କି ଅଜବ ଦେଶ? ଶବ ପୋତିବା ପାଇଁ କିଣିବାକୁ ପଡିଥାଏ ଜାଗା, ଯାହାର ମୂଲ୍ୟ କୋଟି କୋଟି ଟଙ୍କା

ଲୋକ ଘର କରିବା ପାଇଁ ଜାଗା କିଣିଥାନ୍ତି, ଯାହାର ମୂଲ୍ୟ କୋଟି କୋଟି ଟଙ୍କା ରହିଥାଏ। କିନ୍ତୁ ଶବ ପୋତିବା ପାଇଁ ଜାଗା କିଣିବାକୁ ପଡିଥାଏ ବୋଲି ଆପଣ ହୁଏତ ପ୍ରଥମ ଥର ପାଇଁ ଶୁଣୁଥିବେ ନିଶ୍ଚିତ। ସାଧାରଣତଃ ମୃତଦେହକୁ ଦାହ କରିବା ପାଇଁ କିମ୍ବା ପୋତିବା ପାଇଁ ଶ୍ମଶାନ ରହିଥାଏ। ମଣିଷ ମରିଗଲା ପରେ ଏହା ହେଉଛି ତାର ଶେଷ ସ୍ଥାନ। ପ୍ରତ୍ୟେକ ଗାଁ କିମ୍ବା ସହରରେ ଶବଦାହ କରିବାର ବ୍ୟବସ୍ଥା ରହିଛି। ଗାଁ ଶ୍ମଶାନରେ ଶବଦାହ କରିବା ପାଇଁ କୌଣସି ଦେୟ ଦେବାକୁ ପଡୁନଥିବା ବେଳେ ସହରମାନଙ୍କରେ ଥିବା ବୈଦ୍ୟୁତିକ ଚୁଲା ପାଇଁ ଅର୍ଥ ଦେବାକୁ ପଡିଥାଏ। କିନ୍ତୁ ଦୁନିଆରେ ଏପରି ଏକ ଦେଶ ରହିଛି, ଯେଉଁଟି ଶବକୁ ପୋତିବା ପାଇଁ ଜମି କିଣିବାକୁ ପଡିଥାଏ। ଏଠାରେ ଅଳ୍ପ ମାତ୍ର କେତେ ହାତ ଜମି ପାଇଁ ଦେବାକୁ ପଡିଥାଏ କୋଟି କୋଟି ଟଙ୍କା।

76

ହଂକଂରେ ଜମି ମୂଲ୍ୟ ଏତେ ମାତ୍ରାରେ ବଢିଚାଲିଛି ଯେ, ଯେଉଁଠି ଲୋକଙ୍କ ଶବ ପୋତିବା ପାଇଁ ଜାଗା କିଣିବାକୁ ପଡେ ଏବଂ ଏହି ଜାଗା ପାଇଁ ଆପଣଙ୍କୁ ପାଖାପାଖି ୫୮ ଲକ୍ଷ ଟଙ୍କା ଦେବାକୁ ପଡିଥାଏ। ଏଠାରେ ଜମି ମୂଲ୍ୟ ବଢି ଚାଲିଥିବାରୁ ମୃତଦେହକୁ ପୋତିବା ବଦଳରେ ପୋଡିବା ଆରମ୍ଭ କରିଦେଲେ। କିନ୍ତୁ ପୋଡିବା ପରେ ମଧ୍ୟ ସେମାନଙ୍କ ଭସ୍ମକୁ ପୋତିବା ପାଇଁ ଚାହିଁଥାନ୍ତି। ଏଥିପାଇଁ ମଧ୍ୟ ଲୋକେ ନିଜ ପ୍ରିୟଜନଙ୍କ ଚିତାଭସ୍ମକୁ ସରକାରୀ ଲକରରେ ରଖୁଛନ୍ତି। ଏପର୍ଯ୍ୟନ୍ତ ହଂକଂରେ ପାଖାପାଖି ୪ ଲକ୍ଷ ଭସ୍ମ ପୋତାଯିବା ଅପେକ୍ଷାରେ ସରକାରୀ ଲକରରେ ରହିଛି।

ଏହାସହ ପଢ଼ନ୍ତୁ ; ଦୁନିଆର ସବୁଠାରୁ ମହଙ୍ଗା ଜେଲ, ଯେଉଁଠାରେ ଜଣେ କଏଦୀ ପିଛା ବର୍ଷକୁ ଖର୍ଚ୍ଚ ହୁଏ ୯୩ କୋଟି ଟଙ୍କା

9

ରିପୋର୍ଟ ମୁତାବକ, ସରକାରୀ ଲକରରେ ଅସ୍ଥି ଭସ୍ମ ରଖିବା ପାଇଁ ପ୍ରତିବର୍ଷକୁ ୨୨ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ଲକରରେ ରଖିବାକୁ ମଧ୍ୟ ଲୋକଙ୍କୁ ଚାରି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ। ଯେଉଁ ଲକରରେ ଏହି ଭସ୍ମ ସବୁ ରହିଛି, ତାହା ଦେଖିବାକୁ ଜୋତା ଡବା ପରି। ଆପଣ ଏଥିରୁ ଅନୁମାନ କରିପାରୁଥିବେ ହଂକଂରେ ଅଳ୍ପ ଟିକେ ଜାଗାର ମୂଲ୍ୟ କେତେ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.