ଚର୍ଚ୍ଚାରେ େଓ୍ଵଲ୍ସ ହକି ବିଶ୍ୱ କପ୍‌ ଦଳ, ଚାନ୍ଦା ମାଗି ଖେଳିବାକୁ ଆସିଛନ୍ତି ଓଡ଼ିଶାକୁ

ହକି ବିଶ୍ୱକପ୍‌ରେ ଆଜି େଓ୍ଵଲ୍ସକୁ ଭେଟିଛି ଆୟୋଜକ ଭାରତୀୟ ଦଳ । େଓ୍ଵଲ୍ସ ଟିମ୍‌ ନୂଆ କରି ଆସିଛି ବିଶ୍ୱକପ୍‌କୁ । ତେଣୁ ପୂରା ଅଜଣା ନହେଲେ ବି ଅତି ଜଣାଶୁଣା ନୁହେଁ ଏହି ଦଳ । ହେଲେ ଅନେକ ସଂଘର୍ଷ କରି ଏହାର ଖେଳାଳିମାନେ ଦଳକୁ ଏତେଦୂର ଆଣି ପାରିଛନ୍ତି । ଆଜି ଭାରତ ସହ ଯେଭଳି ଖେଳ ଦେଖାଇଲା ଭବିଷ୍ୟତରେ ଆହୁରି ଶକ୍ତିଶାଳୀ ଦଳ ହୋଇ ବାହାରିବ ବୋଲି ଜଣାଇ ଦେଲା । ତେବେ ବିଶ୍ୱକପ୍‌ ଆସିବା ଯାଏ ସେମାନଙ୍କ ସଂଘର୍ଷର କଥା ଜାଣିଲେ ଆପଣ ବି ବାହାବା ଦେବେ ଏହି ଟିମ୍‌କୁ ।

ଆଜି େଓ୍ଵଲ୍ସ ବିପକ୍ଷରେ ମଇଦାନକୁ ଓହ୍ଲାଇବ ଭାରତୀୟ ଦଳ । ହକି ବିଶ୍ୱକପରେ ପ୍ରଥମ ଥର ପାଇଁ ଭାଗ ନେବାକୁ ସୁଯୋଗ ପାଇଥିବା େଓ୍ଵଲସ ଆରମ୍ଭରୁ ରହିଛି ଚର୍ଚ୍ଚାରେ । ଚର୍ଚ୍ଚା ବିଶ୍ୱକପରେ ଦଳର ପ୍ରଦର୍ଶନକୁ ନେଇ ନୁହେଁ ବରଂ ଏହି ମହାକୁମ୍ଭରେ ସାମିଲ ହେବା ପାଇଁ େଓ୍ଵଲ୍ସର ଖେଳାଳି କରିଥିବା ସଂଘର୍ଷକୁ ନେଇ । ଯାହା କୌଣସି ଫିଲ୍ମର କାହାଣୀଠୁ କମ୍‌ ନୁହେଁ । ଜାଣି ଆଶ୍ଚର୍ଯ୍ୟ ହେବେ େଓ୍ଵଲ୍ସ ଦଳର ଖେଳାଳିଙ୍କ ଭିତରୁ କିଏ ବୈଜ୍ଞାନିକ ତ ଆଉ କିଏ ଇଂଞ୍ଜିନିୟର । କିଛି ସ୍କୁଲ ଶିକ୍ଷକ ମଧ୍ୟ େଓ୍ଵଲ୍ସ ଦଳ ତରଫରୁ ଖେଳୁଛନ୍ତି । ଆର୍ଥାତ୍‌ ଦଳର ପ୍ରାୟ ଖେଳାଳି ଜବ୍‌ କରନ୍ତି ଓ ପାର୍ଟଟାଇମ ହକି ଖେଳନ୍ତି ।

