ସ୍ପେଶାଲ

ସଫଳତାର ଶିଖରରେ ପହଞ୍ଚାଇବ ଏହି ରତ୍ନ, ଆପଣଙ୍କ କ୍ୟାରିଅର ଅନୁଯାୟୀ ଧାରଣ କରନ୍ତୁ

ରତ୍ନ ଶାସ୍ତ୍ରରେ ବହୁତ ରତ୍ନ ବିଷୟରେ ଉଲ୍ଲେଖ କରାଯାଇଛି | କୁଣ୍ଡଳୀରେ କମଜୋର ଗ୍ରହ କିମ୍ବା କୌଣସି ଗ୍ରହସ୍ଥିତିର ପ୍ରଭାବ ଆମର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡିଥାଏ | ଏହି ପ୍ରଭାବକୁ କମ କରିବା ପାଇଁ ଏବଂ ଶୁଭ ପ୍ରଭାବକୁ ବଢାଇବା ପାଇଁ ରତ୍ନ ଧାରଣ କରିବାକୁ ଉପଦେଶ ଦିଆଯାଇଥାଏ |

ଆଜି ଆମେ ଏମିତି କିଛି ରତ୍ନ ବିଷୟରେ ଜାଣିବା ଯାହା ଆପଣଙ୍କୁ ଧାରଣ କରିବା କ୍ଷଣି ମାଲାମାଲ କରିଦେଇପାରେ | ତେବେ କିଛି ବି ରତ୍ନ ଧାରଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ପରାମର୍ଶ ଅବଶ୍ୟ ନିଅନ୍ତୁ । ଆସନ୍ତୁ ଜାଣିବା କେଉଁ କ୍ୟାରିଅର ପାଇଁ ପିନ୍ଧିବେ କେଉଁ ରତ୍ନ ।

ଇଂଜିନିୟରିଂ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସିଭିଲ ଇଂଜିନିୟରିଂ କ୍ଷେତ୍ରରେ ଶନି ଗ୍ରହଙ୍କୁ ଆଧିପତ୍ୟ ମନାଯାଇଥାଏ । ଏମିତିରେ ସିଭିଲ ଇଂଜିନିୟରିଂ କ୍ଷେତ୍ରରେ କ୍ୟାରିଅର ଓ ଉନ୍ନତି ହାସଲ ପାଇଁ ଶନି ଗ୍ରହଙ୍କ ସହ ଜଡିତ ରତ୍ନ ନୀଲମ ଧାରଣ କରିବା ଶୁଭ ହୋଇଥାଏ ।

କମ୍ପ୍ୟୁଟର ଟେକ୍‌ନିକ୍‌ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ :

ରତ୍ନ ଶାସ୍ତ୍ର ଅନୁସାରେ କମ୍ପ୍ୟୁଟର ଟେକ୍‌ନୋଲୋଜି ବା ସପ୍ଟ େଓ୍ଵୟାର ଇଂଜିନିୟରିଂ କ୍ଷେତ୍ରରେ ସଫଳତା ପାଇବା ପାଇଁ ଇଚ୍ଛୁକ ବ୍ୟକ୍ତି ଗୋମେଦ ଧାରଣ କରିବା ଲାଭକାରୀ ହୋଇଥାଏ । ଏହାକୁ ଆପଣ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ଠିକ୍‌ ବିଧିରେ ଧାରଣ କରିବେ ।

କଳା ଓ ମିଡିଆ କ୍ଷେତ୍ରରେ କ୍ୟାରିଅର କରିବା ପାଇଁ ରତ୍ନ :

ଯେଉଁ ବ୍ୟକ୍ତି କଳା ଯଥା ଅଭିନୟ, ଗାଇବା,ନୃତ୍ୟ, ମଡେଲିଙ୍ଗ ଓ ମିଡିଆ କ୍ଷେତ୍ରରେ ଉନ୍ନତି କରିବାକୁ ଚାହୁଁଛନ୍ତି ତାଙ୍କୁ ବୁଧ ଗ୍ରହର ରତ୍ନ ପାନ୍ନା ଓ ଶୁକ୍ର ଗ୍ରହର ରତ୍ନ ହୀରା ଧାରଣ କରିବା ଉଚିତ୍‌ । ଆପଣ ଜ୍ୟୋତିଷଙ୍କ ପରାମର୍ଶ ଅନୁଯାୟୀ ରତ୍ନ ବା ଉପରତ୍ନ ଧାରଣ କରିପାରିବେ ।

ଚିକିତ୍ସା କ୍ଷେତ୍ରରେ ସଫଳତା ପାଇଁ :

ଜ୍ୟୋତିଷ ଶାସ୍ତ୍ରରେ ଯଦି ଆପଣଙ୍କୁ ମେଡିକାଲ କ୍ଷେତ୍ରରେ କ୍ୟାରିଅର କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସୂର୍ଯ୍ୟଙ୍କ ଛଡ଼ା ଚନ୍ଦ୍ର, ମଙ୍ଗଳ ଓ ଶୁକ୍ର ଗ୍ରହ ସହ ଜଡିତ ରତ୍ନ ଧାରଣ କଲେ ସଫଳ ପାଇବେ । ଡାକ୍ତର ହେବାକୁ ବା ଚିକିତ୍ସା କ୍ଷେତ୍ରର ରହିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କ ପାଇଁ ମୋତି, ମାଣିକ୍ୟ ଓ ହୀରା ରତ୍ନ ଧାରଣ ଫଳଦାୟୀ ହୋଇଥାଏ ।

Niharanjan

Recent Posts

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

14 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

22 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

48 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

1 hour ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

1 hour ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago