ଦେଖିନଥିବେ ଏମିତି ବିବାହ; Google Meetରେ ହାତ ଗଣ୍ଠି , Zomatoରୁ ଭୋଜି
ସାରା ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀ ସମସ୍ତଙ୍କୁ ନିଜ ଘରେ ବନ୍ଦୀ କରି କରିଦେଇଛି। କରୋନା ଅବଧିରେ ହେଉଥିବା ବିବାହ ମଧ୍ୟ ଅଧିକ ପ୍ରଭାବିତ ହେଉଛି। ଅନେକ ରାଜ୍ୟରେ ବିବାହ ସମ୍ବନ୍ଧରେ କରୋନା ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯେଉଁଥିପାଇଁ ବିବାହକୁ ଆସୁଥିବା ଅତିଥି ଏବଂ ସମ୍ପର୍କୀୟଙ୍କ ସଂଖ୍ୟା ସୀମିତ ରଖାଯାଇଛି ।
ବର୍ତ୍ତମାନ ଲୋକମାନେ କରୋନା ସହିତ ଧୀରେ ଧୀରେ ନିଜର ଜୀବନ ଶୈଳୀକୁ ପରିବର୍ତ୍ତନ କରିଦେଇଛନ୍ତି । ଏମିତିକି ଏହାର ପ୍ରଭାବ ଅନଲାଇନ୍ ମିଟିଂ ଏବଂ ଅନଲାଇନ୍ କ୍ଲାସ୍ ମାଧ୍ୟମରେ ଦେଖାଯାଉଛି ଏବଂ ଲୋକମାନେ ନିଜ ଅଫିସ୍ କାମ ମଧ୍ୟ ୱର୍କ ଫର୍ମ ହୋମ୍ ମାଧ୍ୟମରେ କରୁଛନ୍ତି । ଯେଉଁଥିପାଇଁ କରୋନା ବୃଦ୍ଧି ହେବାର ଆଶଙ୍କା ମଧ୍ୟ କମିଯାଉଛି । ଏହି ସମୟରେ ଏକ ଦମ୍ପତି ସେମାନଙ୍କ ବିବାହ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ। ଯେଉଁଥିପାଇଁ ସେମାନଙ୍କର ବିବାହ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି
ବାସ୍ତବରେ, ପଶ୍ଚିମବଙ୍ଗର ସାଣ୍ଡିପନ୍ ସାର୍କ ଏବଂ ଆଦିତ୍ୟ ଦାସ ୨୪ ଜାନୁଆରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏଥିପାଇଁ କରୋନା ପ୍ରୋଟୋକଲ୍ ଅନୁସରଣ କରି ସେ ମୋଟ ୪୦୦ ଲୋକଙ୍କ ମଧ୍ୟରେ ତାଙ୍କ ବିବାହ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ହଁ, ଯଦିଓ ଏହା ଶୁଣି ଆପଣ ଚକିତ ହୋଇପାରନ୍ତି କି ଯଦି ୪୦୦ ଲୋକଙ୍କ ମଧ୍ୟରେ ବିବାହ ହୁଏ ତେବେ ଏଠାରେ କୋଭିଡ୍ ପ୍ରୋଟୋକଲ୍ କେଉଁଠାରେ ଅନୁସରଣ କରାଯାଇଛି ?
ସୂଚନା ଅନୁସାରେ,ସାଣ୍ଡିପନ୍ ସାର୍କ ଏବଂ ଆଦିତ୍ୟ ଦାସଙ୍କ ବିବାହ ଗୁଗୁଲ୍ ମିଟ୍ ତଥା ଜୁମ୍ ଆପ୍ ମାଧ୍ୟମରେ ହୋଇଛି । ଯାହା ଅଧୀନରେ ତାଙ୍କ ଘରେ ହେବାକୁ ଥିବା ବିବାହରେ ସମୁଦାୟ ଶହେ ଲୋକ ଯୋଗଇଛନ୍ତି । ଏହାସହ ଗୁଗୁଲ୍ ମିଟ୍ରେ ୩୦୦ ଅତିଥି ଯୋଗ ଦେଇଛନ୍ତି । ବିବାହରେ ଅତିଥିଙ୍କ ପାଇଁ ଜୋମାଟୋ ମାଧ୍ୟମରେ ସୁସ୍ୱାଦୁ ଖାଦ୍ୟ ବିତରଣ କରାଯାଇଛି । ନୂତନ ବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଇ ଅତି ଆନନ୍ଦରେ ଏହି ବିବାହ ଉତ୍ସବ ସମ୍ପୂର୍ଣ୍ଣ ହୋଇଛି । କୋଭିଡ୍ ଗାଇଡ୍ଲାଇନ୍ ମାନି ନିଜ ସମ୍ପର୍କୀୟଙ୍କ ସହ ଏକ ନିଆରା ବିବାହ କରି ଉଭୟ ଦମ୍ପତ୍ତି ଚର୍ଚ୍ଚାରେ ଆସିଛନ୍ତି ।