wales-2

କଠିନ ପରିଶ୍ରମ କରି ଦଳ ବିଶ୍ୱକପ ଲାଗି କ୍ୱାଲିଫାଏ କରିଥିଲା । ହେଲେ ଭାରତ ଆସିବାକୁ ହାତରେ ନଥିଲା ପଇସା । ବିଶ୍ୱକପରେ ସାମିଲ ହେବାକୁ ନା େଓ୍ଵଲ୍ସ ସରକାରଙ୍କ ସେତିକି ସହଯୋଗ ମିଳିଲା ନା ସେଠାକାର କର୍ପୋରେଟ୍‌ ଜଗତର । ଭାରତ ଆସିବା ପାଇଁ େଓ୍ଵଲ୍ସ ଦଳର ଖେଳାଳି ନିଜ ଦେଶର ନାଗରିକଙ୍କୁ ଆର୍ଥିକ ସହଯୋଗ ମାଗିବାକୁ ନିଷ୍ପତ୍ତି ନେଲେ । ଟାର୍ଗେଟ୍‌ ରଖାଗଲା ପ୍ରାୟ ୨୫ ଲକ୍ଷ ଟଙ୍କା । ହେଲେ କ୍ରାଉଡ ଫଣ୍ଡିଂରୁ ଠୁଳ ହୋଇଥିଲା ମାତ୍ର ୫ ଲକ୍ଷ ଟଙ୍କା । ବାଧ୍ୟ ହୋଇ ଖେଳାଳିଙ୍କୁ ଭାରତ ଆସିବାକୁ ନିଜ ପକେଟରୁ ଟଙ୍କା ଖର୍ଚ୍ଚ କରିବାକୁ ପଡିଲା ।

ଖେଳ ଖର୍ଚ୍ଚ ତୁଲାଇବା ପାଇଁ ସବୁ ଖେଳାଳିଙ୍କୁ ପ୍ରତିବର୍ଷ ଏକ-ଏକ ଲକ୍ଷ ଟଙ୍କା କଣ୍ଟ୍ରିବ୍ୟୁଟ୍‌ କରିବାକୁ ପଡିଥାଏ । ଯେଉଁ ପଇସାରେ କିଣାଯାଏ ହକି ଷ୍ଟିକ୍‌, ବଲ ଓ ଅନ୍ୟାନ୍ୟ ଖେଳ ସାମଗ୍ରୀ । ପୂର୍ବରୁ େଓ୍ଵଲ୍ସ ଦଳ ବିଶ୍ୱ ର‍୍ୟାଙ୍କିଂରେ ଥିଲା ଟପ-୩୦ ବାହାରେ । ଖେଳାଳିଙ୍କ ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ଦଳ ଆଜି ଟପ୍‌ ୧୫ରେ ସ୍ଥାନ ପାଇଛି ।
ଏବେ ଆସନ୍ତୁ ଜାଣିବା େଓ୍ଵଲ୍ସ ଖେଳାଳିଙ୍କ କାହାର କଣ ପେସା । ଟିମର ଅଧିନାୟକ ରୁପର୍ଟ ଶିପର୍ଲେ ଜଣେ ବାୟୋ ସାଇଣ୍ଟିଷ୍ଟ ଓ ଇଞ୍ଜିନିୟର । ଦଳର ୩ ଜଣ ଖେଳାଳି ସ୍କୁଲର ଶିକ୍ଷକ । ଜଣେ ଖେଳାଳି ଜିମ୍‌ ଟ୍ରେନର ଆଉ ଜଣେ ନ୍ୟୁିଟ୍ରିସନିଷ୍ଟ । ଦଳର ଜଣେ ଖେଳାଳି ଲଣ୍ଡନର ସେଣ୍ଟ ଜର୍ଜ ହସ୍ପିଟାଲରେ କ୍ଲିନିକାଲ୍‌ ଭାସ୍କୁଲାର୍‌ ସାଇଣ୍ଟିଷ୍ଟ ଭାବେ କାମ କରନ୍ତି ।… ସତରେ ହକି ପାଇଁ ଏମାନଙ୍କ ନିଷ୍ଠା ନିଶ୍ଚୟ ପ୍ରଶଂସନୀୟ ।

 

Leave A Reply

Your email address will not be published.