ସ୍ପେଶାଲ

ଆଜିର ତାରିଖ ଉପରେ ଟିକେ ନଜର ପକାଇଲେ, ୩୧.୧୨.୨୩ : କଣ ରହିଛି ସ୍ୱତନ୍ତ୍ରତା ଜାଣନ୍ତୁ

ଆଜି ହେଉଛି ବର୍ଷ ୨୦୨୩ର ଶେଷ ଦିନ । ବର୍ଷ ୨୦୨୪ ନୂଆ ଉନ୍ମାଦନା ନେଇ ପୃଥିବୀ ପୃଷ୍ଠକୁ ଆସିବ । ତେଣୁ ଇଂରାଜୀ ନୂଆ ବର୍ଷର ସେଲିବ୍ରେସନ୍‌ ପାଇଁ ସମସ୍ତେ ଉତ୍ସାହିତ । ଛୋଟରୁ ବଡ଼ କିଛି ନା କିଛି ପ୍ଲାନ୍‌ କରିଛନ୍ତି ସମସ୍ତେ । ତେବେ ଏସବୁ ଭିତରେ ଗୋଟିଏ ମଜାଦାର କଥା ସହିତ ସରିବ ୨୦୨୩ । ଯଦି ଆପଣ ଭଲ କରି ଦେଖିବେ ତେବେ ଶେଷ ଦିନର ତାରିଖ ଉପରେ ନଜର ପକାନ୍ତୁ । ତାରିଖଟି ହେଉଛି ୩୧.୧୨.୨୩ । ସଂଖ୍ୟାଗୁଡ଼ିକ କେବଳ ୧, ୨ ଓ ୩ରେ ସୀମିତ । ତିନି ଏକ, ଏକ ଦୁଇ ଓ ଦୁଇ ତିନି । ଆଉ ଇଏ ହେଉଛି ଇଂରାଜୀ ଲେଖା 31.12.23 । ଏହାକୁ ଆଞ୍ଜେଲ ନମ୍ବର ବୋଲି କୁହାଯାଉଛି ।

ଯଦି ଆମେ ଏହାକୁ ଟିକେ ଓଲଟାଇ ଦେଇ ପ୍ରଥମେ ମାସ ତାପରେ ତାରିଖ ଓ ବର୍ଷ ରଖିବା ତେବେ ଏହା ଏମିତି ହେବ 12. 31.23 । ମାସ, ତାରିଖ ଏବଂ ବର୍ଷକୁ ମିଶାଇଲେ ପରକୁ ପର ସଂଖ୍ୟା ଆସିବ । ପ୍ରଥମ ୧ ଓ ୨କୁ ମିଶାଇଲେ ୩, ଦ୍ୱିତୀୟରେ ୩ ଓ ୧କୁ ମିଶାଇଲେ ୪ ଏବଂ ବର୍ଷରେ ଥିବା ୨ଓ ୩କୁ ମିଶାଇଲେ ୫ ହେଉଛି । କ୍ରମ ଅନୁସାରେ ରହୁଛି ୩, ୪ ଓ ୫ । ଏହି ତିନି ସଂଖ୍ୟାକୁ ମିଶାଇଲେ ମୋଟ ଆସିବ ସଂଖ୍ୟା ୧୨ । ନ୍ୟୁମୋରୋଲୋଜି ଅନୁଯାୟୀ ୧୨ ସଂଖ୍ୟା ହେଉଛି ଭକ୍ତି ଭାବନାର ପ୍ରତୀକ । ସେହିପରି ଏହି ତାରିଖରେ ଥିବା ସଂଖ୍ୟା ୧, ୨ ଓ ୩କୁ ଯଦି ମିଶାଇବା ତେବେ ମୋଟ ସଂଖ୍ୟା ହେବ ୬ । ଯାହା ପ୍ରେମ ଏବଂ ସ୍ଥିର ମସ୍ତିଷ୍କରେ କାମ କରିବାର ପ୍ରତୀକ । ମୋଟ ଉପରେ କୁହାଗଲେ ସକାରାତ୍ମକ ମନୋଭାବକୁ ସୂଚାଉଛି । ଯାହା ଦ୍ୱାରା ଅନେକ ଅସାଧ୍ୟ କାର୍ଯ୍ୟ ବି ସମ୍ଭବ ।

