ଅଦ୍ଭୁତ ପରମ୍ପରା: ଏଠାରେ ଝିଅ ବିବାହ ସମୟରେ ଯୌତୁକରେ ଦିଆଯାଏ ସାପ; ନହେଲେ ଭାଙ୍ଗିଯିବ ବାହାଘର

ନୂଆଦିଲ୍ଲୀ : ଭାରତରେ ଯୌତୁକ ପ୍ରଥା ଏକ ଆଇନଗତ ଅପରାଧ। କିନ୍ତୁ ଆଜି ବି ଅନେକ ସ୍ଥାନରେ ଯୌତୁକକୁ ପ୍ରଶୟ ଦେଇଛନ୍ତି ଲୋକେ । ସାଧରଣତଃ ବିବାହରେ କନ୍ୟାର ପିତା ନିଜ ଝିଅକୁ ଯୌତୁକ ରୂପେ ମହଙ୍ଗା ଉପହାର ଦେଇଥାନ୍ତି। କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ଏମିତି କିଛି ଅଞ୍ଚଳ ରହିଛି, ଯେଉଁଠି ଝିଅ ବାହାଘରରେ ଯୌତୁକରେ ଦିଆଯାଏ ସାପ, ତା ପୁଣି ବିଷାକ୍ତ ସାପ। ଏହି କଥା ଶୁଣିବା ପରେ ଅବଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ଏବଂ ଏହାକୁ ଏକ ପରମ୍ପରା ବୋଲି ମାନନ୍ତି ଲୋକମାନେ। କିନ୍ତୁ ଏହି ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଧ୍ୟପ୍ରଦେଶର ଗୌରିଆ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏହି ଅଦ୍ଭୁତ ଅଭ୍ୟାସ ଶତାବ୍ଦୀ ଧରି ଚାଲିଆସୁଛି।ଗୌରିଆ ଜନଜାତିର ଲୋକମାନେ ନିଜ ଝିଅକୁ ବିବାହ କରିବା ପରେ ଜ୍ବାଇଁକୁ ୨୧ ଟି ବିଷାକ୍ତ ସାପ ଦିଅନ୍ତି। ଏହି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏକ ବିଶ୍ୱାସ ଅଛି ଯେ ଗୋଟିଏ ଝିଅର ବିବାହରେ ସାପ ଦେବା ଦ୍ବାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କକୁ ମଜବୁତ କରିଥାଏ। ସେହି ସମୟରେ, ଯଦି ଆପଣ ଯୌତୁକରେ ବିଷାକ୍ତ ସାପ ନଦିଅନ୍ତି, ତେବେ ବର-କନ୍ୟାଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗିଯାଏ। ସ୍ଥାନୀୟ ଲୋକ କୁହନ୍ତି ଯେ ଝିଅର ବିବାହ ସ୍ଥିର ହେବା ପରେ ସମ୍ପ୍ରଦାୟରେ ଝିଅର ପିତା ଯୌତୁକ ଦେବା ପାଇଁ ସାପ ଧରିବା ଆରମ୍ଭ କରନ୍ତି। ଆପଣ ମଧ୍ୟ ଗୌରିଆ ଜନଜାତିର ଲୋକଙ୍କ ଘରେ ବିଷାକ୍ତ ସାପ ସହିତ ଖେଳୁଥିବା ପିଲାମାନଙ୍କୁ ଦେଖିବାକୁ ପାଇବେ।

ତେବେ ଗୌରିଆ ସମ୍ପ୍ରଦାୟର ଲୋକମାନଙ୍କର ମୁଖ୍ୟ ବୃତ୍ତି ହେଉଛି ସାପ ପୋଷିବା ସହିତ ଖେଳ ପ୍ରଦର୍ଶନ କରି ପରିବାର ପ୍ରତିପୋଷଣ କରିବା। ଏହି ସମ୍ପ୍ରଦାୟରେ ସାପମାନଙ୍କୁ ସୁରକ୍ଷିତ ରଖିବା ପାଇଁ କଠୋର ନିୟମ ମଧ୍ୟ କରାଯାଇଛି। କୁହାଯାଏ ଯେ ଯଦି ସାପଟି ସେମାନଙ୍କ ବାକ୍ସରେ ମରିଯାଏ, ତେବେ ସମଗ୍ର ପରିବାରକୁ କେଶ ଉପାଡ଼ିବାକୁ ପଡ଼ିବ। ଏହା ସହିତ, ଏହି ସମ୍ପ୍ରଦାୟର ସମସ୍ତ ଲୋକଙ୍କୁ ଭୋଜି ଦେବାକୁ ପଡିବ । ତେବେ ଏ ଘଟଣା ଏବେ ନୁହେଁ କାହିଁ କେଉଁ ଦିନରୁ ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ଦମ୍ପ୍ରଦାୟରେ ଚାଲି ଆସିଛି।

You might also like