ଶନି ଜୟନ୍ତୀରେ ପାଦରେ ପିନ୍ଧନ୍ତୁ କଳାସୂତା, ରାହୁ କେତୁ ପ୍ରକୋପରୁ ମିଳିବ ମୁକ୍ତି

ଅନେକ ଲୋକ ନିଜ ହାତ ବା ଗୋଡରେ କଳା ସୂତା ବାନ୍ଧିଥାନ୍ତି । ଏହାକୁ ବାନ୍ଧିବାର ଅନେକ କାରଣ ରହିଥାଏ। ଧର୍ମ ଓ ଜ୍ୟୋତିଷ ଶାସ୍ତ୍ରରେ କଳା ସୂତା ବାନ୍ଧିବାର ଫାଇଦା ରହିଥାଏ। କଳା ରଙ୍ଗ ସହିତ ଶନିଦେବଙ୍କ ସମ୍ବନ୍ଧ ରହିଛି। ପ୍ରତିବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ଶନି ଜୟନ୍ତୀ ପାଳନ କରାଯିବ। ୩୦ ମଇକୁ ଶନି ଜୟନ୍ତୀ ପଡୁଥିବାରୁ ଶନିଙ୍କୁ ପ୍ରସନ୍ନ କରିବା ପାଇଁ କରାଯାଉଥିବା ଉପାୟ ଲାଭକାରୀ ହୋଇଥାଏ।

ସେହିପରି କିଛି ରାଶିର ଲୋକଙ୍କ ପାଇଁ ଏହା ଅଶୁଭ ହୋଇଥାଏ । ଅନେକ ଲୋକ ସେମାନଙ୍କ ପାଦ ଓ ହାତ ବ୍ୟତୀତ ବେକ ଓ ଅଣ୍ଟାରେ କଳା ସୂତା ବାନ୍ଧିଥାନ୍ତି ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଖରାପ ନଜର ବା ଦୁଷ୍ଟ ଶକ୍ତିରୁ ରକ୍ଷା ପାଇବା ପାଇଁ କଳା ସୂତା ପିନ୍ଧାଯାଏ । ତଥାପି, ସମସ୍ତେ କଳା ସୂତା ପିନ୍ଧିବା ଉଚିତ୍ ନୁହେଁ । କିଛି ଲୋକଙ୍କ ପାଇଁ କଳା ସୂତା ଅଶୁଭ ହୋଇଥାଏ । ଏହାଛଡା ପାଦରେ କଳା ସୂତା ବାନ୍ଧିବା ଦ୍ୱାରା ରାହୁ, କେତୁ ଗ୍ରହର ପ୍ରକୋପରୁ ରକ୍ଷା ମିଳିଥାଏ। ଶନି ଦୋଷ ଦୂର ହୋଇଥାଏ ଏବଂ ଶନି ଦୋଷ କାରଣରୁ ହେବାକୁ ଥିବା ସମସ୍ତ ସମସ୍ୟାରୁ ରକ୍ଷା ମିଳିଥାଏ।

ପାଦରେ କଳା ସୂତା ବାନ୍ଧିବାର ସଠିକ ଉପାୟ :

ପାଦରେ କଳାସୂତା ବାନ୍ଧିବା ସଠିକ ନୁହେଁ। କିନ୍ତୁ ହାତ ଏବଂ ବେକରେ ଧାରଣ କରିବାକୁ ଚାହୁଁଥିଲେ କରିପାରିବେ। କିନ୍ତୁ ଯେଉଁ ଲୋକଙ୍କ ପାଦରେ ସବୁବେଳେ ଯନ୍ତ୍ରଣା ରହିଥାଏ, ସେମାନେ ପାଦରେ କଳାସୂତା ବାନ୍ଧିବା ଜରୁରୀ। ଯେଉଁ ଲୋକଙ୍କର ପେଟରେ ଯନ୍ତ୍ରଣା ଦେଖାଦେଉଥାଏ, ସେମାନେ ପାଦର ଆଙ୍ଗୁଠିରେ କଳାସୂତା ବାନ୍ଧିବା ଲାଭକାରୀ ହୋଇଥାଏ।

ଖରାପ ଦୃଷ୍ଟି ଏବଂ ନକାରାତ୍ମକ ଶକ୍ତି ପ୍ରଭାବରୁ ବଞ୍ଚିବା ପାଇଁ କଳାସୂତା ବେଶ ଉପଯୋଗୀ। କଳା ସୂତା ପିନ୍ଧିବା ଦ୍ୱାରା ଶନି ଦୋଷ ଛଡା ରାହୁ କେତୁଙ୍କ ଖରାପ ପ୍ରଭାବରୁ ରକ୍ଷା ମିଳିଥାଏ। ତେଣୁ ବିଧିବିଧାନରେ  କଳାସୂତା ବାନ୍ଧିବା ଉଚିତ ।

kala dhaga
Photo credit: Sakal

ଶନି ଜୟନ୍ତୀରେ କଳାସୂତା ବାନ୍ଧିବା ସର୍ବଶ୍ରେଷ୍ଠ ହୋଇଥାଏ। ଏହାଛଡା ଶନିବାର ମଧ୍ୟ କଳାସୂତା ପିନ୍ଧି ପାରିବେ।

କଳା ସୂତାରେ ୯ଟି ଗଣ୍ଠି କରି ଏହାକୁ ଶନି ମନ୍ଦିର ଯାଇ ପିନ୍ଧନ୍ତୁ। ଏପରି କରିବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିବ।

କଳା ସୂତା ପିନ୍ଧିବା ବେଳେ ୨୧ ଥର ଶନି ବିଜ ମନ୍ତ୍ର ଜପ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.