କା ଦେବାକୁ ଅରାଜି ହେବାରୁ ମାଲିକ ତାଙ୍କୁ ଏହା ରେସ୍ତୋରାଁର ପଲିସି ବୋଲି କହିଥିଲେ। ରୟାନ ଏନେଇ ଟିପ୍ ଦେଇଥିବା ବିଜନେସ ମ୍ୟାନଙ୍କୁ ଜଣାଇଥିଲେ। ମ୍ୟାନେଜରଙ୍କୁ ଏ ବିଷୟରେ ଜଣାପଡ଼ିବା ପରେ ସେ କଥା ସେୟାର କରିବା ଆରୋପ ଲଗାଇ ୱେଟରଙ୍କୁ ଚାକିରିରୁ ତଡ଼ି ଦେଇଥିଲେ।

ତେବେ ଏହି ଘଟଣା ପରେ ଉକ୍ତ ବିଜନେସ ମ୍ୟାନ୍ ୱେଟର ରୟାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। ସେ GoFundMe ନାମକ ପେଜ୍ ବନାଇଛନ୍ତି। ଏହି ପେଜ୍ ମାଧ୍ୟମରେ ସେ ରୟାନଙ୍କ ଚାକିରି ଯିବା ପରେ ଏଜୁକେସନ ଲୋନ୍ ସୁଝିବା ପାଇଁ ସାହାଯ୍ୟ କରୁଛନ୍ତି। ପ୍ରକାଶ ଯେ ରୟାନ ଜଣେ ଛାତ୍ରୀ ଓ ତାଙ୍କ ମୁଣ୍ଡ ଉପରେ ଲକ୍ଷାଧିକ ଟଙ୍କାର ଋଣ ରହିଛି। ଏଣୁ ସେ ରେସ୍ତୋରାଁରେ ୱେଟର କାମ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.