ଅଜବ ପ୍ରକାର ଫୁଡ୍‌ କମ୍ବିନେଶନ: ମିଲ୍କଶେକ ଉପରେ ପକାଇ ଦେଲେ ମ୍ୟାଗି, ରାଗିକି ପାଚି ଲାଲ୍‌ ହୋଇଗଲେ ୟୁଜର, କହିଲେ, ‘ସିଧା ଧର ଆଉ…

ଅଧିକାଂଶ ଫୁଡ୍‌ ଲଭର ଖାଦ୍ୟ ସହିତ ଏକ୍ସପେରିମେଣ୍ଟ କରିବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଅନେକ ସମୟରେ ସେମାନେ ଏମିତି କିଛି କରି ବସନ୍ତି, ଯାହାକୁ ଦେଖିଲା ପରେ ଲୋକଙ୍କ ମନରେ ରାଗ ଆସିଯାଇଥାଏ। ସାଧାରଣତଃ ମ୍ୟାଗି ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି। ଭୋକ ଲାଗୁଥିଲେ ଲୋକେ ଫଟାଫଟ ମ୍ୟାଗି ପ୍ରସ୍ତୁତ କରି ଖାଇ ନିଅନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଯେଉଁ ଫଟୋ ଭାଇରାଲ ହେଉଛି, ତାହାକୁ ଦେଖିଲେ ଆପଣଙ୍କୁ ନିଶ୍ଚୟ ଘୃଣା ଲାଗିବ।

କିଛିଦିନ ପୂର୍ବେ ଲୋକେ ମ୍ୟାଗି ଲଡୁ ଏବଂ ଓରିୟୋ ମ୍ୟାଗି ବନାଇ ତାହାକୁ ଭାଇରାଲ କରିଥିଲେ, ଯାହାକି ନେଟିଜନ୍ସଙ୍କୁ ଘୃଣା ଅନୁଭବ କରେଇଥିଲା। ଆଉ ଏବେ ମ୍ୟାଗି ମିଲ୍କଶେକ କେତେକ ଲୋକଙ୍କୁ ରଗେଇ ଦେଇଛି। ଲୋକେ ମ୍ୟାଗି ସହିତ ଏମିତି ଏକ ଏକ୍ସପେରିମେଣ୍ଟ କରି ତାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଭାଇରାଲ ଫଟୋରେ ଦେଖିବାକୁ ମିଳୁଛି କି, କେହି ଜଣେ ବ୍ୟକ୍ତି ମିଲ୍କଶେକରେ ମ୍ୟାଗି ପକାଇ ‘ମ୍ୟାଗି ମିଲ୍କଶେକ’ ବନାଇ ଦେଇଛନ୍ତି।

ଏହାକୁ ଇଣ୍ଟରନେଟ୍‌ରେ ସେୟାର କରାଯିବା ପରେ ଦୁଇ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି। ତେବେ କିଛି ଲୋକ ରାଗିକି ଏହା ଉପରେ ବିଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘କେହି ଜଣେ ମୂର୍ଖ ଲୋକ ମୋ ସହିତ ଏହି ଫଟୋ ସେୟାର କରିଛି। ମ୍ୟାଗି ମିଲ୍କଶେକ…। ଏହାକୁ ପ୍ରସ୍ତୁତ କରିଥିବା ଲୋକକୁ ସିଧା ଧରିବାର ଅଛି’।