ସ୍ପେଶାଲ

ବୃହସ୍ପତି ଗ୍ରହ ପାଇଁ ଏହାକୁ ଧାରଣ କଲେ ବଦଳିଯାଏ ଭାଗ୍ୟ, ଜାଣନ୍ତୁ କଣ କହୁଛି ରତ୍ନ

ରତ୍ନ ଶାସ୍ତ୍ରରେ ଅନେକ ରତ୍ନ ବିଷୟରେ ବର୍ଣ୍ଣନା କରାଯାଇଛି | ଏସବୁ ମଧ୍ୟରେ କିଛି ପ୍ରମୁଖ ରତ୍ନ ରହିଛି, ଯାହା ଜୀବନରେ ଗ୍ରହର ଅଶୁଭ ପ୍ରଭାବକୁ କମ କରିବା ସହ ଶୁଭ ପ୍ରଭାବ ବୃଦ୍ଧି କରିଥାଏ | ଏଭଳି ଏକ ରତ୍ନ ହେଉଛି ଫିରୋଜା, ଯାହାକୁ ଜ୍ୟୋତିଷଶାସ୍ତ୍ରରେ ପ୍ରଭାବଶାଳୀ ବୋଲି କୁହାଯାଇଛି | କେବଳ ଏତିକି ନୁହେଁ ବହୁତ କମ ଲୋକମାନେ ଏହି ରତ୍ନ ଧାରଣ କରିପାରନ୍ତି |

ଫିରୋଜା ବୃହସ୍ପତି ଗ୍ରହର ରତ୍ନ। ଏହିକାରଣରୁ ଏହି ରତ୍ନ ଧାରଣ କରିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ |ତେବେ ଜାଣନ୍ତୁ ଏହି ରତ୍ନ କେଉଁମାନେ ପିନ୍ଧିବା ଉଚିତ ଏବଂ ଧାରଣ କରିବାର ସଠିକ ନିୟମ |

ଫିରୋଜା ରତ୍ନ ଦେଖିବାକୁ ନୀଳ ରଙ୍ଗର ହୋଇଥାଏ | ଯେଉଁ ରାଶିରେ ବୃହସ୍ପତି ଉଚ୍ଚ ରେ ରହିଥାନ୍ତି ଅର୍ଥାତ ସକାରାତ୍ମକ ସ୍ଥିତିରେ ରହିଥାନ୍ତି ତେବେ ସେହି ରାଶିର ବ୍ୟକ୍ତିମାନେ ଏହି ରତ୍ନ ଧାରଣ କରିପାରିବେ | କିନ୍ତୁ ଏହି ରତ୍ନ ସହ କେବେ ହୀରା ଧାରଣ କରିବେ ନାହିଁ କିନ୍ତୁ ନିଲମ ସହ ଏହି ରତ୍ନ ଧାରଣ କରିପାରିବେ |

ସେହିଭଳି ପ୍ରେମ ସମ୍ବନ୍ଧ ଏବଂ ଭବିଷ୍ୟତରେ ଉନ୍ନତି ପାଇଁ ଏହି ରତ୍ନ ଧାରଣ କରିବା ପାଇଁ କୁହାଯାଇଥାଏ | ବିଶେଷ ରୂପେ ଏହି ରତ୍ନ ଛାତ୍ର-ଛାତ୍ରୀଙ୍କ ପାଇଁ ଲାଭକାରୀ ହୋଇଥାଏ | ଏଥିସହ ଫିରୋଜ ରତ୍ନ ପିନ୍ଧିବା ଦ୍ୱାରା ମାଂସପେଶୀ ମଜବୁତ ହେବା ସହ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବା ସହ ଖରାପ ଶକ୍ତିରୁ ରକ୍ଷା କରିଥାଏ |

ଏପରି ଧାରଣ କରନ୍ତୁ ରତ୍ନ

ଫିରୋଜା ରତ୍ନ ଧାରଣ କରିବାର କିଛି ନିୟମ ରହିଛି | ଏହାକୁ ଆପଣ ଶୁକ୍ରବାର, ଗୁରୁବାର କିମ୍ବା ଶନିବାର ଦିନ ଧାରଣ କରିପାରିବେ | ଏହାକୁ ଧାରଣ କରିବାର ଶୁଭ ସମୟ ସକାଳ ୬ ରୁ ୮ଟା ପର୍ଯ୍ୟନ୍ତ ରହିଥାଏ | ଏହାକୁ ରୁପା କିମ୍ବା ତମ୍ବା ଧାତୁରେ ଧାରଣ କରିପାରିବେ | ସେହିଭଳି ଏହି ରତ୍ନ ଧାରଣ କରିବାର ଏକ ରାତି ପୂର୍ବରୁ ଏହାକୁ କ୍ଷୀର, ମହୁ, ମିଶ୍ରି ଏବଂ ଗଙ୍ଗାଜଳର ମିଶ୍ରଣରେ ପକାଇ ରଖନ୍ତୁ |

ପରଦିନ ସକାଳୁ ସ୍ନାନ ସାରିବା ପରେ ପୂଜା କରି ଏହି ରତ୍ନ ଧାରଣ କରନ୍ତୁ | ଏହି ରତ୍ନ ଧାରଣ କରିସାରିବା ପରେ ଯେକୌଣସି ପୂଜାରୀଙ୍କ ଚରଣ ସ୍ପର୍ଶ କରି ଦକ୍ଷିଣା ଦିଅନ୍ତୁ |

Niharanjan

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

7 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

32 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

41 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago