ଏହି ୩ ରତ୍ନକୁ ମନାଯାଇଥାଏ ସୌଭାଗ୍ୟ ବୃଦ୍ଧିକାରକ,ଜାଣନ୍ତୁ କେଉଁ ଲୋକଙ୍କ ପାଇଁ ହୋଇଥାଏ ଲାଭକାରୀ

ରତ୍ନ ଶାସ୍ତ୍ରରେ ଅନେକ ରତ୍ନ ବିଷୟରେ ବର୍ଣ୍ଣନା କରାଯାଇଛି | ଏସବୁ ମଧ୍ୟରେ କିଛି ପ୍ରମୁଖ ରତ୍ନ ରହିଛି, ଯାହା ଜୀବନରେ ଗ୍ରହର ଅଶୁଭ ପ୍ରଭାବକୁ କମ କରିବା ସହ ଶୁଭ ପ୍ରଭାବ ବୃଦ୍ଧି କରିଥାଏ | ଏଭଳି ରତ୍ନ ଯାହାକୁ ଜ୍ୟୋତିଷଶାସ୍ତ୍ରରେ ପ୍ରଭାବଶାଳୀ ବୋଲି କୁହାଯାଇଛି | କେବଳ ଏତିକି ନୁହେଁ ବହୁତ କମ ଲୋକମାନେ ଏହି ରତ୍ନ ଧାରଣ କରିପାରନ୍ତି | ଆସନ୍ତୁ ଜାଣିବା ଏହି ୩ ଖାସ ରତ୍ନ ସମ୍ପର୍କରେ ଯାହାକୁ ଧାରଣ କଲେ ବ୍ୟକ୍ତିର ଧନ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ ।

୧. ଜେଡ ଷ୍ଟୋନ :

ଏହି ଷ୍ଟୋନକୁ ଧାରଣ କଲେ ଆର୍ଥିକ ବୃଦ୍ଧି ଘଟିବା ସହ କାମରେ ଏକାଗ୍ରତା ବୃଦ୍ଧି ପାଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପନ୍ନାର ଉପରତ୍ନ ଜେଡ ଷ୍ଟୋନ ହୋଇଥାଏ, ଯାହାକି ଆର୍ଥିକ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ । ଏହି ରତ୍ନ ଧାରଣ କରିଥିବା ବ୍ୟକ୍ତିଙ୍କୁ ବେପାରରେ ଉଚିତ୍‌ ନିର୍ଣ୍ଣୟ ନେବାକୁ ସାହାଯ୍ୟ କରିଥାଏ । ଆୟର ନୂଆ ସ୍ରୋତ ଆରମ୍ଭ ହୋଇଥାଏ ।

କିଏ ଧାରଣ କରିପାରିବେ : କୌଣସି ଜ୍ୟୋତିଷଙ୍କ ପରାମର୍ଶ ନେଇ ବୃଷ, ମିଥୁନ,କନ୍ୟା, ତୁଳା,ମକର ଓ କୁମ୍ଭ ରାଶି ବାଲା ଜେଡ ଷ୍ଟୋନ ଧାରଣ କରିପାରିବେ ।

୨. ଗ୍ରୀନ ଏମ୍ବେଚ୍ୟୁରିନ ରତ୍ନ :

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରତ୍ନ ବ୍ୟବସାୟୀଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ । କୁହାଯାଏ ଏହି ରତ୍ନ ଧାରଣ କରିବା ଦ୍ୱାରା ଆର୍ଥିକ ସ୍ଥିତି ବହୁତ ବୃଦ୍ଧି ପାଇଥାଏ । ବେପାରର ନୂଆ ଦିଗ ମିଳିଥାଏ ।

କିଏ ଏହାକୁ ଧାରଣ କରି ପାରିବେ : ଏହି ରତ୍ନର ବିଶେଷତା ଏହି ଯେ ଏହାକୁ ସବୁ ରାଶିର ଲୋକେ ଧାରଣ କରି ପାରିବେ । ତେବେ ଗ୍ରୀନ ଏମ୍ବେଚ୍ୟୁରିନ ରତ୍ନ ମୁଖ୍ୟ ଭାବେ ତୁଳା ରାଶି ଲୋକ ଧାରଣ କଲେ ଶୁଭ ହୋଇଥାଏ ।

୩. ଟାଇଗର ରତ୍ନ :

ରତ୍ନ ଶାସ୍ତ୍ରରେ ଟାଇଗର ରତ୍ନକୁ ସବୁଠୁ ଶୀଘ୍ର ଓ ସକରାତ୍ମକ ପ୍ରଭାବ ବାଲା ରତ୍ନ କୁହାଯାଇଥାଏ । ଜ୍ୟୋତିଷଙ୍କ ଅନୁଯାୟୀ ଟାଇଗର ଷ୍ଟୋନ ଧାରଣ କରିଥିବା ବ୍ୟକ୍ତିଙ୍କ ଇଚ୍ଛା ଶକ୍ତି ଦୃଢ଼ ହୋଇଥାଏ । ଏହି ଷ୍ଟୋନ ଧାରଣ କରିଥିବା ବ୍ୟକ୍ତିଙ୍କ ବନ୍ଦ ରହିଥିବା କାମ ଚାଲୁ ହୋଇଯାଏ ।

କିଏ ଏହାକୁ ଧାରଣ କରିପାରିବେ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମିଥୁନ ରାଶି ଲୋକେ ଟାଇଗର ରତ୍ନ ଧାରଣ କଲେ ଅଧିକ ଶୁଭ ପରିମାଣ ପାଇବେ । ତେବେ ଏହାକୁ ସମସ୍ତେ ଧାରଣ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.