ମୃତକଙ୍କର ମଧ୍ୟ ରହିଛି ଅଧିକାର, କରୋନା ସମୟରେ ଜୋରଦାର ହୋଇଛି ଏହି ମାମଲା

ନୂଆଦିଲ୍ଲୀ : କରୋନା କାଳରେ ଲଗାତାର ମୃତକଙ୍କ ସହ ଦୁର୍ବ୍ୟବହାର ଖବର ଆସିବା ପରେ ମୃତ ବ୍ୟକ୍ତି ଅଧିକାର ନେଇ କଥା ଉଠିଛି । ସଂକ୍ରମଣରେ ମୃତ୍ୟୁ ଯୋଗୁ ସମ୍ପର୍କୀୟମାନେ ଭୟରେ ମୃତକଙ୍କ ସଂସ୍କାର ତ କରିବା ଦୂରର କଥା ମୃତକଙ୍କୁ ଛାଡ଼ି ଚାଲିଯାଉଛନ୍ତି । ମୃତକ ଏହାଦ୍ୱାରା ଅପମାନ ହେଉଛି ବୋଲି ଉଠିବା ପରେ ମୃତକଙ୍କ ଅଧିକାର କଥା ଉଠିଛି ।

ମୃତକ ଜଣେ ବ୍ୟକ୍ତି ନା ବସ୍ତୁ

ମୃତକଙ୍କ ହକ୍‌ କଥା କହିବାକୁ ଯାଇ ନ୍ୟୁଜଲାଣ୍ଡର ଆଇନଜ୍ଞ ସାର୍‌ ଜନ୍‌ ସେଲମଣ୍ଡ ଏକ ଥିଓରି ଦେଇଛନ୍ତି । ଯ ।ହା ବିଶ୍ୱସ୍ତରରେ ସେଲମଣ୍ଡ ଥିଓରୀ ନାମରେ ଜଣା । ତଙ୍କ କହିବା ଅନୁଯାୟୀ ଜନ୍ମରୁ ମୃତ୍ୟୁ ଯାଏ ଜଣେ ବ୍ୟକ୍ତି ସମ୍ମାନର ସହ ରହିବା ଉଚିତ୍‌ । ତେଣୁ ମୃତ୍ୟୁ ପରେ ମଧ୍ୟ ସଂସ୍କାର ଏକ ସମ୍ମାନ ହୋଇଥାଏ । ଯାହାକି ମୃତକଙ୍କର ଅଧିକାର ଅଟେ ।

DEAD BODY
photo credit: hindi.news18.com

ମୃତ୍ୟୁ ପରେ ମଧ୍ୟ ରହିଥାଏ କିଛି ଅଧିକାର

ଜେନେରାଲ କ୍ଲଜେସ ଆକ୍ଟ ସେକ୍‌ସନ୍‌ ୩ (୪୨) ଅନୁଯାୟୀ ଜଣେ ବ୍ୟକ୍ତିକୁ ଯେଉଁ ଆଇନ ଅଧିକାର ମିଳୁଛି ତାହା ମୃତ୍ୟୁ ପରେ ଶେଷ ହୋଇଥାଏ । ଅର୍ଥାତ୍‌ ଅନ୍ତିମ ସଂସ୍କାର ପର୍ଯ୍ୟନ୍ତ ବ୍ୟକ୍ତି ର ଏହି ଅଧିକାର କାଏମ ରହିଥାଏ । ଭାରତୀୟ ପିଙ୍ଗଳ କୋର୍ଡ ମଧ୍ୟ ଏଥିରୁ ଭିନ୍ନ ନୁହେଁ । ଏହା ମଧ୍ୟ ଧ୍ୟାନ ରଖେ ଯେ ମୃତକର ଶେଷ କୃତ୍ୟ ସମ୍ମାନର ସହ କରାଯାଏ । ଯେପରି ମୃତକର ପ୍ରତିଛବିରେ କୌଣସି ହାନୀ ନପହଞ୍ଚେ । ଯଦି କିଏ ମୃତକର ସମ୍ମାନ ହାନୀ କରେ ତେବେ ଏଥିପାଇଁ ଆଇନ ଓ ମୃତକଙ୍କ ସମ୍ପର୍କୀୟ ମଧ୍ୟ ମାନହାନୀ ମାମଲା ଦାୟର କରିପାରିବେ ।

arrest
photo credit: hindi.news18.com

ମୃତ ଶରୀର ସହ ଯୌନ ହିଂସା ଖବର ବଢ଼ୁଛି

ବିଶ୍ୱର ଅନେକ ଦେଶରୁ ମୃତ ଶରୀରରୁ ଗହଣା ନେଇଯିବା ଓ ଅନ୍ୟ କେଉଁଠି ମୃତକ ସହ ଯୌନ ହିଂସା ହେବାର ଖବର ମଧ୍ୟ ଆସୁଛି । ଏହି ହିଂସାକୁ ନେକ୍ରୋଫିଲିଆ ବା ମାନସିକ ରୋଗ ବୋଲି କୁହାଯାଇଥାଏ । ଏହି ମାମଲାକୁ WHO ଏକ ଭୟଙ୍କର ଅପରାଧ ବୋଲି କହିଛି ।
ମୃତ ଶରୀର ସହ ଏପରି ହିଂସାକୁ ୨ ବର୍ଷର ଜେଲ୍‌ ଦଣ୍ଡ ସହ ଜୋରିମାନା କରାଯାଏ ନ୍ୟୁଜଲାଣ୍ଡରେ । ଆମେରିକା, ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏହି ଆଇନ୍‌ ରହିଛି । ଭାରତରେ ଏହି ହିଂସା ପାଇଁ ଆଇନରେ ସେମିତି କିଛି ଦଣ୍ଡ ନାହିଁ । ତେବେ ଗାଜିଆବାଦରେ ମୃତ ଶବ ସହ ହୋଇଥିବା ରେପ ମାମଲାରେ ୩୭୭ ଧାରା ଅନାଚୁରାଲ ସେକ୍ସ ଧାରାରେ ଦଣ୍ଡ ଦିଆଯାଇଛି ।

ଭାରତରେ ଆଇପିସି ୨୯୭ ଅନୁଯାୟୀ କେବଳ ମୃତକର ଅନ୍ତିମ ସଂସ୍କାର ତା’ର ଧାର୍ମିକ ପ୍ରଥା ଅନୁଯାୟୀ ଦେବାର ବ୍ୟବସ୍ଥା ରହିଛି । ଏହାର ଖିଲାପରେ ୧ ବର୍ଷ ଜେଲ୍‌ ସହ ଜୋରିମାନାର ବ୍ୟବସ୍ଥା ରହିଛି । ଭାରତରେ ସେକ୍ସନ ୨୧ ଅନୁଯାୟୀ ମୃତକର ସବୁ ଅଧିକାର ରହିଛି । ମୃତକକୁ ଗାରିମାର ସହ ବିଦାୟ ଦେବାର ପରମ୍ପରା ରହିଛି । ମୃତକର ଅନ୍ତିମ ସଂସ୍କାର ପରେ ମଧ୍ୟ ଏହି ନିୟମ ରହିଛି । ଯଦି କେହି ମୃତକର କବ୍ର ସହ କୌଣସି ଅସୁବିଧା କରେ ସେଥିପାଇଁ ମଧ୍ୟ ଦଣ୍ଡ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.