ସ୍ୱପ୍ନରେ ଭଗବାନ ଗଣେଶଙ୍କୁ ଦର୍ଶନ, ଦେଇଥାଏ ବହୁତ ଶୁଭ ସଂକେତ,ହେଲେ ସ୍ୱପ୍ନକୁ ରଖନ୍ତୁ ଗୁପ୍ତ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାପ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି । କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ବହୁତ ଶୁଭ ହୋଇଥାଏ । ତେବେ ଏହି ସବୁ ସ୍ୱପ୍ନକୁ ଅଣଦେଖା ନକରି ଯଦି ଏହାର ଅର୍ଥ ବୁଝିବେ ଏହାର ଲାଭ ଆପଣ ଉଠାଇ ପାରିବେ ।

ସ୍ୱପ୍ନରେ ଆମେ କୌଣସି ଦେବାଦେବୀଙ୍କ ମୂର୍ତ୍ତି, କୌଣସି ମନ୍ଦିର ଦେଖିବା କିମ୍ବା ନିଜକୁ ଭଗବାନଙ୍କ ପୂଜା କରୁଥିବାର ଦେଖିଥାନ୍ତି । ସ୍ୱପ୍ନରେ ଆମେ ବହୁତ କିଛି ଦେଖିଥାନ୍ତି । ହେଲେ ଯଦି ଆପଣ ଭଗବାନ ଗଣେଶଙ୍କୁ ଦେଖନ୍ତି ତ ଏହାକୁ ଶୁଭ ସ୍ୱପ୍ନ କୁହାଯାଇଥାଏ । ଆସନ୍ତୁ ଭଗବାନ ଗଣେଶଙ୍କୁ ଦେଖିଲେ କ’ଣ ମିଳେ ସଂକେତ ।

ସ୍ୱପ୍ନରେ ଭଗବାନ ଗଣେଶଙ୍କୁ ଦେଖିଲେ

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି କୌଣସି ବ୍ୟକ୍ତିଙ୍କୁ ଭଗବାନ ଗଣେଶଙ୍କ ମୂର୍ତ୍ତି ଦର୍ଶନ ଆସିଥାନ୍ତି, ତେବେ ଏହା ଏକ ଶୁଭ ସ୍ୱପ୍ନ ମନାଯାଇଥାଏ । ଏହି ସ୍ୱପ୍ନକୁ ଦେଖିବା ଦ୍ୱାରା ଖୁବ ଶୀଘ୍ର ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାକୁ ଯାଉଛି । ପୁଣି ଭବିଷ୍ୟତରେ ଆପଣଙ୍କୁ କୌଣସି ଖୁସୀ ଖବର ମିଳିବାର ସଂକେତ ଦେଇଥାଏ । ତେଣୁ ଏମିତି ସ୍ୱପ୍ନ ଦେଖିଲେ ଭଗବାନ ଗଣେଶଙ୍କ ପୂଜା ଓ ତାଙ୍କ ଧ୍ୟାନ କରନ୍ତୁ । କୁହାଯାଏ ଏହି ସ୍ୱପ୍ନ ସମ୍ପର୍କରେ କାହାକୁ କହିବା ଦ୍ୱାରା ମିଳିବାକୁ ଥିବା ଶୁଭ ଫଳ ନଷ୍ଟ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.