ଜାଣନ୍ତୁ ଚନ୍ଦନ ଟିକା ଶରୀର ପାଇଁ କେତେ ଲାଭକାରୀ, ଆପଣ ବି ଜାଣି ହୋଇଯିବେ ଆଶ୍ଚର୍ଯ୍ୟ
ଭାରତୀୟ ସଂସ୍କୃତିରେ ପୂଜା ପାଠରୁ ଆରମ୍ଭ କରି ସବୁ ଶୁଭ କାର୍ଯ୍ୟରେ ତିଲକ ଲଗାଇବାର ବିଧି ରହିଛି । ହିନ୍ଦୁ ଧର୍ମାବଲମ୍ବୀ ସାଧାରଣ ଦିନରେ ହେଉ ବା କିଛି ପୂଜା ପାର୍ବଣରେ ହେଉ ଚନ୍ଦନ ଟିକା ଲଗାଇବାର ବିଧି ରହିଛି । କୁହାଯାଏ ଯେ ଚନ୍ଦନ ଟିକାର ଉପଯୋଗ କରିବା ଦ୍ୱାରା ସ୍ୱାସ୍ଥ୍ୟରେ ଉନ୍ନତି ଘଟିଥାଏ । ମଥାରେ ଚନ୍ଦନ ଟିକା ଲଗାଯାଇଥାଏ । ଆସନ୍ତୁ ଜାଣିବା ଚନ୍ଦନ ଟିକାର ଉପଯୋଗ ଦ୍ୱାରା କ’ଣ ହୋଇଥାଏ ଲାଭ ।
ଚନ୍ଦନ ଟିକାର ଉପଯୋଗ ଦ୍ୱାରା କ’ଣ ହୋଇଥାଏ ଲାଭ
– ଦୁଇ ବାହୁ ମଧ୍ୟରେ ଚନ୍ଦନ ଟିକା ଲଗାଇବା ଦ୍ୱାରା ମୁଣ୍ଡ ବିନ୍ଧା ସମସ୍ୟାରୁ ମୁକ୍ତି ମିଳିଥାଏ ।
– ଚନ୍ଦନ ତିଳକ ବା ଟିକା ଦ୍ୱାରା ଆମର ତନ୍ତ୍ରସବୁ ଶାନ୍ତ ହୋଇଥାଏ ।
– ଯଦି କୌଣସି ବ୍ୟକ୍ତିକୁ ଜର ହୋଇଥାଏ,ତେବେ ତାଙ୍କୁ ଚନ୍ଦନ ଟିକା ଲଗାଯାଇଥାଏ ।
– ଚନ୍ଦନ ଟିକା ଲଗାଇବା ଦ୍ୱାରା ଶରୀରର ତାପମାତ୍ରା କମ ହୋଇଥାଏ ।
– ଯେଉଁ ଲୋକଙ୍କୁ ଅନିଦ୍ରା ଓ ମାନସିକ ଦୁଶ୍ଚିନ୍ତା ସମସ୍ୟା ରହିଥାଏ, ସେ ମଥାରେ ଚନ୍ଦନ ଟିକା ଲଗାଇବା ଜରୁରୀ । ଏମିତି କରିବା ଦ୍ୱାରା ଅନିଦ୍ରା ଓ ଦୁଶ୍ଚିନ୍ତା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।
– ଚନ୍ଦନ ଟିକା ଲଗାଇବା ଦ୍ୱାରା ଆମର ଏକାଗ୍ର ଶକ୍ତି ବୃଦ୍ଧି ପାଇଥାଏ ଓ ଧ୍ୟାନ କରିବାର ଶକ୍ତି ବୃଦ୍ଧି ପାଇଥାଏ ।
– ଧାର୍ମିକ ମାନ୍ୟତା ଅନୁଯାୟୀ, ଚନ୍ଦନ ଟିକା ଲଗାଇବା ଦ୍ୱାରା ମନୁଷ୍ୟର ପାପ ନଷ୍ଟ ହୋଇଥାଏ ।
– କୁହାଯାଏ ଚନ୍ଦନ ଟିକା ଲଗାଉଥିବା ବ୍ୟକ୍ତିଙ୍କ ଘରେ ଅନ୍ନ, ଧନ ପର୍ଯ୍ୟାପ୍ତ ମାତ୍ରାରେ ମିଳିଥାଏ ଓ ସୌଭାଗ୍ୟ ବୃଦ୍ଧି ପାଇଥାଏ ।