ରାସ୍ତାରେ ଏକୁଟିଆ ସ୍କେଟିଂ କରି କରି ଶେଷରେ ବରଯାତ୍ରୀ ଧରି ପହଞ୍ଚିଗଲା ବର, ପୁଣି ବିବାହ ପରେ କନ୍ୟାକୁ ଧରି ହୋଇଗଲା ଫେରାର!

ବିବାହ ବନ୍ଧନରେ ବାନ୍ଧି ହେବା ପୂର୍ବରୁ ଅନେକ ଲୋକ ଏମିତି ଅଛନ୍ତି, ଯେଉଁମାନେ ନିଜ ବିବାହକୁ ନେଇ ବହୁତ ଉତ୍ସାହିତ ଥାଆନ୍ତି। ଏହାକୁ ସ୍ମରଣୀୟ କରିବା ପାଇଁ ଅଜବ ହରକତ ସବୁ କରିଥାନ୍ତି। ଏବେ ବିଦେଶରୁ ଏମିତି ଏକ ନିଆରା ବିବାହ ଦେଖିବାକୁ ମିଳିଛି। Indian Weddings and Brides ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡ଼ିଓ ସେୟାର କରାଯାଇଛି।

ଭିଡି଼ଓରେ ଦେଖାଯାଉଛି କି, ବର ନିଜର ଶାନଦାର ଏଣ୍ଟ୍ରି ପାଇଁ ସ୍କେଟିଂ ବୋର୍ଡ ସଦୃଶ ଏକ ଗାଡ଼ି ଉପରେ ଛିଡ଼ା ହୋଇ ବରଯାତ୍ରୀ ଧରି ବାହାରିଛି। ରାସ୍ତାରେ ଯାଉଥିବା ବେଳେ ବର ଜଣକ ସ୍କେଟିଂ ବୋର୍ଡ ଉପରେ ବସି, ଶୋଇ, ଛିଡ଼ା ହୋଇ ଏକଦମ ଅଲଗା ଅଲଗା ଅନ୍ଦାଜରେ ପୋଜ ଦେଇଥିଲେ। ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ତାଙ୍କର ଭିଡ଼ିଓ ଏବଂ ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା।

ବର ଯେତେବେଳେ ମଣ୍ଡପ ପାଖରେ ପହଞ୍ଚିଥିଲା, ତ ପରିବାର ଲୋକେ ତାଙ୍କର ସାଥ ଦେଇଥିଲେ ଏବଂ ବରଯାତ୍ରୀ ଦଳ କନ୍ୟା ଘର ସାମ୍ନାରେ ବଢ଼ିଆ ଢଙ୍ଗରେ ଏଣ୍ଟ୍ରି ମାରିଥିଲେ। ସେପଟେ କନ୍ୟା ଘର ଲୋକେ ମଧ୍ୟ ବର ଓ ବରଯାତ୍ରୀଙ୍କୁ ନିଆରା ଷ୍ଟାଇଲରେ ସ୍ୱାଗତ କରିଥିଲେ।

ଏହାପରେ ଭବ୍ୟ ଅନ୍ଦାଜରେ ବର, କନ୍ୟାଙ୍କ ବିବାହ ହୋଇଥିଲା। ଶେଷରେ ବର ନିଜର ସେହି ଗାଡ଼ି ଉପରେ ଛିଡ଼ା ହୋଇ କନ୍ୟାକୁ ଧରି ଛୁ ମାରିଥିଲା। ତେବେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଏକ ଅଜବ ପ୍ରକାରର ବିବାହ ଆୟୋଜନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.