ଏଣିକି ଜଳ ଅପଚୟ କଲେ ମିଳିବ କଠୋର ଦଣ୍ଡ, ଜେଲ ରହଣି ସହ ଭରିବାକୁ ପଡିବ ଜୋରିମାନା

ପୃଥିବୀ ପୃଷ୍ଠରୁ ଜଳସ୍ତର ଧୀରେ ଧୀରେ କମି କମି ଯାଉଛି । ଏକ ରିପୋର୍ଟ ଅନୁଯାୟୀ, ୨୦୫୦ ମସିହା ବେଳକୁ ପୃଥିବୀ ହୁଏତ ସମ୍ପୂର୍ଣ୍ଣ ରୂପେ ଜଳ ଶୁନ୍ୟ ହୋଇଯିବ । ତେଣୁ ବେଳ ଥାଉଁ ଥାଉଁ ସତର୍କ ନ ହେଲେ ହୁଏତ ଆମକୁ ଏକ ଜଳ ଶୁନ୍ୟ ପୃଥିବୀ ଦେଖିବାକୁ ପଡିବ । ତେଣୁ ଆଗୁଆ ସାବଧାନ ହେଇଯିବା ହିଁ ବୁଦ୍ଧିମାନର କାମ । ପାଣିର ଅପଚୟ କରୁଥିବା ସମସ୍ତ ବ୍ୟକ୍ତି ସାବଧାନ ହୋଇଯିବା ଉଚିତ । ଏହାକୁ ନେଇ ଭାରତରେ ପାଣି ଅପଚୟକୁ ଦଣ୍ଡମୂଳକ ଅପରାଧ ଭାବରେ ଘୋଷଣା କରାଯାଇଛି । ପାଣି ଅପଚୟ କରୁଥିବାର ନଜର ଆସିଲେ ଅପରାଧୀଙ୍କୁ ଜୋରିମାନା ସହିତ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ବି ମିଳିପାରେ । ଏହା ପୂର୍ବରୁ ପାଣି ଅପଚୟକୁ ନେଇ ସେପରି କୌଣସି କଠୋର ନିୟମ ଜାରି ହୋଇନଥିଲା । ନିକଟରେ ସିଝିଡବ୍ଲ୍ୟୁଏ ତରଫରୁ ଜାରି ହୋଇଥିବା ନୂଆ ଗାଇଡ଼ଲାଇନ ଅନୁଯାୟୀ, ଭାରତରେ ହିଁ ସର୍ବାଧିକ ପାନୀୟ ଜଳର ଦୁରୁପଯୋଗ ହୋଇଥାଏ । ଏହି କାରଣରୁ ପାଣିର ଦୁରୁପଯୋଗକୁ

water

ରୋକିବା ପାଇଁ ତଥା ଜଳ ସଂରକ୍ଷଣ ପାଇଁ ଚଳିତ ବର୍ଷ ଅକ୍ଟୋବର ମାସ ୮ ତାରିଖରେ ୧୯୮୬ ମସିହାର ପରିବେଶ ସଂରକ୍ଷଣ ଆଇନ ଅନୁଯାୟୀ ଏକ ନୂଆ ପ୍ରାଧିକରଣ ଜାରି କରାଯାଇଛି । ଦେଶର ସମସ୍ତ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଂଚଳ ମାନଙ୍କରେ ଥିବା ଜଳ ବୋର୍ଡ, ଜଳ ନିଗମ, ୱାଟର ୱାର୍କ୍ସ ଡିପାର୍ଟମେଣ୍ଟ, ନଗର ନିଗମ, ନଗର ପାଳିକା, ବିକାଶ ପ୍ରାଧିକରଣ, ପଂଚାୟତ ଗୁଡିକରେ ଏହି ନୂଆ ଆଇନ ଲାଗୁ କରାଯାଇଛି । ଏଥିରେ କାର୍ଯ୍ୟରତ ଅଧିକାରୀ ମାନେ ସ୍ଥାନୀୟ ଅଂଚଳର ଲୋକ ମାନଙ୍କ ଉପରେ କଡା ନଜର ରଖିବେ । ଯଦି କେହି ଜଳ ଅପଚୟ କରୁଥିବାର ଧାରା ପଡନ୍ତି ସେମାନଙ୍କୁ ଜୋରିମାନା ଭରିବା ସହିତ ଜେଲ ଦଣ୍ଡ ଭୋଗିବାକୁ ମଧ୍ୟ ପଡିବ । ଏହା ଦ୍ୱାରା ଜଳ ଅପଚୟ ଅନେକ ଗୁଣା କମିବ ବୋଲି ଆଶା କରାଯାଉଛି । କୌଣସି ବ୍ୟକ୍ତି ଅଯଥାରେ ଭୂତଳ ଜଳକୁ ଅଯଥାରେ ଅପଚୟ କରି ପାରିବେ ନାହିଁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.