ସ୍ପେଶାଲ

ଛତିଶଗଡ଼ର ‘ମେନ୍‌ପାଟ’, ଯେଉଁଠି ତଳୁ ଉପର ଆଡ଼କୁ ବହିଥାଏ ପାଣି, ପାହାଡ଼ ଉପରକୁ ଗତି କରେ ଗାଡ଼ି, ଜାଣନ୍ତୁ ଏହି ହିଲ୍‌ ଷ୍ଟେଶନର ରହସ୍ୟ

ଛତିଶଗଡ଼ର ସରଗୁଜା ଜିଲାରେ ସବୁଠାରୁ ପ୍ରସିଦ୍ଧ ହିଲ୍‌ ଷ୍ଟେଶନ ହେଉଛି ‘ମେନ୍‌ପାଟ’। ଏହାକୁ ଛତିଶଗଡ଼ର ‘ଶିମଲା’ ମଧ୍ୟ କୁହାଯାଇଥାଏ। ଏଠାରେ ପଯ୍ୟର୍ଟକ ଆକର୍ଷିତ ହେବା ଭଳି ଏକ ଜାଗା ଅଛି, ଯାହାକି ‘ଓଲଟା ପାଣି’ ନାଁରେ ଜଣାଶୁଣା। ସ୍ଥାନଟିର ରହସ୍ୟ ହେଲା, ଏଠାରେ ପାଣି ତଳକୁ ନୁହେଁ, ବରଂ ଉପର ମୁହାଁ ବହିଥାଏ। ଏଠାରେ ରାସ୍ତା ଉପରେ ଛିଡ଼ାହୋଇଥିବା ନ୍ୟୁଟ୍ରଲ ଗାଡ଼ି ବି ୧୧୦ ମିଟର ପଯ୍ୟର୍ନ୍ତ ପାହାଡ଼ ଆଡ଼କୁ ଗଡ଼ିଥାଏ।

ମେନ୍‌ପାଟର ଏହି ସ୍ଥାନରେ ମାଧ୍ୟାକର୍ଷଣ ଶକ୍ତିରୁ ଅଧିକ ପ୍ରଭାବଶାଳୀ ମ୍ୟାଗ୍ନେଟିକ୍‌ ଫିଲ୍ଡ ରହିଛି, ଯାହାକି ପାଣି ଏବଂ ଗାଡ଼ିମୋଟରକୁ ଉପର ଆଡ଼କୁ ଟାଣିଥାଏ। ବୈଜ୍ଞାନିକଙ୍କ ମୁତାବକ, ସାରା ଦେଶରେ ଏମିତି ୫ଟି ଏବଂ ବିଶ୍ୱରେ ୬୪ଟି ଜାଗା ଅଛି।

ଭୌତିକଶାସ୍ତ୍ରର ପ୍ରଫେସର ଏ.କେ. ପାଣିଗ୍ରାହୀଙ୍କ କହିବା ହେଲା, ‘ପାଣି ଊର୍ଦ୍ଧ୍ୱ ଦିଗକୁ ବହୁଛି। ଏହା ସେତେବେଳେ ସମ୍ଭବ, ଯେତେବେଳେ ସେହି ସ୍ଥାନରେ ମାଧ୍ୟାକର୍ଷଣ ଶକ୍ତିଠାରୁ ଅଧିକ ପ୍ରଭାବଶାଳୀ ଶକ୍ତି ଉପଲବ୍ଧ ଥିବ। ପାଣି ଓଲଟା ବହୁଥିବା ସ୍ଥାନରେ ଏମିତି ଅନେକ ତତ୍ତ୍ୱ ରହିଥାଇପାରେ। ତେବେ ଏହା ଗବେଷଣାର ବିଷୟ ଅଟେ’।

ଭାରତର ୫ ପ୍ରମୁଖ ସ୍ଥାନ

୧. ଲେହ ଲଦାଖ

୨. ତୁଳସୀ ଶ୍ୟାମ ଅମରେଲୀ, ଗୁଜରାଟ

୩. କାଲୋ ଡୁଙ୍ଗର କଚ୍ଛ, ଗୁଜରାଟ

୪. ଯୋଗେଶ୍ୱରୀ ଭିକରୌଲି ଲିଙ୍କ୍‌ ରୋଡ୍‌, ମୁମ୍ବାଇ

୫. ଓଲ୍‌ଟା ପାଣି, ମେନ୍‌ପାଟ, ଛତିଶଗଡ଼

ମେନ୍‌ପାଟର ପଯ୍ୟର୍ଟନ ଅଧିକାରୀ ସୁରେନ୍ଦ୍ର ବର୍ମା କୁହନ୍ତି, ‘ଅନେକ ବର୍ଷ ଧରି ଲୋକେ ଏହି ଜାଗାକୁ ଭୂତପ୍ରେତଙ୍କ ସ୍ଥାନ ବୋଲି ଭାବୁଥିଲେ। ପଯ୍ୟର୍ଟନ ବିଭାଗର ପ୍ରଚାର ପ୍ରସାର ପରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଲା। ଏହାପରଠୁ ପଯ୍ୟର୍ଟକମାନେ ଏଠାକୁ ଭ୍ରମଣ କରିବାକୁ ଆସୁଛନ୍ତି’।

Roshni

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

20 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

35 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

50 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago