ଚୀନ ଆମେରିକା ହେବେ କି ମୁହାଁମୁହିଁ ? ଶକ୍ତି ସଞ୍ଚୟ କରୁଛି ଚୀନ , ଜବାବ ଦେବା ଲକ୍ଷ୍ୟରେ ମହାଶକ୍ତି ……

ୟୁକ୍ରେନ ସଂଙ୍କଟ ମଧ୍ୟରେ ଚିନ ଓ ଋଷର ବନ୍ଧୁତାକୁ ନେଇ ଆମେରିକା ଚିନ୍ତାରେ । ଏହାରି ଭିତରେ ଆମେରିକାର ଟପ ଜେନେରାଲ ମାର୍କ ମିଲେ ଚେତାବନୀ ଦେଇଛନ୍ତି କି ଚୀନ ଓ ଋଷ ଏବେ ବିଶ୍ୱର ସ୍ଥିତିକୁ ବଦଳାଇବାର ଲକ୍ଷ୍ୟରେ ଅଛନ୍ତି । ଜେନେରାଲ ମାର୍କ ମିଲେ ଆମେରିକାର ଜଏଣ୍ଟ ଚିପ୍ସ ଅଫ ଷ୍ଟାପର ଚେୟାରମ୍ୟାନ ଅଟନ୍ତି । ମାର୍କ ମିଲେ ଆମେରିକା କଂଗ୍ରେସରୁ ପେଣ୍ଟାଗନ ପାଇଁ ଅଧିକ ବଜେଟର ଦାବି କରିଛନ୍ତି । ସେ କହିଛନ୍ତି କି ଏହି ଅର୍ଥ ଏକ ଏଭଲି ଯୁଗ ପାଇଁ, ଯେଉଁଠାରେ ପ୍ରମୁଖ ଶକ୍ତି ମଧ୍ୟରେ ଏକ ବଡ ଯୁଦ୍ଧର ସମ୍ଭାବନା ରହିଛି । ଆମେ ଏକ ଏଭଳି ଦୁନିଆରେ ପ୍ରବେଶ କରୁଛେ ଯାହା ଅଧିକରୁ ଅଧିକ ଅସ୍ଥିର ହୋଇ ହୋଇ ଯାଉଛି । ମହା ଶକ୍ତି ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ଅନ୍ତରାଷ୍ଟ୍ରୀୟ ସଂଘର୍ଷର ସମ୍ଭାବନା ଏବେ ବଢି ଚାଲିଛି ବୋଲି କହିଛନ୍ତି ମିଲେ ।

ମିଲେଙ୍କ କହିବା ଅନୁଯାୟୀ ୟୁକ୍ରେନ ଉପରେ ଋଷର ଆକ୍ରଣଣ ଫଳରେ ନା କେବଳ ୟୁରୋପର ଶାନ୍ତି ଓ ସ୍ଥିତି ସଙ୍କଟରେ ବରଂ ପୁରା ବିଶ୍ୱର ଶାନ୍ତି ବିପଦରେ । ସେ କହିଛନ୍ତି କି ଯାହାର ରକ୍ଷା ପାଇଁ ମୋ ମାତା ପିତା ଓ ଆମେରିକାର ଏକ ପିଢୀ ବହୁତ ହି କଠିନ ଯୁଦ୍ଧ ଲଢିଛନ୍ତି । ଅନେକ ରିପବ୍ଲିକିଆନ ଓ ଡେମୋକ୍ରାଟିକ ସାଂସଦ ଜଏଣ୍ଟ ଚିପ୍ସ ଅଫ ଷ୍ଟାପ ଅଫ ଚେୟାରମ୍ୟାନ ମାର୍କ ମିଲେଙ୍କ ବଡେଟ ବଢାଇବାର ଦାବି ଉପରେ ସମର୍ଥନ କରିଛନ୍ତି । ତାଙ୍କର କହିବା କଥା କି ମୁଦ୍ରାସ୍ପିତି ହିସାବରେ ରକ୍ଷା ବିଭାଗକୁ ଅଧିକ ବଜେଟ ଦିଆଯିବା ଉଚିତ ।

