କଣ ପାଇଁ ଓ କାହିଁକି ଟ୍ରେନ କୋଚ ଉପରେ ହଳଦିଆ ଓ ଧଳା ରଙ୍ଗର ପଡିଥାଏ ଗାର

ଆମେ ସମସ୍ତେ ଟ୍ରେନ ବସ କିମ୍ବା ଏରୋପ୍ଲେନ ସାହାଯ୍ୟରେ ଦୁର ଯାଗାକୁ ଯାତ୍ରା କରିଥାଉ। କିନ୍ତୁ ସବୁଠାରୁ ସସ୍ଥା ସୁବିଧା ଓ ଆରାମ ଯାତ୍ରା ଆାମକୁ ଟ୍ରେନରେ ହିଁ ମିଳିଥାଏ । ଟ୍ରେନରେ ସମସ୍ତ ଶ୍ରେଣୀର ଲୋକଙ୍କ ପାଇଁ ଦୁର ଦରାନ୍ତରକୁ ଯାତ୍ରାକରିବାର ସୁବିଧା ମଧ୍ୟ ରହିଛି । ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ ମାଧ୍ୟମରେ ଯାତ୍ରା କରିଥାନ୍ତି ଓ ତାଙ୍କର ଏହି ଯାତ୍ରାକୁ ସଫଳ କରିବାରେ ଭାରତୀୟ ରେଳ ବିଭାଗର ବିଶେଷ ଅବଦାନ ରହିଛି । ଭାରତୀୟ ରେଳ ବିଭାଗ ଲୋକଙ୍କୁ ନିଜ ଲକ୍ଷ ସ୍ଥଳକୁ ପହଞ୍ଚାଇବା ପାଇଁ ପାଖାପାଖି ୧୩୦୦୦ଟ ିଟ୍ରେନର ସଞ୍ଚାଳନ କରିଥାଏ । ଆପଣ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଟ୍ରେନର ବିଭିନ୍ନ କୋଚରେ ତଆରି ହୋଇଥିବା ଭିନ୍ନ ଭିନ୍ନ ରଙ୍ଗର ଗାର ଉପରେ କେବେ ନଜର ପକାଇଛନ୍ତି କି ? ତେବେ ଆଜି ଆମେ ଆପଣଙ୍କୁ ଏହି ସବୁ ଗାର ପଛରେ ରହିଥିବା କାରଣ ବିଷୟରେ ଜଣାଇବୁ।

train coach

ଆପଣ ଜାଣିଛନ୍ତି କି ଭାରତାୟ ରେଳ ହେଉଛି ଏସିଆ ମହାଦେଶର ଦ୍ୱିତୀୟ ବୃହତ ରେଳ ନେଟଓ୍ଵାର୍କ ଏବଂ ଏକକ ସରକାରୀ ମାଲିକାନା ସହିତ ବିଶ୍ୱର ଚତୁର୍ଥ ବୃହତ ରେଳ ନେଟଓ୍ଵାର୍କ । ତେବେ ଭାରତାୟ ରେଲେଓ୍ଵ ଅର୍ନ୍ତଭୁକ୍ତ ଥିବା ସମସ୍ତ ଜିନିଷ ବିଷୟରେ ଲୋକଙ୍କୁ ବୁଝାଇବା ପାଇଁ ଏକ ସିମ୍ବଲର ବ୍ୟବହାର ହୋଇଥାଏ ।ସେହିପରି ଟ୍ରେନ କୋଚରେ ଦେଖାଯାଉଥିବା ଗାର ପଛରେ ମଧ୍ୟ କିଛି କାରଣ ରହିଛି । ଅନେକ ସମୟରେ ଆପଣ ଦେଖିଥିବେ icf କୋଚର ଶେଷ ଝରକା ଉପରେ ଧଳା କିମ୍ବା ହଳଦିଆ ରଙ୍ଗର ଗାର ତିଆରି ହୋଇଥାଏ ,ଯାହା କୋଚର ପ୍ରକାରକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଥାଏ । ଧଳା ରଙ୍ଗର ଗାର ଜେନେରାଲ କୋଚକୁ ଇଙ୍ଗିତ କରୁଥିବା ବେଳେ ହଳଦିଆ ରଙ୍ଗର ଗାର ବିକଳାଙ୍ଗ ତଥା ରୋଗୀଙ୍କ ପାଇଁ ବ୍ୟବହାର କରାଯାଏ ।ସେହିପରି ମହିଳା ମାନଙ୍କ ପାଇଁ ମଧ୍ୟ ଭାରତୀୟ ରେଲେଓ୍ଵ ତରଫରୁ କୋଚ ଯୋଗାଇ ଦିଆଯାଏ ଯାହାକୁ ଇଙ୍ଗିତ କରିବା ପାଇଁ ଗ୍ରେ ରଙ୍ଗ ଉପରେ ହଳଦିଆ ରଙ୍ଗର ଗାର ତିଆରି ହୋଇଥାଏ । ତେବେ ଭିଆଇପି କିମ୍ବା ଫାଷ୍ଟ କ୍ଲାସ କୋଚକୁ ବୁଝାଇବା ପାଇଁ ଗ୍ରେ ରଙ୍ଗ ଉପରେ ନାଲି ରଙ୍ଗର ଗାର ତିଆରି ହୋଇଥାଏ ।

train coach3

ଆପଣ କେବେ ଚିନ୍ତା କରିଛନ୍ତି କି ଟ୍ରେନର କିଛି ବଗି ଗୁଡିକ ନୀଳ ରଙ୍ଗର କାହିଁକି ହୋଇଥାଏ । ଏହି ନୀଳ ରଙ୍ଗ କାହାକୁ ବୁଝାଇବା ପାଇଁ ତିଆରି ହୋଇଛି ।ତେବେ ଆମେ ଆପଣଙ୍କୁ କହି ରଖୁଛୁ ଯେ ଏହି ନୀଳ ରଙ୍ଗ ଆଇସିଏଫର କୋଚକୁ ବୁଝାଇଥାଏ ଯାହା କେବଳ ଏକ୍ସପ୍ରେସ କିମ୍ବା ସୁପରଫାଷ୍ଟ ଟ୍ରେନରେ ରହିଥାଏ । ସେହିପରି ଆଇସିଏଫର ଏସି କୋଚକୁ ବୁଝାଇବା ପାଇଁ ନାଲି ରଙ୍ଗର ବ୍ୟବହାର କରାଯାଇଥାଏ । ଏହିସବୁ ଟ୍ରେନର ଘଣ୍ଟାକୁ ୭୦ରୁ ୧୪୦ କିଲୋମିଟର ମଧ୍ୟରେ ବେଗରେ ଚାଲିଥାଏ ।ଗରିବ ରଥ ଟ୍ରେନରେ ସବୁଜ ରଙ୍ଗର ବ୍ୟବହାର ହେଉଥିବା ବେଳେ ମିଟର ଗଜ ଟ୍ରେନରେ ଧୂସର ରଙ୍ଗର ବ୍ୟବହାର ହୋଇଥାଏ । ସେହିପରି ନେରୋଗେଜ ଟ୍ରେନ ବଗ ଗୁଡିକରେ ଫିକା ହଳଦିଆ ରଙ୍ଗ ବା ଧୂସର ରଙ୍ଗର ବ୍ୟବହାର ହୋଇଥାଏ ।