ସ୍ୱପ୍ନରେ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖନ୍ତି, ଜାଣନ୍ତୁ କ’ଣ ଏହା ଦେଇଥାଏ ସଂକେତ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି । କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ବହୁତ ଶୁଭ ହୋଇଥାଏ । ତେବେ ଏହି ସବୁ ସ୍ୱପ୍ନକୁ ଅଣଦେଖା ନକରି ଯଦି ଏହାର ଅର୍ଥ ବୁଝିବେ ଏହାର ଲାଭ ଆପଣ ଉଠାଇ ପାରିବେ ।  ଆସନ୍ତୁ ଜାଣିବା ସ୍ୱପ୍ନରେ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖନ୍ତି, ଜାଣନ୍ତୁ କ’ଣ ଏହା ଦେଇଥାଏ ସଂକେତ ।

ସ୍ୱପ୍ନରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଦେଖିଲେ :

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣଙ୍କୁ ସ୍ୱପ୍ନରେ ଶ୍ରୀକୃଷ୍ଣ ଦେଖା ଦିଅନ୍ତି, ତାହେଲେ ଏହି ସ୍ୱପ୍ନ ଏହି କଥାର ସଂକେତ ଦିଏ ଯେ ଖୁବ ଶୀଘ୍ର ଆପଣଙ୍କ ଜୀବନରେ ବହୁତ ଖୁସୀ ଆସୁଛି । ଆପଣଙ୍କ ସବୁ କାମ ସଫଳ ହେବାକୁ ଯାଉଛି ।
ସ୍ୱପ୍ନରେ ଶ୍ରୀକୃଷ୍ଣଙ୍କୁ ଗୋପିମାନଙ୍କ ସହ ଦେଖିବା

ଏହାକୁ ମଧ୍ୟ ଏକ ଶୁଭ ସ୍ୱପ୍ନ ମନାଯାଏ । କୁହାଯାଏ ସ୍ୱପ୍ନରେ କାହ୍ନାଜୀଙ୍କୁ ଗୋପିମାନଙ୍କ ସହ ଦେଖିବା ଅର୍ଥ ଆପଣଙ୍କୁ ଖୁବ ଶୀଘ୍ର ଆପଣଙ୍କ ମିତ୍ରଙ୍କ ସହ ଆନନ୍ଦମୟ ସମୟ ବିତାଇବାର ମୌକା ମିଳିବାକୁ ଯାଉଛି । ଯାହାଦ୍ୱାରା ଆପଣଙ୍କୁ ବହୁତ ଖୁସି ମିଳିବ ।

ସ୍ୱପ୍ନରେ ଶ୍ରୀକୃଷ୍ଣଜୀଙ୍କୁ ବଂଶୀ ବଜାଉଥିବାର ଦେଖିଲେ

କୁହାଯାଏ ଯେବେ ଶ୍ରୀକୃଷ୍ଣ ବଂଶୀ ବଜାଉ ଥିଲେ ସମସ୍ତେ ଏହାର ମଧୂର ସ୍ୱରରେ ମତମସ୍ତ ହୋଇଯାଉଥିଲେ ଓ ବିଶେଷକରି ଗୋପୀମାନେ ନାଚି ଉଠୁଥିଲେ । ଶାସ୍ତ୍ର ଅନୁସାରେ ଏପରି ସ୍ୱପ୍ନ ଦେଖିଲେ ଆଗାମୀ ଦିନରେ ଆପଣଙ୍କୁ ବହୁତ ଧନ ଲାଭ ସହ ଉନ୍ନତିର ସଂକେତ ଦେଇଥାଏ ।

Leave A Reply

Your email address will not be published.