ୟୁରୋପରେ ଅମେରିକା ଓ ନାଟୋର ସହଯୋଗୀ ରାଷ୍ଟ୍ର ପାଇଁ ଋଷ ଦ୍ୱାରା ବିପଦ ବଢିବା ୟୁକ୍ରେନ ଉପରେ ଲଗାତାର ଆକ୍ରମଣକୁ ନେଇ ସ୍ପଷ୍ଟ ହୋଇଛି । କିନ୍ତୁ ମିଲେ ସେହି ବୈଠକରେ ଋଷ ଉପରୁ ଥିବା ବିପଦ କଥା ଚିନ ସହ ଯୋଡିଛନ୍ତି । ଏହି କିଛି ଦିନ ଭିତରେ ଚିନ ନୌସେନାର ଶକ୍ତିବୃଦ୍ଧି ଅମେରିକାର ସୁରକ୍ଷାକର୍ମୀଙ୍କୁ ବହୁ ସମସ୍ୟାରେ ପକାଉଛି । ଋଷ ଓ ଚୀନ ଏହି ସମୟରେ ହାଇପରସୋନିକ ମିସାଇଲର ଟେଷ୍ଟା କରୁଛନ୍ତି । ଯାହା ଫଳରେ ଅମେରିକାର ଚିନ୍ତା ଆହୁରି ବଢିଯାଇଚି । ଆଉ ଏସବୁ ପ୍ରସ୍ତୁତିକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ଜୋର ଧରିଛି ।

ଚୀନ ବିଶେଷଜ୍ଞ ଡେଟା ବାଲିଷ୍ଟିକ ଓ ସେଣ୍ଟର ଫର ସ୍ଟେଣ୍ଟେଜିକ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜର ସିନିୟର ଫେଲୋ ମେଥ୍ୟୁ ପି ଫର୍ଣାୟଲ କହିଛନ୍ତି କି ଚିନର ଏକ ଦୀର୍ଘକାଳୀନ ଲକ୍ଷ୍ୟ ରହିଛି ଯେଉଁଥିିରେ ଆମେରିକା ସାମିଲ ରହିଛି । ଚିନ ନିଜକୁ ଇଣ୍ଡୋ ପାସିଫିକ କ୍ଷେତ୍ରରେ ପ୍ରମୁଖ ଶକ୍ତି ରୂପରେ ସ୍ଥାପିତ କରିବାକୁ ଚାହୁଁଛି । ଯେଉଁଥିପାଇଁ ତାକୁ ପ୍ରଥମେ ଆମେରିକାକୁ ହଟାଇବାକୁ ପଡିବ । ଏମିତିରେ ଚିନ ନିଜର ନୌସେନାର ଅପଗ୍ରେଡେସନ ଓ ଶକ୍ତି ବଢାଇବା ଦିଗରେ ଧ୍ୟାନ ଦେବାରେ ଲାଗିଛି । ଚିନ ନୂଆଁ ନୁଆଁ ଯୁଦ୍ଧପୋତ, ଏୟାରକ୍ରାଫ୍ଟ, କ୍ୟାରିୟର ଆଦିର ନିର୍ମାଣରେ ଲାଗିଛି ।