ତେବେ କୁହାଯାଏ କି ଯେତେବେଳେ ସଂଖ୍ୟାଗୁଡ଼ିକ ଏଭଳି କ୍ରମ ଅନୁସାରେ ପରିବର୍ତ୍ତିତ ହୁଏ ତାହାହେଲେ ସେଥିରେ ଶକ୍ତି ବୃଦ୍ଧି ହୋଇଥାଏ । ସେ ଜୀବନର ପଥ ହେଉ କି କୌଣସି ସମ୍ପର୍କ ତାହା ଦୃଢ଼ ହୋଇଥାଏ ବୋଲି ନ୍ୟୁମୋରୋଲୋଜିଷ୍ଟଙ୍କ ମତ । ଏହି ସବୁ ସଂଖ୍ୟା ମଣିଷକୁ ଉତ୍ସାହିତ କରିଥାଏ । ୧ ସଂଖ୍ୟା ହେଉଛି ନୂଆ ଆରମ୍ଭର ପ୍ରତୀକ, ୨ ସଂଖ୍ୟା ଭାବପ୍ରବଣତା ଏବଂ ଭଲ ସମୟର ପ୍ରତୀକ । ୩ ସଂଖ୍ୟା ଶିଖିବା ଏବଂ ଆଗକୁ ବଢ଼ିବାର ପ୍ରତୀକ ।

ଏଇ ଦିନଟିକୁ ତ ସମସ୍ତେ ଭଲରେ ଖୁସିରେ କାଟିବାକୁ ଚାହିଁବେ ହେଲେ ଟିକେ ତାରିଖରେ ଥିବା ସଂଖ୍ୟାଗୁଡ଼ିକୁ ବି ନଜର କରନ୍ତୁ । ଆଉ ନ୍ୟୁମୋରୋଲୋଜିକୁ ବିଶ୍ୱାସ କରନ୍ତୁ କି ନକରନ୍ତୁ ଖୁସିରେ ନୂଆ ବର୍ଷକୁ ଆରମ୍ଭ କରିବା ପାଇଁ କିଛି ନୂଆ ପ୍ଲାନ୍‌ କରନ୍ତୁ । କାରଣ ଆସୁଥିବା ବର୍ଷ ୨୦୨୪ ହେଉଛି ଶକ୍ତି ଓ ଉତ୍କର୍ଷର ବର୍ଷ । ଯାହା ଆପଣଙ୍କ ପାଇଁ ଭଲ ସମୟ ଆଣିଦେବ । ତେଣୁ ୨୦୨୩ ବର୍ଷର ଶେଷ ଦିନକୁ ଖୁବ୍‌ ମଜାରେ ପାଳନ କରନ୍ତୁ, ନିଜ ଭିତରେ ସକାରାତ୍ମକ ଭାବନା ରଖନ୍ତୁ ଏବଂ ଏହାକୁ ୨୦୨୪ ନୂଆ ବର୍ଷରେ ବଜାୟ ରଖନ୍ତୁ ।

KNews Bureau

Recent Posts

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ, ଚେକ୍ କରନ୍ତୁ ଆଜିର ଦର

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ ।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

17 mins ago

ବାଇକ୍‌ ନେଇ ଫେରାର ମାରୁଥିଲା ଚୋର, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଟୁଲଗେଟ ବଜାରରେ ଘଟିଛି ଏମିତି ଘଟଣା । ଗତ କାଲି ଅପରାହ୍ନ…

22 mins ago

କମିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଆଜିର ଦାମ

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ…

46 mins ago

ଫ୍ଲାଏଓଭର ଉପରୁ ଖସିଲା ତୀର୍ଥ ଯାତ୍ରୀ ବୋଲେରୋ, ୨ ମୃତ

ସମ୍ବଲପୁର : ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ। ନିର୍ମାଣାଧୀନ ଫ୍ଲାଏଓଭର ଉପରୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି । ଘଟଣାସ୍ଥଳରେ ୨…

1 hour ago

ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା, ତାଣ୍ଡବ କଲା କାଳବୈଶାଖୀ

ଭୁବନେଶ୍ୱର  : ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା। ତାଣ୍ଡବ କଲା…

1 hour ago

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

11 hours ago