ଗୋଟିଏ କଷ୍ଟକର କାମ ପାଇଁ ସବୁ ଗାଁ ଲୋକ ମିଶିଗଲେ ଆଉ ଘଣ୍ଟାକ ଭିତରେ କରିଦେଲେ ଏତେବଡ଼ କାମ, ଭିଡିଓ ଦେଖିଲେ ଆପଣ ବି ତାଜୁବ ହେବେ

ଏକତା ହିଁ ବଳ । ଏକଥା ଆମେ ପିଲା ବେଳୁ ପାଠରେ ପଢ଼ିଆ ଆସିଛୁ । ଆଉ ବଡ଼ ହେଲା ପରେ ଦେଖି ମଧ୍ୟ ଅଛୁ । ଏମିତି ଅନେକ ଉଦାହରଣ ରହିଛି ଏକାଠି ମିଶି କରାଗଲେ କାମ ଅତି ସହଜ ଓ ସଫଳ ହୋଇଯାଏ । ଅବଶ୍ୟ ବେଳେ ବେଳେ ଏକଥା ମଧ୍ୟ ସତ ହୋଇଯାଏ ଯେ ବେଶି ଲୋକରେ ମୂଷା ମରେ ନାହିଁ । ତେବେ ବର୍ତ୍ତମାନ ଆମେ ଯେଉଁ ଭିଡିଓଟି ଦେଖାଇବାକୁ ଯାଉଛୁ ତାକୁ ଦେଖିଲେ ବିଶ୍ୱାସ କରିବାକୁ ହିଁ ପଡ଼ିବ ଯେ ଏକାଠି ହେଲେ ଅନେକ ବଡ଼ ବଡ଼ କାମ ଅତି ସହଜ ହୋଇଯାଏ । ନାଗାଲାଣ୍ଡର ଘାଟୀରେ ଯାଉଥିବା ବେଳେ ଏକ ମାଲବାହୀ ଟ୍ରକ୍‌ ତଳକୁ ଖସି ପଡ଼ିଥିଲା । ଅବଶ୍ୟ ଟ୍ରକ୍‌ର ବିଶେଷ କିଛି କ୍ଷତି ହୋଇନଥିଲା ।

ହେଲେ ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଟ୍ରକ୍‌ଟିକୁ ସେଠାରୁ ଉଠାଇବା ସହଜ ନଥିଲା । ତେଣୁ ପାଖ ଗାଁର ଲୋକମାନେ ସେଠାରେ ପହଞ୍ଚି ଗଲେ ଏବଂ ପୂରା ଦମ୍‌ ଲଗାଇଦେଲେ । ଗାଁର ସବୁ ଲୋକ ଏମିତିକି ଉଭୟ ପୁରୁଷ ଓ ମହିଳା ଜୋର୍‌ ଲଗାଇ ରସି ଦ୍ୱାରା ଟ୍ରକ୍‌ ଟିକୁ ଉପରକୁ ଉଠାଇ ଆଣିଲେ ।

ଏହି ଦୃଶ୍ୟଟି ଯଦିଓ ନାଗାଲଣ୍ଡର କେଉଁ ଗାଁର ତାହା ଜଣାପଡ଼ି ନାହିଁ । ତେବେ ଭାଇରାଲ ହୋଇଥିବା ଏହି ଭିଡିଓକୁ ନିଜ ସୋସିଆଲ ଆକାଉଣ୍ଟରେ ସେୟାର କରିଛନ୍ତି ଏମ୍‌. କିକୋନ୍‌ ନାମକ ଜଣେ ବ୍ୟକ୍ତି । ଘଟଣାଟି ଆପଣ ବି ଦେଖନ୍ତୁ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.