ଏହି ଦିନ ଦିଆଯାଇ ନ ଥାଏ ତୁଳସୀ ଗଛରେ ଜଳ; ରାଗି ଯାଆନ୍ତି ମା’ ଲକ୍ଷ୍ମୀ…ଜାଣନ୍ତୁ କେଉଁଦିନ କରିବେ କ୍ଷୀର ଅର୍ପଣ

ହିନ୍ଦୁ ଧର୍ମର ପ୍ରତ୍ୟେକ ଲୋକ ଘରେ ତୁଳସୀ ଗଛ ରଖି ପୂଜା କରି ଥାଆନ୍ତି। ମାନ୍ୟତା ରହିଛି ଯେ ଏହା ଭଗବାନ ଶ୍ରୀକୃଷ୍ଣଙ୍କ ସ୍ୱରୂପ ହୋଇଥାଏ। ତୁଳସୀ ଭଗବାନ କୃଷ୍ଣଙ୍କର ଅତି ପ୍ରିୟ ହୋଇଥାଏ। ଏହି ଧାର୍ମିକ ମାନ୍ୟତାକୁ ଦୃଷ୍ଟିରେ ରଖି ଅନେକ ଲୋକ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳେ ଘିଅ ଦୀପ ମଧ୍ୟ ଜଳାଇ ଥାଆନ୍ତି। ତୁଳସୀ ଗଛ ସହ ଜଡ଼ିତ ଅନେକ ନିୟମ ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଆସନ୍ତୁ ଜାଣିବା, ତୁଳସୀ ସହ ଜଡ଼ିତ କିଛି ଖାସ୍‌ ନିୟମ।

-ତୁଳସୀ ଗଛରେ ଜଳ ଅର୍ପଣ କରିବାର ପରମ୍ପରା ଶହ ଶହ ବର୍ଷରୁ ଚାଲି ଆସିଛି। କିନ୍ତୁ ଧାର୍ମିକ ମାନ୍ୟତା ଅନୁସାରେ, ଏକାଦଶୀ, ରବିବାର, ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ ଦିନ ତୁଳସୀରେ ଜଳ ଅର୍ପଣ କରିବାକୁ ମନା କରାଯାଇଛି।

-ମାନ୍ୟତା ଅନୁସାରେ, ସନ୍ଧ୍ୟା ନଇଁବା ପରେ ତୁଳସୀ ପତ୍ର ଛିଣ୍ଡାଇବାକୁ ମଧ୍ୟ ବାରଣ କରାଯାଇଛି। କୁହାଯାଏ, ଏମିତି କରିବା ଦ୍ୱାରା ଦୋଷ ଲାଗିଥାଏ। ଏଥିପାଇଁ ଅନେକ ନିୟମବାନ୍‌ ଲୋକ ଏମିତି କରିବା ଠୁ ଦୂରେଇ ରୁହନ୍ତି।

-ଯେଉଁ ଲୋକ ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରନ୍ତି ଏବଂ ରବିବାରକୁ ଛାଡ଼ି ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ତୁଳସୀ ଗଛ ମୂଳେ ଘିଅ ଦୀପ ଜଳାନ୍ତି, ତ ତାଙ୍କ ଘରେ ମା’ ଲକ୍ଷ୍ମୀଙ୍କର ବାସ ସବୁବେଳେ ରହିଥାଏ।

-ଘରେ କେବେ ବି ଶୁଖିଲା ତୁଳସୀ ଗଛ ରଖିବା ଉଚିତ ନୁହେଁ। ବାସ୍ତବରେ ଏହାକୁ ଅଶୁଭ ବୋଲି କୁହାଯାଏ। ତେଣୁ ଶୁଖି ଯାଇଥିବା ତୁଳସୀ ଗଛକୁ କୌଣସି ପବିତ୍ର ନଦୀରେ ପ୍ରବାହିତ କରିଦେବା ଉଚିତ ଏବଂ ଏହି ଜାଗାରେ ନୂଆ ଗଛ ଲଗାଇବା ଉଚିତ।

-ବାସ୍ତୁ ଶାସ୍ତ୍ର ଅନୁସାରେ, ତୁଳସୀ ଗଛକୁ ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ। ବିଶ୍ୱାସ ରହିଛି ଯେ ଏହି ଦିଗରେ ଲଗାଯାଇଥିବା ତୁଳସୀ ଗଛ ସବୁବେଳେ ଅଶୁଭ ଫଳ ଦେଇଥାଏ। ତୁଳସୀ ଗଛ ଲଗାଇବା ପାଇଁ ଉତ୍ତର ଦିଗ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ତୁଳସୀକୁ ସବୁବେଳେ କୁଣ୍ଡରେ ହିଁ ଲଗାଯାଇଥାଏ। କୁହାଯାଏ, ଘର ମାଟିରେ ଲଗାଯାଇଥିବା ତୁଳସୀ ଗଛ ଅଶୁଭ ଫଳ ଦେଇଥାଏ।

-ତୁଳସୀ ଗଛ କେବେ ବି ଘରର ଛାତ ଉପରେ ଲଗାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ।

-ତୁଳସୀ ଗଛ ନିକଟରେ କଣ୍ଟାଯୁକ୍ତ ଗଛ ଲଗାନ୍ତୁ ନାହିଁ। ତେବେ କଦଳୀ ଗଛ ଲଗାଇବା ଶୁଭ ହୋଇଥାଏ। କୁହାଯାଏ, କଦଳୀ ଗଛରେ ବିଷ୍ଣୁଙ୍କ ବାସ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.