ଯଦି ଦେଖାଯାଏ, ରକ୍ଷା ବଜେଟ ମାମଲାରେ ଚୀନ ଏବେ ବି ଆମେରିକାଠାରୁ ବହୁ ପଛରେ । କିନ୍ତୁ ଏକ ମହତ୍ୱପୂର୍ଣ୍ଣ କଥା ଏଇଆ କି ଆମେରୀକା ସେନା ସବୁବେଳେ ବିଶ୍ୱରେ ସ୍ଥିତି ଶାନ୍ତି ରଖିବାକୁ ଚେଷ୍ଠାରେ ଥାଏ । ଅମେରିକାର ସେନା ସବୁଠୁ ବିଶ୍ୱରେ ଶକ୍ତିଶାଳୀ । ସେମିତିରେ ଚିନର ସେନା ବି ସବୁବେଳେ ଆକ୍ଟିଭ ରହିଥାନ୍ତି । କିନ୍ତୁ ଚିନ ନିଜ ପଡୋଶୀ ଦେଶ ତୁଳନାରେ ରକ୍ଷା କ୍ଷେତ୍ରରେ ଅଧିକ ଖର୍ଚ୍ଚ କରିଥାଏ । ଟେକ୍ନୋଲୋଜି କ୍ଷେତ୍ରରେ ମଧ୍ୟ ଅମେରିକା ଚିନଠାରୁ ଆଗରେ । ଯଦି ଚିନକୁ ବରାବରି କରିବାକୁ ହୁଏ ତେବେ ନିଜ ଇନଫ୍ରାଷ୍ଟ୍ରକ୍ଚର ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସରିବା ପରଠାରୁ ଆମେରିକା ସେନା ସବୁବେଳେ ବିଶ୍ୱରେ ହେଉଥିବା ସମସ୍ତ ସମସ୍ୟା ସହ ସାମିଲ ରହିଛି । ଅମେରିକା ସେନାର ପାଖାପାଖି ସମସ୍ତ ଜେନେରାଲ କୌଣସି ବି ଯୁଦ୍ଧ ସମୟରେ କାମ କରିଛିନ୍ତି । କିନ୍ତୁ ଚୀନ କଥା ଯଦି କହିବା ବିନା ଗୁଳି ଚଳାଇବି ଅନେକ ଅପିସର ରିଟାୟର ନେଇ ସାରିଛନ୍ତି ଯାହା ଯୁଦ୍ଧ ସମୟର ଅନୁଭବରେ ମଧ୍ୟ ଚୀନକୁ ପଛରେ ପକାଉଛି ।

ଚିନ ଓ ଋଷ ଯଦିଓ ବର୍ତ୍ତମାନ ଏକାଠି ଭାବରେ ନଜର ଆସୁଥାଇପାରନ୍ତି କିନ୍ତୁ କହିରଖୁଛୁ ସେମାନେ ପାରମ୍ପରିକ ସହଯୋଗୀ ନୁହେଁ । ଏହି ଦୁଇ ଦେଶ ମଧ୍ୟରେ ହିଂସାର ଇତିହାସ ବହୁ ପୁରୁଣା । ଅମେରିକା ଓ ନାଟୋର ସମ୍ବନ୍ଧ ଚିନ ଓ ଋଷ ସହ କରାଯାଇପାରିବ ନାହିଁ । ଦୁଇ ଦେଶ ମଧ୍ୟରେ ପୂର୍ବରୁ ସୀମା ବିବାଦ ରହିଆସିଛି । ଏମିତିକି ଅନେକଥର ସୈନ୍ୟ ମୂତୟନ ବି ହୋଇଛନ୍ତିି । ୟୁକ୍ରେନ ଉପରେ ଋଷର ଆକ୍ରମଣ ସମୟରେ ଅଧିକାଂଶ ନାଟୋ ସହଯୋଗୀ ଅମୋରିକାର ନେତ୍‌ୃତ୍ୱ ପାଇଁ ଏଗଜୁଟ ହୋଇଥିଲେ । ଯେତେବେଳେ କି ଚିନ ଏବେବି ଋଷ ଠାରୁ ଦୂରତା ଅବଲମ୍ବନ କରୁଛି ।

