କୁକୁଡା ଏବଂ କୁକୁର ମଧ୍ୟରେ ହେଲା ଘମାଘୋଟ୍‌ ଲଢ଼େଇ, ଦେଖନ୍ତୁ କିଏ ଜିତିଲା ଆଉ କିଏ ହାରିଲା

ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡାଙ୍କ ଭିତରେ ହେଲା ଖତରନାକ ଲଢ଼େଇ। ଯାହାକୁ ଦେଖି ସୋସିଆଲ ମିଡିଆରେ ହେଉଛି ଖୁବ ଚର୍ଚ୍ଚା। ଏହି ଭିଡିଓ ପାଣି ଭଳି ଇଣ୍ଟରନେଟରେ ଭାଇରାଲ ହେଉଛି। ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ କୁକୁର ଛୋଟ ଜୀବ ଜନ୍ତୁଙ୍କୁ ଆକ୍ରମଣ କରିଥାଏ ଏବଂ ସବୁବେଳେ କୁକୁରର ବିଜୟ ହୋଇଥାଏ। କିନ୍ତୁ ଏଠି ଘଟଣା ଟିକେ ଅଲଗା। ଏଠି କୁକୁର ଉପରେ ଭାରି ପଡୁଛି କୁକୁଡା।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଗୋଟେ କୁକୁରକୁ କୁକୁଡା ଲଗାତର ଭାବେ ଆକ୍ରମଣ କରିଚାଲିଛି, ଆଉ କୁକୁରର ଅବସ୍ଥା ଏକଦମ୍‌ ବେହାଲ୍‌ କରିଦେଉଛି। ଯାହାକୁ ଦେଖି ସେଠାରେ ଥିବା ଲୋକେ ମଧ୍ୟ ଆଶ୍ଚର୍ଯ୍ୟ। ଏହି ମଜାଦାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଆପଣ ଦେଖିପାରିବେ ଯେ କୁକୁର କୁକୁଡାକୁ ଦେଖି ଭୁକିବା ଆରମ୍ଭ କରିଦେଲା। ଏହାଦେଖି କୁକୁଡା ପାଖକୁ ଆସୁଛି ଆଉ କୁକୁରକୁ ନିଜ ଥଣ୍ଟରେ ଆକ୍ରମଣ କରିବାକୁ ଲାଗିଲା। କୁକୁର ବି କୁକୁଡାର ବେକ ଧରିବାକୁ ଚେଷ୍ଟା କରୁଥିଲା, କିନ୍ତୁ କୁକୁଡାଟି ଶୂନ୍ୟରେ ଉଡି କୁକୁରକୁ ଲମ୍ଫ ମାଧ୍ୟମରେ ଆକ୍ରମଣ କରିଚାଲିଲା। ଯାହାପରେ ଦେଖିବାକୁ ମିଳୁଛି ଯେ କୁକୁରଟି ଭୟରେ ଡରି ପଳାଉଛି।

ଏହି ମଜାଦାର ଭିଡିଓକୁ ଆଇଏଏସ୍‌ ଅବନିଶ୍‌ ସରନ୍‌ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଆଉ କ୍ୟାପସନରେ ଲେଖିଛନ୍ତି ‘ଆତ୍ମବିଶ୍ୱାସ ଏବଂ ଧୌର୍ଯ୍ୟ’ର ସହିତ ସାମ୍ନା କଲେ ଗେମ୍‌ ବଦଳିପାରେ ଏବଂ ଆପଣ ବିଜୟ ହାସଲ ମଧ୍ୟ କରିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.