ରୁଦ୍ରାକ୍ଷ ଦ୍ୱାରା କରନ୍ତୁ ଆପଣଙ୍କ ଭାଗ୍ୟୋଦୟ, ଜାଣନ୍ତୁ, କେଉଁ ରୁଦ୍ରାକ୍ଷ କେମିତି ପିନ୍ଧିବେ

କୁହାଯାଏ ରୁଦ୍ରାକ୍ଷର ଉତ୍ପତି ଭଗବାନ ଭୋଳାନାଥଙ୍କ ଲୁହରୁ ସୃଷ୍ଟି ହୋଇଥାଏ । ତେଣୁ ଏହାକୁ ବହୁତ ଶୁଭ ଓ ଫଳଦାୟୀ ମନାଯାଇଥାଏ । ସେହିପରି ଭଗବାନ ଶିବଙ୍କ ପୂଜାରେ ରୁଦ୍ରାକ୍ଷର ବହୁତ ମହତ୍ୱ ରହିଛି । ଅଧିକାଂଶ ପୁରାଣରେ ରୁଦ୍ରାକ୍ଷର ମହିମା ବର୍ଣ୍ଣନା କରାଯାଇଛି ।

ଏମିତିରେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଭଗବାନ ଭୋଳାନାଥଙ୍କ ଆଶିର୍ବାଦ ପାଇବା ପାଇଁ ରୁଦ୍ରାକ୍ଷ ଧାରଣ କରିବା ଠାରୁ ଭଲ ଉପାୟ ନାହିଁ । ତେବେ ରୁଦ୍ରାକ୍ଷ ପିନ୍ଧିବା ପୂର୍ବରୁ ଏହାର ପ୍ରାଣ ପ୍ରତିଷ୍ଠା କରିବା ଅତ୍ୟନ୍ତ ଜରୁରୀ । ଆସନ୍ତୁ ଜାଣିବା ଆପଣଙ୍କ ରାଶି ଅନୁସାରେ କେଉଁ ରୁଦ୍ରାକ୍ଷ ଧାରଣ କରିବା ଶୁଭ ହୋଇଥାଏ ।

ମେଷ ରାଶି : ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଏକ ମୁଖି, ୩ ମୁଖି କିମ୍ବା ୫ ମୁଖି ରୁଦ୍ରାକ୍ଷ ଧାରଣ କରିବା ଶୁଭ ହୋଇଥାଏ ।

ବୃଷ ରାଶି : ଏହି ରାଶିର ଲୋକଙ୍କ ଜୀବନରେ ଶୁଭ ଫଳ ପ୍ରାପ୍ତି ପାଇଁ ୪, ୬ କିମ୍ବା ୧୪ ମୁଖି ରୁଦ୍ରାକ୍ଷ ପିନ୍ଧିବା ଶୁଭ ହୋଇଥାଏ ।

ମିଥୁନ ରାଶି : ମିଥୁନ ରାଶି ଲୋକଙ୍କ ପାଇଁ ୪, ୫ କିମ୍ବା ୧୩ ମୁଖି ରୁଦ୍ରାକ୍ଷ ପିନ୍ଧିବା ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

କର୍କଟ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ କର୍କଟ ରାଶି ଲୋକଙ୍କ ପାଇଁ ୩,୫ ମୁଖି କିମ୍ବା ଗୌରୀ ଶଙ୍କର ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ ।

ସିଂହ ରାଶି : ସିଂହ ରାଶି ଲୋକଙ୍କ ପାଇଁ ଏକ ମୁଖି, ୩ ମୁଖି କିମ୍ବା ୫ ମୁଖି ରୁଦ୍ରାକ୍ଷ ଧାରଣ କରିବା ଜରୁରୀ ।

କନ୍ୟା ରାଶି : କନ୍ୟା ରାଶି ଲୋକଙ୍କ ପାଇଁ ୪, ୫ ମୁଖି କମ୍ବା ୧୩ ମୁଖି ରୁଦ୍ରାକ୍ଷ ଧାରଣ କଲେ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

ତୁଳା ରାଶି : ତୁଳା ରାଶିଙ୍କ ପାଇଁ ୬ ଅଥବା ୧୪ ମୁଖି ରୁଦ୍ରାକ୍ଷ ଧାରଣ କଲେ ଶୁଭ ହୋଇଥାଏ ।

ବିଚ୍ଛା ରାଶି : ଜୀବନରେ ସୁଖ ସମୃଦ୍ଧି କାଏମ ରଖିବା ପାଇଁ ଏହି ରାଶିର ବ୍ୟକ୍ତି ୩, ୫ ମୁଖି ବା ଗୌରୀ ଶଙ୍କର ରୁଦ୍ରାକ୍ଷ ଧାରଣ କରିବା ଉଚିତ୍‌ ।

ଧନୁ ରାଶି : ଏହି ରାଶିର ବ୍ୟକ୍ତି ୧ ମୁଖି, ୩ କିମ୍ବା ୫ ମୁଖି ରୁଦ୍ରାକ୍ଷ ଧାରଣ କରିବା ଆବଶ୍ୟକ ।

ମକର ରାଶି : ଭୋଳାନାଥଙ୍କ ଆଶିର୍ବାଦ ସ୍ୱରୁପ ମକର ରାଶି ଲୋକେ ୪, ୬ କିମ୍ବା ୧୪ ମୁଖି ରୁଦ୍ରାକ୍ଷ ଧାରଣ କରିବା ଲାଭପ୍ରଦ ହୋଇଥାଏ ।

କୁମ୍ଭ ରାଶି : କୁମ୍ଭ ରାଶି ଲୋକେ ୬ କିମ୍ବା ୧୪ ମୁଖି ରୁଦ୍ରାକ୍ଷ ଧାରଣ କରିବା ଉଚିତ୍‌ ।

ମୀନ ରାଶି : ମୀନ ରାଶି ଲୋକେ ଯଦି ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି ତେବେ ଆପଣ ୩, ୫ କିମ୍ବା ଗୌରୀ ଶଙ୍କର ରୁଦ୍ରାକ୍ଷ ପିନ୍ଧିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.