ଅଦ୍ଭୁତ ଗାଁ, ଏଠାରେ କେବଳ ବାସ କରନ୍ତି ନାବାଳିକାଙ୍କ ଦୁଷ୍କର୍ମକାରୀ

ଯଦି ଆପଣଙ୍କୁ କିଏ କହେ କି, ଦୁନିଆରେ ଏମିତି ଏକ ଗାଁ ରହିଛି, ଯେଉଁଠାରେ କେବଳ ବଳାତ୍କାରୀ ରୁହନ୍ତି, ତେବେ କ’ଣ ଆପଣ ବିଶ୍ୱାସ କରିବେ। ହୁଏତ ଆପଣ ନ କରିପାରନ୍ତି। କିନ୍ତୁ ପ୍ରକୃତରେ ଏମିତି ଏକ ଗାଁ ରହିଛି, ଯେଉଁଠାରେ କେବଳ ବଳାତ୍କାରୀ ହିଁ ରହିଥାନ୍ତି।

44

ଆମେରିକାର ଫ୍ଲୋରିଡାରେ ଯୌନ ଅପରାଧୀଙ୍କୁ ଏକ ଅଦ୍ଭୁତ ଉପାୟରେ ଦଣ୍ଡ ଦିଆଯାଏ। ଫ୍ଲୋରିଡା ଠାରୁ ମାତ୍ର ୨ ମିଲ୍‌ ଦୂରରେ ଏକ ଛୋଟ ଗାଁ ରହିଥାଏ, ଯେଉଁଠି ପାଖାପାଖି ୨୦୦ ଲୋକ ରହିଥାନ୍ତି। କିନ୍ତୁ ଏହା କୌଣସି ସାଧାରଣ ଲୋକ ନୁହଁନ୍ତି ବରଂ ଅପରାଧୀ ରହିଥାନ୍ତି। ଯେଉଁମାନେ ଏଠାରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥାନ୍ତି, ସେମାନେ ଏଠାରେ ରହିଥାନ୍ତି। ତେଣୁ ସେ ନିଜ ଗାର୍ଲଫ୍ରେଣ୍ଡ ହୁଅନ୍ତୁ ଅବା ଅନ୍ୟ କୌଣସି ଝିଅ।

11

ଫ୍ଲୋରିଡାରେ ସେକ୍ସ କ୍ରାଇମ କରୁଥିବା ଲୋକଙ୍କ ପାଇଁ କଡା ନିୟମ ରହିଛି। ଏମାନେ କୌଣସି ସ୍କୁଲ, ପାର୍କ କିମ୍ବା ବସଷ୍ଟପ୍‌ ହେଉ ଅବା ସାଧାରଣ ସ୍ଥାନରୁ ଏମାନଙ୍କୁ ଦୂରରେ ରଖାଯାଏ। ସରକାର ଏହି ଗାଁରେ ରହୁଥିବା ସେହି ଲୋକଙ୍କୁ ଏକ ସୁଯୋଗ ଦେଇଥାନ୍ତି, ଯେଉଁମାନେ ହିଂସ୍ର ଅପରାଧୀ ନୁହନ୍ତି, ସେମାନେ ସୁଧରିବାକୁ ଚାହୁଛନ୍ତି। ଏହାକୁ ୧୯୬୦ରେ ନିର୍ମାଣ କରାଯାଇଥିଲା। ଏଠାରେ ରହୁଥିବା ଲୋକ ନିଜର ପାଳନ ପୋଷଣ ନିଜେ ହିଁ କରିଥାନ୍ତି।

444

ସଂପୂର୍ଣ୍ଣ ସହରର ଏବଂ ଜନବସତି ଠାରୁ ଏମାନେ ଏକୁଟିଆ ରୁହନ୍ତି। ନାବାଳିକାଙ୍କୁ ଯୌନ ଶୋଷଣ କରିଥିବା ଯୋଗୁଁ ସେମାନଙ୍କୁ ଏପରି ଦଣ୍ଡ ଦିଆଯାଏ।

Leave A Reply

Your email address will not be published.