ଚିନ ଏବେ ନିଜ ନୌସେନାକୁ ଶକ୍ତିଶାଳୀ କରୁଛି । ଏମିତିକି ଚିନ ନିଜର ତୃତୀୟ ଏୟାରକ୍ରିଫ୍ଟ କ୍ୟାରିୟର ଲଞ୍ଚ କରିବାକୁ ଯାଉଛି । ଏହି କ୍ୟାରିୟରରେ ବିମାନ ଉଡାଣ ଭରିବାକୁ ସ୍କିଜମ୍ପ ସ୍ଥାନରେ ଫୈଟାପଲ୍ଟ ସିଷ୍ଟମ ହେବ । ଏପର୍ଯ୍ୟନ୍ତ ଏଭଳି ଏୟାର କ୍ରାଫ୍ଟ କ୍ୟାରିୟର ଅମେରିକା ଓ ଫ୍ରାନ୍ସ ପାଖରେ ମହଜୁଦ ରହିଛି । ଚିନ କିନ୍ତୁ ନିଜ ଏୟାରକ୍ରାଫ୍ଟ କ୍ୟାରିଅରକୁ ଆହୁରି ଶକ୍ତିଶାଳୀ କରିବାକୁ ନ୍ୟୁକ୍ଲିୟର ରିଏକ୍ଟରର ବିକଶିତ କରୁଛି । ଚିନ ପାଖରେ ଟାଇପ ୦୫୪ ଓ ଟାଇପ ୦୫୫କ୍ଲାସର ଶକ୍ତିଶାଳୀ ଯୁଦ୍ଧପୋତ ମହଜୁଦ ରହିଛି । ଯଦି ଏମିତିରେ ଦେଖାଯାଏ ଚିନ ନୌସେନା ଅମେରିକାଠାରୁ ବି ବଡ ଓ ଶକ୍ତିଶାଲୀ ହୋଇସାରିଲାଣି ।

ଯୁକ୍ରେନ ଯୁଦ୍ଧକୁ ଦେଖି ଋଷର ଚିନ୍ତାକୁ ନେଇ ଚିନ ସତର୍କ ରହିଛି । ଚିନକୁ ଜଣାଅଛି କି ଯଦି ସେ ତାଇୱାନ ବିରୁଦ୍ଧରେ କୌଣସି ବି ପଦକ୍ଷେପ ନେଉଛି ତେବେ ତାର ପ୍ରଭାବ ବହୁତ ଗମ୍ଭୀର ହେବ । ଋଷ ପୁରୁଣା ମହାଶକ୍ତି ଅଟେ ଓ ସମସ୍ତ ପ୍ରତିବନ୍ଧକ ପାଇଁ ସବୁବେଳେ ପ୍ରସ୍ତୁତ । କିନ୍ତୁ ଅମେରିକା ଓ ୟୁରୋପୀୟ ଦେଶ ଗୁଡିକର ଏକତାକୁ ନେଇ ଋଷର ଚିନ୍ତା ବଢିଯାଇଛି । ଏମିତିରେ ଆପଣ ଜାଣନ୍ତି କି ଚିନର ଅର୍ଥବ୍ୟବସ୍ଥା ମଧ୍ୟ ଏବେ ଠିକ ନାହିଁ । ତେଣୁ ଚିନ ସମସ୍ତ ପ୍ରତିବନ୍ଧକକୁ ସହଜରେ ସାମନା କରିପାରିବ ନାହିଁ । ତେଣୁ ପଛ ଦ୍ୱାର ପଥରେ ଅର୍ଥାତ ତାଇୱାନ ଉପରେ ଚାପ ପକାଇବାର ରଣନୀତି ସହ ଆଗକୁ ବଢିଚାଲିଛି ଚିନ ।

ତେଣୁ ପରିସ୍ଥିତି ହିଁ ଆଗକୁ କହିବ କେଉଁ ସ୍ଥିତି ଦେଇ ଗତି କରିବ ବିଶ୍ୱ । ଯଦି ଦୁଇ ମହାଶକ୍ତି ଆମ୍ନାସାମ୍ନା ହୁଅନ୍ତି ତେବେ ତ ପୁରା ବିଶ୍ୱ ଦୋହଲିଯିବ କହିଲେ ଅତୃକ୍ତି ହେବ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.