ବୋହୂର ଏମିତି ଏଣ୍ଟ୍ରି ବୋଧେ କେହି ପୂର୍ବରୁ କେବେ ଦେଖିନଥିବେ, ଦେଖନ୍ତୁ ନିଜ ବିବାହରେ କେମିତି ଆସିଲେ ନବ ବଧୂ

ବାହାଘରରେ ଝିଅମାନେ ସାଧାରଣତଃ ଲାଜରେ ମୁହଁ ତଳକୁ ପୋତି ବସିଥାନ୍ତି। ଆଉ କିଛି ଝିଅ ଘର ଛାଡ଼ି ଶାଶୁ ଘରକୁ ଯିବା ଦୁଃଖରେ କାନ୍ଦୁଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏମିତି କନ୍ୟାର ଭିଡିଓ ଭାଇରାଲ ହେଉଛି, ଯିଏ ବାହାଘରରେ ବୋହୂ ଲାଜ କରିବା କିମ୍ବା କାନ୍ଦିବା ପ୍ରଥାକୁ ପୂରା ପୂରି ବଦଳାଇ ଦେଇଛନ୍ତି। ଏହି ନୂଆ ବୋହୂ ଜଣକ ହସି ହସି ନାଚି ନାଚି ବେଦୀ ପର୍ଯ୍ୟନ୍ତ ଆସିଛି, ଯାହା ଏବେ ଇଣ୍ଟରନେଟ୍ରେ ଚର୍ଚ୍ଚାର ବିଷୟ ପାଲଟିଛି। ବୋହୂ ଜଣକ ପରିବାର ଓ ବନ୍ଧୁ ବାନ୍ଧବଙ୍କ ସହ ମିଶି ଗ୍ରାଣ୍ଡ୍ ଏଣ୍ଟ୍ରି କରିଛି, ଯାହା ଦେଖି ବର ବି ଲାଜେଇ ଯାଇଥିବା ଦେଖିବାକୁ ମିଳିଛି।
ଭାଇରାଲ ହେଉଥିବା ଏହି ନୂଆ ବୋହୂ ହେଉଛନ୍ତି ସବା କପୁର। ନିକଟରେ ତାଙ୍କ ବିବାହ ଶେଷ ହୋଇଛି। ବିବାହ ପରେ ତାଙ୍କ ଏଣ୍ଟ୍ରି ବେଳର ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଗୁରୁଗ୍ରାମ୍ର ବାସିନ୍ଦା ସବା ଅନ୍ୟମାନଙ୍କ ଭଳି ଚିରାଚରିତ ବିବାହ କରିବାକୁ ଚାହୁଁ ନଥିଲେ। ଏଣୁ ସେ କିଛି ନୂଆ କରିବାକୁ ପ୍ଲାନ୍ କରିଥିଲେ। ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଥିଲେ ତାଙ୍କ ଭାଇ, ଭଉଣୀ ଓ ସାଙ୍ଗସାଥୀ। ଫଳ ସ୍ୱରୂପ ସେ ନିଜ ବିବାହରେ ଏଭଳି ନିଆରା ଅନ୍ଦାଜରେ ଏଣ୍ଟ୍ରି କରିଥିଲେ।
ଦେଖନ୍ତୁ ଭିଡିଓ:
View this post on Instagram
ଏହି ଭିଡିଓ କ୍ଳିପ୍ରେ ସବା କପୁର ପରିବାର ବର୍ଗଙ୍କ ସହ ୨୦୧୬ ମସିହାର ଫିଲ୍ମ ବାର ବାର ଦେଖୋର ‘ସୌ ଆସମାନ୍’ ଗୀତରେ ଝୁମି ଝୁମି ବେଦୀ ପାଖକୁ ଆସୁଛନ୍ତି। ତାଙ୍କ ସହ ତାଙ୍କ ସାଙ୍ଗମାନେ ମଧ୍ୟ ତାଳରେ ତାଳ ଦେଇ ନାଚୁଥିବା ଦେଖାଯାଇଛି। ଇଣ୍ଟରନେଟ୍ରେ ଏହି ଭିଡିଓ ଭାଇରାଲ ହେବା ପରେ ୨.୮ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି। ଲୋକମାନେ ବୋହୂର ଏହି ଅନ୍ଦାଜକୁ ବେଶ୍ ପ୍ରଶଂସା କରୁଥିବା ଦେଖାଯାଇଛି।